ଦେବଗଡ଼ରେ ପହଁରା ଓ ବଞ୍ଚିବା କୌଶଳ ତାଲିମ ଆୟୋଜିତ
ଦେବଗଡ଼ : ଜିଲ୍ଲା ଜରୁରୀକାଳୀନ ଅଧିକାରୀ ମୁକେଶ କୁମାର ଭୋଇଙ୍କ ତତ୍ତ୍ୱାବଧାନରେ ଏକ ପହଁରା ଏବଂ ବଞ୍ଚିବାର ମୌଳିକ କୌଶଳ ତାଲିମ କାର୍ଯ୍ୟକ୍ରମ ଶନି ମନ୍ଦିର ନିକଟସ୍ଥ ପୁଷ୍କରିଣୀରେ ଆୟୋଜିତ ହେଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ, ଭାରପ୍ରାପ୍ତ ଆରକ୍ଷୀ ଅଧିକ୍ଷକ ଧୀରଜ୍ ଚପରଦାର, ଅତିରିକ୍ତ ଜିଲ୍ଲାପାଳ ରେବେକା ବିଲୁଙ୍ଗ, ଉପଜିଲ୍ଲାପାଳ ପରିକ୍ଷିତ ସାହୁ, ପୌରପରିଷଦ ଅଧ୍ୟକ୍ଷ ପ୍ରଜିତ କୁମାର ଭୋଜ ଓ ଜିଲ୍ଲା ପଞ୍ଚାୟତ ଅଧିକାରୀ ହେମନ୍ତ ସିଂ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।
କାର୍ଯ୍ୟକ୍ରମରେ ବିପର୍ଯ୍ୟୟ ସମୟରେ ଲୋକମାନେ କିପରି ଉଦ୍ଧାର ହେବେ ସେଥିରେ ଅତିଥିମାନେ ଅବଗତ କରାଇଥିଲେ । ଏହି ତାଲିମ ୪ ମଇ ୨୦୨୬ ରୁ ୯ ମଇ ୨୦୨୬ ପର୍ଯ୍ୟନ୍ତ ଚାଲିବା ଯୋଜନା ରହିଛି ଓ ଓଡ଼୍ରାଫ୍ ଦଳ ତାଲିମ ପ୍ରଦାନରେ ମାର୍ଗଦର୍ଶନ କରିବେ । ୩୦ ଜଣ ଅଂଶଗ୍ରାହୀ ଏହି ପ୍ରଥମ ବ୍ୟାଚରେ ଅଂଶ ନେବେ ଯେଉଁଥିରେ ଦେବଗଡ଼ ମହାବିଦ୍ୟାଳୟର ଛାତ୍ରମାନେ ମଧ୍ୟ ଅଂଶ ନେଇଛନ୍ତି ।
କାର୍ଯ୍ୟକ୍ରମରେ ଜିଲ୍ଲା କ୍ରୀଡା ସଂସଦ ସମ୍ପାଦକ ଧୀରେନ୍ଦ୍ର ନାୟକ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମନୋରଞ୍ଜନ ସୂତାର, ପୋଲିସ ବିଭାଗ ଓ ଓଡ଼୍ରାଫ୍ ଟିମ୍ ମୁଖ୍ୟ ଉପସ୍ଥିତ ଥିଲେ ।