କେନ୍ଦୁଝର ଭୂଇଁପୁରରେ ନିମ୍ନମାନର ହନୁମାନ ମନ୍ଦିର ନିର୍ମାଣରେ ଜନଅସନ୍ତୋଷ
କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକ ଭୂଇଁପୁର ଗ୍ରାମପଞ୍ଚାୟତରେ ହନୁମାନ ମନ୍ଦିର ପିଣ୍ଡିର ନିର୍ମାଣ କାର୍ଯ୍ୟ ନିମ୍ନମାନର ହେବା ନେଇ ଏକ ତୀବ୍ର ପ୍ରତିକ୍ରିୟା ଦେଖାଯାଇଛି। ଏହି ପ୍ରକଳ୍ପ ସ୍ଥଳରେ ସରକାରୀ ନିୟମ ଅନୁଯାୟୀ ଆବଶ୍ୟକ ସୂଚନା ଫଳକ ନଥିବାରୁ ଲୋକମାନେ ପ୍ରକଳ୍ପର ବ୍ୟୟ ଓ କାର୍ଯ୍ୟ ଦାୟିତ୍ୱ ବିଷୟରେ ଅନ୍ଧକାରରେ ରହିଛନ୍ତି।
କଙ୍କ୍ରିଟ କାମ ହେଉଥିବା ପରିସରରେ ବ୍ଲକ ପ୍ରଶାସନର କୌଣସି ଅଧିକାରୀ ଉପସ୍ଥିତ ନଥିବା ଏବଂ ଚମ୍ପୁଆ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ଭୂଇଁପୁର ପଞ୍ଚାୟତର କନିଷ୍ଠ ଯନ୍ତ୍ରୀଙ୍କ ସହ ଯୋଗାଯୋଗ ହୋଇପାରିନଥିବା କଥା ଜଣାପଡିଛି। ଏହି ନୀରବତା ପ୍ରଶାସନର ଦୁର୍ନୀତି ସନ୍ଦେହକୁ ଜନ୍ମ ଦେଇଛି। (ହେମନ୍ତ କୁମାର ମହାନ୍ତ ଙ୍କ ରିପୋର୍ଟ)