ଭଣ୍ଡା ମଣ୍ଡଳରେ ବିଜେପିର ମହିଳା ଜନ ଆକ୍ରୋଶ ପଦଯାତ୍ରା ଓ କଂଗ୍ରେସ ବିରୋଧୀ ଆକ୍ରୋଶ
ଚମ୍ପୁଆ : ଚମ୍ପୁଆ ଭଣ୍ଡା ମଣ୍ଡଳ ଅଧୀନ ୧୫ ନଂ ଜୋନରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଏକ ବିଶାଳ ମହିଳା ଜନ ଆକ୍ରୋଶ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା। ଏହି ପଦଯାତ୍ରା ମାଧ୍ୟମରେ ଦଳୀୟ କର୍ମକର୍ତ୍ତା ଓ ସ୍ଥାନୀୟ ମହିଳାମାନେ କଂଗ୍ରେସର ଦୀର୍ଘ ଦଶକର ଅପଶାସନ, ମହିଳା ଅବହେଳା ଓ ଭ୍ରଷ୍ଟାଚାର ବିରୋଧରେ ନିଜ ଆକ୍ରୋଶ ବ୍ୟକ୍ତ କରିଥିଲେ। ପଦଯାତ୍ରା ପରେ ଆୟୋଜିତ ସଭାରେ ବକ୍ତାମାନେ କଂଗ୍ରେସକୁ ଗରିବି ହଟାଅର ମିଥ୍ୟା ସ୍ଲୋଗାନ ଦେଇ ମହିଳାମାନଙ୍କୁ ଭୋଟ ବ୍ୟାଙ୍କ ଭାବେ ବ୍ୟବହାର କରିବାରେ ଅଭିଯୁକ୍ତ କଲେ। ସେମାନେ କହିଥିଲେ ଯେ କଂଗ୍ରେସ ଶାସନକାଳରେ ମହିଳାମାନେ ଅସୁରକ୍ଷିତ ଓ ମହଙ୍ଗା ମାଡ଼ ଯୋଗୁଁ ସାଧାରଣ ଗୃହିଣୀଙ୍କ ଜୀବନ କଷ୍ଟଦାୟକ ହୋଇଥିଲା।
ଭାରତୀୟ ଜନତା ପାର୍ଟି ନେତୃତ୍ୱରେ କେନ୍ଦ୍ର ସରକାରଙ୍କ ଜନହିତକର ଯୋଜନା ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ମହିଳାମାନେ ସମ୍ମାନ ସହ ବଞ୍ଚୁଛନ୍ତି ବୋଲି କୁହାଯାଇଛି। ଉଜ୍ଜ୍ୱଳା ଯୋଜନା ଓ ସ୍ୱଚ୍ଛ ଭାରତ ଅଭିଯାନ ମାଧ୍ୟମରେ ମହିଳାଙ୍କ ଜୀବନ ଉନ୍ନତି ପାଇଛି। ବିଜେପି କର୍ମକର୍ତ୍ତା ରମେଶ ଚନ୍ଦ୍ର ପ୍ରଧାନ ଓ ସିଂର୍ଦ୍ଧାନ୍ତ ସିଂ ପ୍ରମୁଖ ଉପସ୍ଥିତ ଥିଲେ ଓ କର୍ମୀମାନେ ମୋଦୀଙ୍କ ବିକାଶ ବାର୍ତ୍ତା ପ୍ରଚାର କରିଥିଲେ।