ନୂଆପଡା୫ରେ ଭବିଷ୍ୟ ଦୃଷ୍ଟି କ୍ୟାରିଅର ମାର୍ଗଦର୍ଶନ କାର୍ଯ୍ୟକ୍ରମ ଆୟୋଜିତ
ନୂଆପଡା୫: କୋମନା ବ୍ଳକର ତରବୋଡ଼ ଶିଶୁ ମନ୍ଦିର ପ୍ରାଙ୍ଗଣରେ ଏକ ବ୍ୟାପକ କ୍ୟାରିଅର ମାର୍ଗଦର୍ଶନ କାର୍ଯ୍ୟକ୍ରମ 'ଭବିଷ୍ୟ ଦୃଷ୍ଟି' ଆୟୋଜିତ ହୋଇଥିଲା। ଏହାର ଲକ୍ଷ୍ୟ ଥିଲା ଦଶମ ଶ୍ରେଣୀ ପାସ କରିଥିବା ଛାତ୍ରଛାତ୍ରୀଙ୍କୁ ତାଙ୍କର ଭବିଷ୍ୟତ ଗଢ଼ିବାରେ ସହାୟତା କରିବା। କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କ ଚରିତ୍ର ଗଠନ, ଉଚ୍ଚ ଶିକ୍ଷାର ପଥ, ଏବଂ ସଫଳତା ପାଇଁ ଯୋଜନାଗତ ଭାବେ କିପରି ଆଗକୁ ବଢ଼ିବା ଜରୁରୀ ସେଥିପାଇଁ ବିସ୍ତୃତ ଆଲୋଚନା ହୋଇଥିଲା। ଦଶମ ପରେ ବିଜ୍ଞାନ, କଳା ଓ ବାଣିଜ୍ୟ ଶାଖାର ପାଠ୍ୟକ୍ରମ ଚୟନ ସମ୍ପର୍କରେ ଅତିଥିମାନେ ସରଳ ଭାଷାରେ ବ୍ୟାଖ୍ୟା କରିଥିଲେ।
ଏହି କାର୍ଯ୍ୟକ୍ରମ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ABVP) ପକ୍ଷରୁ ଆୟୋଜିତ ହୋଇଥିଲା ଓ ନୂଆପଡା ସଙ୍କୁଳର ପ୍ରମୁଖ ବିଶ୍ୱମ୍ବର ରାଉତ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ଥିଲେ। ଅଧ୍ୟାପକ ଭୁକନରାମ ଅହିର, ABVP ବିଭାଗ ସଂଯୋଜକ ଚୂଡ଼ାମଣି ପ୍ରଧାନୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଉମାକାନ୍ତ ପାଣ୍ଡେ, ପୂର୍ବତନ ଜିଲ୍ଲା ସଂଯୋଜକ ମନୋଜ ରଣା, ପରମାନନ୍ଦ ହଂସ ଓ ବ୍ୟାସ ନାରାୟଣ ଅହିର ମୁଖ୍ୟ ଅତିଥି ଭାବେ ଉପସ୍ଥିତ ଥିଲେ ଓ ଛାତ୍ରଛାତ୍ରୀଙ୍କୁ ମାର୍ଗଦର୍ଶନ ଦେଇଥିଲେ। ପ୍ରାୟ ୫୦ରୁ ଅଧିକ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ସକ୍ରିୟ ଭାଗ ନେଇ ନିଜ ଦ୍ୱିଧା ଓ ପ୍ରଶ୍ନ ଉପସ୍ଥାପନ କରିଥିଲେ, ଯାହାର ସମାଧାନ ଅତିଥିମାନେ ଦେଇଥିଲେ। କାର୍ଯ୍ୟକ୍ରମ ଧର୍ମପ୍ରିୟ ହଂସଙ୍କ ପରିଚାଳନାରେ ସଫଳ ଭାବେ ସମାପ୍ତ ହୋଇଥିଲା।