logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଦେବଗଡ଼: ଓଡ଼ିଆ ଭର୍ଚୁଆଲ ଏକାଡେମୀର ଭାଷା ସମୃଦ୍ଧି ବୈଠକ

ଦେବଗଡ଼: ସ୍ଥାନୀୟ ଜିଲ୍ଲାପାଳଙ୍କ ବିକାଶ ଭବନ ସମ୍ମିଳନୀ କକ୍ଷରେ ଜିଲ୍ଲା ସଂସ୍କୃତି ଅଧିକାରୀ ମୁକେଶ କୁମାର ଭୋଇଙ୍କ ତତ୍ତ୍ୱାବଧାନରେ ଓଡ଼ିଆ ଭର୍ଚୁଆଲ ଏକାଡେମୀର ଭାଷା ସମୃଦ୍ଧି ଅଭିଯାନ କାର୍ଯ୍ୟକ୍ରମ ସମୀକ୍ଷା ବୈଠକ ଆୟୋଜିତ ହୋଇଥିଲା। ବୈଠକ ଅଧ୍ୟକ୍ଷତା କରିଥିବା ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ ଓଡ଼ିଆ ସଂସ୍କୃତି, ଭାଷା, ସାହିତ୍ୟ ଏବଂ ଇତିହାସ ସଂରକ୍ଷଣ ପାଇଁ ପ୍ରଯୁକ୍ତି ବିଦ୍ୟା ଓ ଡିଜିଟାଇଜେସନ୍ ମାଧ୍ୟମରେ ଉନ୍ନତିକରଣ, ସଂରକ୍ଷଣ ଓ ମାନବ ବୃଦ୍ଧି ଉପରେ ଗୁରୁତ୍ୱ ଦେଇଥିଲେ।

ଜିଲ୍ଲାପାଳ କହିଛନ୍ତି ଯେ କୃତ୍ରିମ ବୁଦ୍ଧିମତା ଓ ଆଧୁନିକ ଜ୍ଞାନକୌଶଳ ବ୍ୟବହାର କରି ଏକ ମଡେଲ ଡିଜିଟାଲ ଭାଷା ଭଣ୍ଡାର ପ୍ରସ୍ତୁତ କରାଯିବ, ଯାହା ଭାରତ ସରକାରଙ୍କ ଭାସିନି ପ୍ଲାଟଫର୍ମ ସହିତ ସଂଯୋଗ ହେବ। ଏହା ମାଧ୍ୟମରେ ଓଡ଼ିଆର ବହୁମୂଲ୍ୟ କୃତିତ୍ୱ ଅନ୍ୟ ଭାରତୀୟ ଭାଷା ଓ ଇଂରାଜୀରେ ଅନୁବାଦ ହେବ। ୱିକି, ଗୁଗୁଲ, ମାଇକ୍ରୋସଫ୍ଟ ଭଳି ଡିଜିଟାଲ ସର୍ଚ୍ଚ ପ୍ଲାଟଫର୍ମକୁ ମୁକ୍ତ ତଥ୍ୟ ଭାବେ ଉପଲବ୍ଧ କରାଯିବ।

ବୈଠକରେ ଭାରପ୍ରାପ୍ତ ଆରକ୍ଷୀ ଅଧିକ୍ଷକ ଧୀରଜ୍ ଚପରଦାର, ଅତିରିକ୍ତ ଜିଲ୍ଲାପାଳ ରେବେକା ବିଲୁଙ୍ଗ, ଜିଲ୍ଲାପରିଷଦ ଦିଲୀପ କୁମାର ପ୍ରଧାନ, ଏସିଏଫ୍ ଅରୁଣ କୁମାର ବେହେରା, ଜିଲ୍ଲା ଶିକ୍ଷା ଅଧିକାରୀ ଗେନ୍ଦ୍ରା କୁଜୁର୍, ଜିଲ୍ଲା ମଙ୍ଗଳ ଅଧିକାରୀ ଶିଶିର କୁମାର ପୁହାଣ, ମୁଖ୍ୟଚିକିତ୍ସାଧିକାରୀ ପ୍ରଭାତ କୁମାର ଓଝା, ଜିଲ୍ଲା ମତ୍ସ୍ୟ ଅଧିକାରୀ ଅଶୋକ ଇନ୍ଦୁଆର୍, ସଞ୍ଜୟ କୁମାର ପାତ୍ର, ଉଦ୍ୟାନ କୃଷି ଅନ୍ତର୍ଯ୍ୟାମୀ ସାହୁ ଓ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ। ବୈଠକରେ ଭାଷା, ସାହିତ୍ୟ, ସଂସ୍କୃତି, ଶିକ୍ଷା, ସ୍ବାସ୍ଥ୍ୟ, ବିଜ୍ଞାନ, କୃଷି, ଇତିହାସ ଓ ପାରମ୍ପରିକ ଔଷଧ ଭଳି ବିଭିନ୍ନ ମୁଦ୍ଦାରେ ଆଲୋଚନା ହୋଇଥିଲା।

3
133 views

Comment