logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଶ୍ୱେତସୁବର୍ଣ୍ଣ କ୍ଷେତ୍ରରେ ପଞ୍ଚଦଶ ଦିବସରେ ଚାପ ଖେଳିଲେ ମହାପ୍ରଭୁ;ଦାମନଯୋଡ଼ି,କୋରାପୁଟ

ଦାମନଯୋଡ଼ି,୦୪/୦୫:ଶ୍ରୀ ଜୀଉଁଙ୍କ ଚନ୍ଦନ ଯାତ୍ରାର ଆଜି ସୋମବାର ଥିଲା ପଞ୍ଚଦଶ ଦିବସ।ଶ୍ୱେତସୁବର୍ଣ୍ଣ କ୍ଷେତ୍ର ଦାମନଯୋଡ଼ି ଶ୍ରୀଜଗନ୍ନାଥ ମନ୍ଦିରରେ ଆଜି ସ୍ଵତନ୍ତ୍ର ପୂଜାନୀତି ଓ ଠାକୁରଙ୍କ ଚାପ ଖେଳ ନରେନ୍ଦ୍ର ପୁଷ୍କରିଣୀରେ ଅନୁଷ୍ଠିତ ହୋଇଥିଲା।ଚତୁର୍ଦ୍ଧାମୂର୍ତ୍ତିଙ୍କ ସନ୍ଧ୍ୟା ଆଳତି ପରେ ଘଣ୍ଟଘଣ୍ଟା,ଆଲଟ,ଚାମର,ସଂକୀର୍ତ୍ତନ,ହରିବୋଲ ହୁଳହୁଳି ମଧ୍ୟରେ ଶ୍ରୀ ରାଧାକୃଷ୍ଣଙ୍କୁ ମୁଖ୍ୟ ମନ୍ଦିରରୁ ନରେନ୍ଦ୍ର ପୁଷ୍କରିଣୀକୁ ଅଣାଯାଇ ଥିଲା।ସେଠାରେ ପୂଜାର୍ଚ୍ଚନା ସହିତ ଏକ ସୁସଜ୍ଜିତ ଡଙ୍ଗାରେ ଶ୍ରୀଜୀଉଙ୍କୁ ପୁଷ୍କରିଣୀ ପରିକ୍ରମା କରାଯାଇଥିଲା।ପୂଜକ ଅଜୟ କୁମାର ପଣ୍ଡା,ବିପିନ ବିହାରୀ ପଣ୍ଡା ଓ ଅମୀୟ କୁମାର ସାମନ୍ତରାୟ ପୂଜାକର୍ମ କରିଥିଲେ।। ସହିତ ମୁଖ୍ୟପୁରୋଧା ରୂପେ ଏବଂ ୧୦ମ ଦିବସରେ ମୁଖ୍ୟ ମହାପ୍ରବନ୍ଧକ(ବିତ୍ତ) ଶଙ୍କର ସେନଗୁପ୍ତା ମୁଖ୍ୟପୁରୋଧା ରୂପେ ଯୋଗଦେଇ ଶ୍ରୀଜୀଉଁ ଙ୍କୁ ଚାପ ଖେଳାଇ ଥିଲେ। ସେହିପରି ଏକାଦଶ ଦିବସରେ ମୁଖ୍ୟ ମହାପ୍ରବନ୍ଧକ(ଓଆଣ୍ଡଏମ,ନାଲି ଅଞ୍ଚଳ) ମନୋରଞ୍ଜନ ପଣ୍ଡା ଧର୍ମପତ୍ନୀ ପୁରବୀ ତ୍ରିପାଠୀଙ୍କ ସହିତ ଓ ଦ୍ଵାଦଶ ଦିବସରେ ମହାପ୍ରବନ୍ଧକ(ସିଭିଲ) ଜଗଦୀଶ କୁମାର କୋରାଡା ଧର୍ମପତ୍ନୀ ସୁନୀତା କୋରାଡାଙ୍କ ସହିତ ମୁଖ୍ୟପୁରୋଧା ରୂପେ ଶ୍ରୀଜୀଉଁ ଙ୍କୁ ଚାପ ଖେଳାଇ ଥିଲେ।ତ୍ରୟୋଦଶ ଦିବସରେ ମହାପ୍ରବନ୍ଧକ(ମେକାନିକାଲ) ଅଭିମନ୍ୟୁ ସାହୁ ଓ ଚତୁର୍ଦ୍ଦଶ ଦିବସରେ ମହାପ୍ରବନ୍ଧକ(ଅପରେସନ) ସୁଭାଷ ସରକାର ମୁଖ୍ୟପୁରୋଧା ରୂପେ ଶ୍ରୀଜୀଉଁ ଙ୍କୁ ଚାପ ଖେଳାଇ ଥିଲେ।
ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି ସଭାପତି ତଥା ନାଲକୋ ମୁଖ୍ୟ ମହାପ୍ରବନ୍ଧକ ସଞ୍ଜୟ କୁମାର ପଟ୍ଟନାୟକ, ସମ୍ପାଦକ କୈଳାସ ସେନାପତି,କୋଷାଧ୍ୟକ୍ଷ ପି କେ ମହାରଣା,ଯୁଗ୍ମ ସମ୍ପାଦକ ତ୍ରିଲୋଚନ ଚୌଧୁରୀଙ୍କ ସହିତ ସଦସ୍ୟ ଶିଶିର ପରିଡ଼ା,ଦୀନେଶ ପଟ୍ଟନାୟକ,ରଞ୍ଜନ କୁମାର ବେହେରା,ଶୁଭ୍ରକାନ୍ତ ସାହୁ,ହରେନ୍ଦ୍ର ନାଥ ଗିରି,ସନ୍ତୋଷ କୁମାର ପଣ୍ଡା,ଦିଲ୍ଲୀପ କୁମାର ଭୂୟାଁ,ପ୍ରକାଶ ସାହୁ,ଚନ୍ଦ୍ରକାନ୍ତ କର,ଅନାମ ଚରଣ ନାୟକ,ମୂରଲୀଧର ଦାସ, ସୁଶାନ୍ତ କୁମାର ଦାଶ,ଡ଼ ନିରୋଦ କୁମାର ପ୍ରଧାନ,ସନ୍ତୋଷ କୁମାର ଦାଶ,ଆର ଏନ ମୁଦୁଲି,ଖଦାଳ ନାୟକ,ଉମାକାନ୍ତ ସେନଗୁପ୍ତା,ଯତୀନ କୁମାର ପ୍ରଧାନ,ବିକ୍ରମ ଜେନା,ସୁଶାନ୍ତ କୁମାର ବେହେରା,ଈଶ୍ୱର ମାଳି ଓ ସତ୍ୟ ପାତ୍ରଙ୍କ ସହିତ ଅନ୍ୟ ସ୍ବେଚ୍ଛାସେବୀ ଓ ଶ୍ରଦ୍ଧାଳୁବିଭିନ୍ନ ଦିବସରେ ଉପସ୍ଥିତ ରହି ସେବା ଯୋଗାଇଥିଲେ।ତଳ ଗୌଡ଼ଗୁଡ଼ା ଓ ଉପର ଗୌଡ଼ଗୁଡ଼ାର ସଂକୀର୍ତ୍ତନ ମଣ୍ଡଳୀଙ୍କ ସହିତ ଶ୍ରୀଜଗନ୍ନାଥ ମନ୍ଦିରର ସଂକୀର୍ତ୍ତନ ଦଳ ସେବା ଯୋଗାଇଥିଲେ।

48
2622 views

Comment