logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଠାକୁରଗଡ଼ରେ ବିଜେପିର ସାଙ୍ଗଠନିକ ବୈଠକ: ଅଜିତ ମିଶ୍ର ନୂତନ ସଭାପତି ଭାବେ ମନୋନୀତ l

ଅନୁଗୋଳ (କରୁଣାକର ନାୟକ )30/4
ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ ସହ ସଂଗଠନକୁ ସୁଦୃଢ଼ କରିବା ଲକ୍ଷ୍ୟରେ ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଠାକୁରଗଡ଼ଠାରେ ବିଜେପିର ଏକ ଗୁରୁତ୍ୱପୂର୍ଣ୍ଣ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଠାକୁରଗଡ଼ ରାମ ମନ୍ଦିର ପ୍ରାଙ୍ଗଣରେ ସନ୍ଧ୍ୟା ୬ ଘଟିକା ସମୟରେ ଆୟୋଜିତ ଏହି ବୈଠକରେ ଦଳୀୟ ସଂଗଠନ ଓ ଆଗାମୀ କାର୍ଯ୍ୟପନ୍ଥା ଉପରେ ବିଷଦ ଆଲୋଚନା କରାଯାଇଛି।
ଏହି ବୈଠକରେ ପୂର୍ବତନ ବିଧାୟକ ତଥା ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରମେଶ ଚନ୍ଦ୍ର ସାଏ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଠାକୁରଗଡ଼ ବିଜେପି ମଣ୍ଡଳ ସଭାପତି ସୁଜିତ କୁମାର ଦେହୁରୀ ଉପସ୍ଥିତ ରହି ଦଳୀୟ କର୍ମୀଙ୍କୁ ଉତ୍ସାହିତ କରିବା ସହ ଆଗାମୀ ନିର୍ବାଚନରେ କିପରି ବିଜେପି ବହୁମତରେ ପଞ୍ଚାୟତ ଦଖଲ କରିବ, ସେ ନେଇ ଗୁରୁମନ୍ତ୍ର ଦେଇଥିଲେ। ସଂଗଠନର ସୁପରିଚାଳନା ପାଇଁ ପଞ୍ଚାୟତ ସ୍ତରୀୟ ନୂତନ କାର୍ଯ୍ୟକାରୀ କମିଟି ଗଠନ କରାଯାଇଛି: ସଭାପତି ଅଜିତ ମିଶ୍ର ଉପ-ସଭାପତି ସୁନୀଲ ପ୍ରଧାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ପ୍ରତି ଆସ୍ଥା ପ୍ରକଟ କରିବା ସହ ଦେଶର ବିକାଶ ଧାରାକୁ ଆଗକୁ ନେବା ପାଇଁ "ଧନ, ମନ ଓ ତନ" ଦେଇ କାର୍ଯ୍ୟ କରିବାକୁ ନବ ନିର୍ବାଚିତ କର୍ମକର୍ତ୍ତା ଓ କର୍ମୀମାନେ ଶପଥ ନେଇଥିଲେ। ଦଳୀୟ ସଂଗଠନକୁ ତୃଣମୂଳ ସ୍ତରରେ ଶକ୍ତିଶାଳୀ କରିବା ପାଇଁ ସମସ୍ତେ ଏକମତ ହୋଇଥିଲେ। ଏହି ସାଙ୍ଗଠନିକ ବୈଠକରେ ୨୦୦ରୁ ଅଧିକ ସକ୍ରିୟ ଦଳୀୟ କର୍ମୀ ଯୋଗ ଦେଇଥିଲେ। ପଞ୍ଚାୟତରେ ବିଜେପିର ଏହି ବୈଠକ ସ୍ଥାନୀୟ ରାଜନୀତିରେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି।

172
9196 views

Comment