ଦେବଗଡରେ ପାଣିରେ ପହଁରିବା ଓ ଜୀବନ ବଞ୍ଚାଇବା ପ୍ରଶିକ୍ଷଣ ଶିବିର
ଦେବଗଡ: ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ମୁକେଶ କୁମାର ଭୋଇଙ୍କ ଆୟୋଜନରେ ଜିଲ୍ଲା ସ୍ତରୀୟ ପହଁରିବା ଏବଂ ବୁଡିଯିବା ପରେ ଜୀବନ ବଞ୍ଚାଇବାର ମୌଳିକ କୌଶଳ ସମ୍ବନ୍ଧରେ ତାଲିମ କାର୍ଯ୍ୟକ୍ରମ ପୁଷ୍କରିଣୀ ନିକଟସ୍ଥ ଶନି ମନ୍ଦିର ସ୍ଥଳରେ ଅନୁଷ୍ଠିତ ହେଉଛି। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁଙ୍କ ପ୍ରତକ୍ଷ ତତ୍ତ୍ୱାବଧାନରେ ଚତୁର୍ଥ ଭାରତୀୟ ସଂରକ୍ଷିତ ବାହିନୀ ଓଡ଼୍ରାଫ୍ ଯୁନିଟ୍ ଦ୍ୱାରା ଆୟୋଜିତ ହେଉଛି।
ପ୍ରଶିକ୍ଷଣ ତା ୦୪.୦୫.୨୦୨୬ ଠାରୁ ୧୧.୦୭.୨୦୨୬ ପର୍ଯ୍ୟନ୍ତ ଚାଲିବା ସହିତ ୨୦ ଜଣ ପ୍ରଶିକ୍ଷକ ୧୦ଟି ବ୍ୟାଚରେ ସମ୍ପୂର୍ଣ୍ଣ ମାଗଣାରେ ପ୍ରଶିକ୍ଷଣ ଦେବେ। ପ୍ରତ୍ୟେକ ବ୍ୟାଚରେ ୩୦ ଜଣ ପ୍ରଶିକ୍ଷାର୍ଥୀ ୬ ଦିନ ଧରି ପାଣିରେ ପହଁରିବା ଏବଂ ପାଣିରେ ଜୀବନ ବଞ୍ଚାଇବାର ରଣ ଓ କୌଶଳ ସମ୍ବନ୍ଧରେ ଶିକ୍ଷା ଗ୍ରହଣ କରିବେ। ଭାଗ ନେବାକୁ ଇଚ୍ଛୁକ ଅଭ୍ୟାର୍ଥୀ ୮୬୫୮୯୯୭୬୭୩ ନମ୍ବରରେ ସଂପର୍କ କରି ପଞ୍ଜିକରଣ କରାଇପାରିବେ।