logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଅସ୍ତରଙ୍ଗରେ ବିଜେପିର ବିଜୟ ଉତ୍ସବ ଓ ଝାଲମୁଢ଼ି-ଲଡୁ ବଣ୍ଟନ

ଅସ୍ତରଙ୍ଗ, ମେ ୫, ୨୦୨୬: ଅସ୍ତରଙ୍ଗ ବଜାରରେ ଆଜି ଅପରାହ୍ଣ 3 ଟାରୁ ଭାରତୀୟ ଜନତା ପାର୍ଟି ପକ୍ଷରୁ ବିଜୟ ପର୍ବ ମହା ଆଡ଼ମ୍ବରେ ପାଳନ କରାଯାଇଛି। ସାଂସଦ ପ୍ରତିନିଧି ଦିବାକର ଛାଟୋଇଙ୍କ ନେତୃତ୍ୱରେ ଶତାଧିକ ବିଜେପି କର୍ମୀ ଓ ନେତା ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଶୋଭାଯାତ୍ରା ସନ୍ଧ୍ୟା ପର୍ଯ୍ୟନ୍ତ ଚାଲିଥିଲା ଏବଂ ଦଳୀୟ ପତାକା ଧରି କର୍ମୀମାନେ ବାଜା-ବାଣ ସହ ଅସ୍ତରଙ୍ଗ ବଜାର ପରିକ୍ରମା କରିଥିଲେ।



ଅପରାହ୍ଣ 3 ଟାରେ ମା ଜାଗୁଳାଇ ପଡିଆ ଠାରୁ ଆରମ୍ଭ ହୋଇଥିବା ଏହି ଶୋଭାଯାତ୍ରାରେ କର୍ମୀମାନେ ଲୋକଙ୍କୁ ଝାଲମୁଢ଼ି ଓ ଲଡୁ ବଣ୍ଟନ କରିଥିଲେ। ଢୋଲ ଓ ବ୍ୟାଣ୍ଡ ପାର୍ଟିର ତାଳେ ନୃତ୍ୟ କରି ଏବଂ 'ଭାରତ ମାତା କି ଜୟ' ଧ୍ୱନିରେ ପୂରା ଅଞ୍ଚଳ ପ୍ରକମ୍ପିତ ହୋଇଥିଲା। ସ୍ଥାନୀୟ ଲୋକମାନେ ବେଶ୍ ଉତ୍ସାହିତ ଥିଲେ ଏବଂ କର୍ମୀମାନେ ବାଣ ଫୁଟାଇ ବାଦ୍ୟ ବଜାଇ ବିଜୟ ଉତ୍ସବ ପାଳନ କରିଥିଲେ।

4
658 views

Comment