logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଦାମନଯୋଡିରେ ଈଶ୍ବର ଆମ୍ମାଙ୍କ ମହାପ୍ରୟାଣ ଦିବସ ପାଳିତ

ଦାମନଯୋଡି: ୬/୫ ଦିନାଙ୍କୁ ଦାମନଯୋଡିର ଶ୍ରୀସତ୍ଯସାଇ ମନ୍ଦିରରେ ଈଶ୍ବର ଆମ୍ମାଙ୍କ ମହାପ୍ରୟାଣ ଦିବସ ମହାଆଡମ୍ବର ସହିତ ପାଳନ କରାଗଲା । ବାଲ ବିକାଶ କେନ୍ଦ୍ର ମଛଲିଗୁଡା, ଭେଜାପୁଟ ଓ ସେକ୍ଟର ଏକରର ଶିଶୁମାନେ ଏହି ସାଂସ୍କୃତିକ କାର୍ଯ୍ୟକ୍ରମରେ ଚିତ୍ତାକର୍ଷକ ପରିବେଷଣ କରିଥିଲେ ।

ନାଲକୋର ମୁଖ୍ୟ ମହାପ୍ରବନ୍ଧକ ସଂଜୟ ପଟ୍ଟନାୟକ, ମନୋରଞ୍ଜନ ପଣ୍ଡା ଓ ଅବସରପ୍ରାପ୍ତ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭି ଏସ୍‌ ଏସ୍‌ ଆନନ୍ଦ ପୁରସ୍କାର ବିତରଣ କରିଥିଲେ । କନଭେନର ପ୍ରଶାନ୍ତ କୁମାର ନାୟକ, ରାଜେନ୍ଦ୍ର କୁମାର ପଣ୍ଡା, ବ୍ରହ୍ମାନନ୍ଦ ସାମଲ ସମେତ ସମସ୍ତ ସତ୍ଯସାଇ ଭକ୍ତମାନେ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଆଶାଲତା ପଣ୍ଡା ମଞ୍ଚ ପରିଚାଳନା କରିଥିଲେ ଓ ଶ୍ରଦ୍ଧା ସୁମନ ମିଶ୍ର ଓ ସାଇସ୍ନିଗ୍ଧା ସାହୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

9
1109 views

Comment