logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଦେବଗଡ଼ରେ ପହଁରା ଓ ବଞ୍ଚିବା କୌଶଳ ତାଲିମ ଆୟୋଜନ

ଦେବଗଡ଼: ଜିଲ୍ଲା ଜରୁରୀକାଳୀନ ଅଧିକାରୀ ମୁକେଶ କୁମାର ଭୋଇଙ୍କ ତତ୍ତ୍ୱାବଧାନରେ ଶନି ମନ୍ଦିର ନିକଟସ୍ଥ ପୁଷ୍କରିଣୀରେ ଯୁବ ପିଢ଼ୀଙ୍କ ପାଇଁ ପହଁରା ଓ ବୁଡ଼ି ଯିବା ପରେ ବଞ୍ଚିବାର ମୌଳିକ କୌଶଳ ତାଲିମ କାର୍ଯ୍ୟକ୍ରମ ଆୟୋଜିତ ହେଲା। ଏହି କାର୍ଯ୍ୟକ୍ରମରେ ଜିଲ୍ଲପାଳ କବିନ୍ଦ୍ର କୁମାର ସାହୁ, ଭାରପ୍ରାପ୍ତ ଆରକ୍ଷୀ ଅଧିକ୍ଷକ ଧୀରଜ୍ ଚପରଦାର, ଅତିରିକ୍ତ ଜିଲ୍ଲାପାଳ ରେବେକା ବିଲୁଙ୍ଗ, ଉପଜିଲ୍ଲାପାଳ ପରିକ୍ଷିତ ସାହୁ, ପୌରପରିଷଦ ଅଧ୍ୟକ୍ଷ ପ୍ରଜିତ କୁମାର ଭୋଜ ଓ ଜିଲ୍ଲା ପଞ୍ଚାୟତ ଅଧିକାରୀ ହେମନ୍ତ ସିଂ ପ୍ରମୁଖ ଭାବେ ଯୋଗ ଦେଇଥିଲେ।

ଏହି ତାଲିମ କାର୍ଯ୍ୟକ୍ରମ ୪.୦୫.୨୦୨୬ ରୁ ୦୯.୦୫.୨୦୨୫ ପର୍ଯ୍ୟନ୍ତ ଚାଳିବ ଓ ଓଡ଼୍ରାଫ୍ ଦଳ ତାଲିମ ପ୍ରଦାନ କରିବ। ୩୦ ଜଣ ଅଂଶଗ୍ରାହୀ ଏହି ପ୍ରଶିକ୍ଷଣରେ ଅଂଶ ନେବେ, ଯେଉଁଥିରେ ଦେବଗଡ଼ ମହାବିଦ୍ୟାଳୟର ଛାତ୍ରମାନେ ମଧ୍ୟ ଅଛନ୍ତି। କାର୍ଯ୍ୟକ୍ରମରେ ଜିଲ୍ଲା କ୍ରୀଡା ସଂସଦ ସମ୍ପାଦକ ଧୀରେନ୍ଦ୍ର ନାୟକ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମନୋରଞ୍ଜନ ସୂତାର, ପୋଲିସ ବିଭାଗ ଓ ଓଡ଼୍ରାଫ୍ ଟିମ୍ ମଧ୍ୟ ଉପସ୍ଥିତ ଥିଲେ।

0
0 views

Comment