logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ମାଲକାନଗିରିରେ ଶ୍ରମିକ କଲ୍ୟାଣ ପଞ୍ଜିକରଣ ଶିବିର ଆୟୋଜିତ

ମାଲକାନଗିରି: ସେରପାଲ୍ଲି ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଓଡ଼ିଶା କୋଠାବାଡ଼ି ଏବଂ ଅସଂଗଠିତ ଶ୍ରମିକ ସାମାଜିକ ସୁରକ୍ଷା ବୋର୍ଡ ଅଧୀନରେ ଜିଲ୍ଲା ଶ୍ରମ ବିଭାଗ ପକ୍ଷରୁ ଶ୍ରମିକ କଲ୍ୟାଣ ଯୋଜନା ଓ ନାମ ପଞ୍ଜିକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଶିବିରରେ ମୋଟ ୭୬ ଜଣ ହିତାଧିକାରୀ ଯୋଗ ଦେଇଥିଲେ।

କାର୍ଯ୍ୟକ୍ରମ ସମୟରେ ୩୫ଟି ଅନଲାଇନ୍ ସ୍ପଟ ପଞ୍ଜିକରଣ, ୨୫ଟି ନବୀକରଣ ଏବଂ ୨୧ଟି ପୁନରାବୃତ୍ତି ପ୍ରକ୍ରିୟା ସଫଳତାର ସହିତ ହୋଇଥିଲା। ସରପଞ୍ଚ ସୁମିତା ମାଡ଼କାମୀ, ଜିଲ୍ଲା ଶ୍ରମ ଅଧିକାରୀ ପୂର୍ଣ୍ଣିମା ଡୁରୁକା ଓ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ଅନେକ ଶ୍ରମିକ ଏହି କାର୍ଯ୍ୟକ୍ରମରେ ସକ୍ରିୟ ଭାବରେ ଅଂଶଗ୍ରହଣ କରିଥିଲେ।

0
0 views

Comment