logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଦାମନଯୋଡିରେ ନିଭିଶାର ଜନ୍ମଦିନରେ ରକ୍ତଦାନ ଶିବିର ଆୟୋଜନ

ଦାମନଯୋଡି: ବିଶ୍ଵ ସାମ୍ୱାଦିକ ଦିବସରେ ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଶିକ୍ଷକ ଓ ସମାଜସେବୀ ନଳିନୀ କାନ୍ତ ସେନାପତି ତାଙ୍କ ନାତୁଣୀ ନିଭିଶାର ଜନ୍ମଦିନ ପାଳନ ପାଇଁ ମଲଥାଲପୁଟ ଫକୀର ମୋହନ ଷ୍ଟ୍ରିଟ୍ ସ୍ଥିତ ନିଜ ବାସଭବନରେ ଏକ ରକ୍ତଦାନ ଶିବିର ଆୟୋଜନ କରିଥିଲେ। ଏହି ଶିବିରରେ ନିଭିଶା, ତାଙ୍କ ପରିବାର ସଦସ୍ୟ, ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜର କର୍ମଚାରୀ, ଏଫବିଡିଓଓର ସଭାପତି ଡଃ ନରେଶ ଚନ୍ଦ୍ର ସାହୁ ଏବଂ ସ୍ୱେଚ୍ଛାସେବୀ ରକ୍ତଦାତାମାନେ ଅଂଶଗ୍ରହଣ କରିଥିଲେ। ଡଃ ନରେଶ ଚନ୍ଦ୍ର ସାହୁଙ୍କ ୧୦୧ତମ ରକ୍ତଦାନ ଏହି ଶିବିରରେ ହୋଇଥିଲା।

ଓଡ଼ିଶା ରକ୍ତଦାତା ମହାସଂଘ ଏବଂ ଓଡ଼ିଶା ବ୍ଲଡ଼ ସେଣ୍ଟର୍ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସପିଟାଲ କୋରାପୁଟ ରକ୍ତ ଭଣ୍ଡାରର ସହଯୋଗରେ ଏହି ଶିବିରରୁ ୩୪ ଟି ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା। ଡଃ ନିରୋଦ କୁମାର ପ୍ରଧାନ, ଟି ଗୁଡ୍ଡୁ ଦୋରା, ରଞ୍ଜିତ ଶବର, ଜୁମେଶ ଛାଟୋଇ, ସୁବାସ ଜେନା, ଶିବ ଶଙ୍କର ସାହୁ, ନର୍ମଦା ଜେନା, ଭବାନୀ ଶଙ୍କର ହୋତା ଓ ସୌମ୍ୟ କାନ୍ତ ସେନାପତି ଭଳି ୩୪ ଜଣ ରକ୍ତଦାତା ମାନେ ଶାମିଲ ଥିଲେ। ଡଃ ଚିତ୍ତ ରଞ୍ଜନ ମିଶ୍ର, ସ୍ନିଗ୍ଧାରାଣୀ ମିଶ୍ର, ଡଃ ରମେଶ ଚନ୍ଦ୍ର ଦାଶ, ନରସିଂହ ବ୍ରହ୍ମା ଓ କାମେଶ୍ୱରୀ ପାତ୍ର ଆଦି ଶିବିରରେ ଅଂଶଗ୍ରହଣ କରି ରକ୍ତଦାତାଙ୍କୁ ପ୍ରୋତ୍ସାହିତ କରିଥିଲେ।

13
1645 views

Comment