logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ସେମିଳିଗୁଡ଼ା ମହାବିଦ୍ୟାଳୟରେ ଭାସ୍କର ଗୌଡ଼ଙ୍କ ବିଦାୟୀ ସମାରୋହ

ସେମିଳିଗୁଡ଼ା: ସେମିଳିଗୁଡ଼ା ମହାବିଦ୍ୟାଳୟରେ ଶ୍ରୀ ଭାସ୍କର ଗୌଡ଼, ପ୍ରହରୀଙ୍କ ବିଦାୟୀ ସମାରୋହ ଆୟୋଜିତ ହୋଇଥିଲା। ଏହି ସମାରୋହରେ ମହାବିଦ୍ୟାଳୟର ଅଧ୍ୟକ୍ଷା ଡ଼. ଝାନ୍ସୀ ସିଂହ ତାଙ୍କୁ ଉତ୍ତରୀୟ, ମାନପତ୍ର, ପୁଷ୍ପଗୁଚ୍ଛ ଓ ଉପହାର ପ୍ରଦାନ କରି ସମ୍ମାନିତ କରିଥିଲେ। ଡ଼. ଝାନ୍ସୀ ସିଂହ ତାଙ୍କ ବକ୍ତବ୍ୟରେ ଶ୍ରୀ ଗୌଡ଼ଙ୍କୁ ସତ୍ୟନିଷ୍ଠ, କର୍ମଠ ଓ ସହଯୋଗୀ ବ୍ୟକ୍ତି ଭାବେ ବର୍ଣ୍ଣନା କରିଥିଲେ।

ଭାସ୍କର ଗୌଡ଼ ୧୬.୧୨.୧୯୯୩ ରୁ ୨୦୧୮ ପର୍ଯ୍ୟନ୍ତ ସେମିଳିଗୁଡ଼ା ମହାବିଦ୍ୟାଳୟରେ କାର୍ଯ୍ୟରତ ଥିଲେ ଏବଂ ପରବର୍ତ୍ତୀକାଳରେ ଜୟପୁର ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ କାର୍ଯ୍ୟାଳୟରେ ନିଷ୍ଠାର ସହ କାମ କରିଥିଲେ। ପୁନଃ ସେମିଳିଗୁଡ଼ାକୁ ପ୍ରତ୍ୟାବର୍ତ୍ତନ କରି ସେଠାରେ ଅବସରଗ୍ରହଣ କରିଥିଲେ। ସମାରୋହରେ ଶ୍ରୀ ଦେବରାଜ ନାୟକ, ଶ୍ରୀ ସିବାଶିଷ ପଟ୍ଟନାୟକ, ଶ୍ରୀ ହର ପ୍ରସାଦ ପତି ଓ ଶ୍ରୀ ହରେ କୃଷ୍ଣ ସାହୁ ସହ ମହାବିଦ୍ୟାଳୟର ଅନେକ ଅଧ୍ୟାପକ ଓ କର୍ମଚାରୀ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ଡ଼ ଗୀତା ପଟ୍ଟନାୟକ ପରିଚାଳନା କରିଥିଲେ ଏବଂ ବିନୋଦ ଲେଙ୍କା, ଚିତ୍ତରଞ୍ଜନ ଦାସ, ରବିନାରାୟଣ ମିଶ୍ରଙ୍କ ସହଯୋଗ ରହିଥିଲା।

43
1755 views

Comment