ସାଇଁକୁଳ ରେ ଜଳଛତ୍ର ଉଦଘାଟନ।
ସାଇଁକୁଳ ରେ ଜଳଛତ୍ର ଉଦଘାଟନ।
ଘସିପୁରା:୨୯/୦୪, ଘସିପୁରା ବ୍ଲକ ସାଇଁକୁଳ ମାର୍କେଟ ର ମା ଦୁର୍ଗା ଅଟୋ ଷ୍ଟାଣ୍ଡ ଠାରେ ଜଳଛତ୍ର ଉଦଘାଟନ ହୋଇ ଯାଇଛି। ପ୍ରବଳ ଗ୍ରୀଷ୍ମ ତାପ ଓ ଅସହ୍ୟ ଗରମ କୁ ଆଖି ଆଗରେ ରଖି ମା ଦୁର୍ଗା ଅଟୋ ସଂଘ ର ସଭାପତି ବିପିନ ବିହାରୀ ଦେହୁରୀ ଓ ତାଙ୍କ ସହଯୋଗୀ ମାନେ ଏକାଠି ହୋଇ ଜଳଛତ୍ର କରିବା ପାଇଁ ଧାର୍ଯ୍ୟ କରିଥିଲେ। ସାଇଁକୁଳ ଗ୍ରାମର ମୁରବି ତଥା ଆଦର୍ଶ ପୁରୁଷ ଅନନ୍ତ ଚରଣ ସ୍ବାଇଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଅବସରପ୍ରାତଃ ସେନା ଅଧିକାରୀ ତଥା ଯୁବ ସମାଜସେବୀ ସନ୍ତୋଷ ସ୍ବାଇଁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ସାଇଁକୁଳ ବସ୍ ଷ୍ଟପ ରେ ଓଲ୍ହାଉଥିବା ସମସ୍ତ ଯାତ୍ରୀ ଙ୍କୁ ଥଣ୍ଡା ଜଳ ବଣ୍ଟନ କରାଯାଇଥିଲା। ଭାନୁ ପ୍ରତାପ ପଟ୍ଟନାୟକ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିବା ବେଳେ ମା ଦୁର୍ଗା ଅଟୋ ସଂଘ ର ସମସ୍ତ କାର୍ଯ୍ୟ କର୍ତ୍ତା ସହଯୋଗ କରିଥିଲେ।
ଖଣ୍ଡାଧାର ନିଉଜ- ବିଜୟ ଜେନାଙ୍କ ରିପୋର୍ଟ।