logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଧରଣୀଧର ବିଶ୍ବବିଦ୍ୟାଳୟ ରେ ସଚେତନତା କର୍ମଶାଳା।

ଧରଣୀଧର ବିଶ୍ବବିଦ୍ୟାଳୟ ରେ ସଚେତନତା କର୍ମଶାଳା।

କେନ୍ଦୁଝର ତା ୨୯-୦୪-୨୦୨୬ , ଧରଣୀଧର ବିଶ୍ବବିଦ୍ୟାଳୟ ରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। କର୍ମଶାଳା ର ବିଷୟ ଥିଲା "ମାନସିକ ସ୍ୱାସ୍ଥ୍ୟବୃଦ୍ଧି ଓ ଦୁଃଶ୍ଚିନ୍ତା ଦୂର କରିବାରେ ଯୋଗ ର ଭୂମିକା "। ବିଶ୍ୱବିଦ୍ୟାଳୟ ରେ ନୂତନ ଭାବରେ ଯୋଗଦେଇଥିବା କୁଳପତି ପ୍ରଫେସର ସଞ୍ଜୟ କୁମାର ପାତ୍ର କର୍ମଶାଳା ର ଉଦଘାଟନ କରି କହିଥିଲେ ମାନସିକ ସୁସ୍ଥତା ହିଁ ଜ୍ଞାନ ପରିବୃଦ୍ଧି ରେ ସହାୟକ ହୋଇଥାଏ।ଏଥିରେ ବିଷୟ ବିଶେଷଜ୍ଞ ଭାବରେ ଯୋଗ ଦେଇଥିଲେ ବରିଷ୍ଟ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ମମତା ଜେନା ।ସେ ତାଙ୍କ ବକ୍ତବ୍ୟ ରେ କହିଥିଲେ ଖାଦ୍ୟ ଗ୍ରହଣ କରିବା ର ନିୟମ ହିଁ ସୁନ୍ଦର ସ୍ୱାସ୍ଥ୍ୟ ର କାରଣ ହୋଇଥାଏ। ପତଞ୍ଜଳୀ କେନ୍ଦୁଝର ଶାଖା ର ସଦସ୍ୟ ଶ୍ରୀ ମାଗୁଣି ଚରଣ ବାରିକ ତାଙ୍କ ବକ୍ତବ୍ୟ ରେ ଯୋଗ ର ଗୁରୁତ୍ୱ ଦର୍ଶାଇଥିଲେ। ଏହି କର୍ମଶାଳା ରେ ସ୍ନାତକୋତ୍ତର ପରିଷଦ ର ଅଧ୍ୟକ୍ଷ ଡକ୍ଟର ପ୍ରଭୁ ପ୍ରସାଦ ଦାସ ଓ କୁଳସଚିବ ସୁଶ୍ରୀ ପ୍ରତିଭା ପୃଷ୍ଟି ଯୋଗ ଦେଇଥିଲେ। କାର୍ଯକ୍ରମ ର ପରିଚାଳନା କରିଥିଲେ ଶକ୍ତିଶ୍ରୀ ର ସଂଯୋଜିକା ଡକ୍ଟର ଅନୁପମା ଦାଶ ଓ ଶକ୍ତିଶ୍ରୀ ର ଅଧକ୍ଷ ଶ୍ରୀ ବିଜୟ କୁମାର ବେହେରା । କର୍ମଶାଳା ର ଆୟୋଜନ କରିଥିଲେ ଶ୍ରୀମତୀ ମନୋରମା ଖଣ୍ଡା, ଡକ୍ଟର ସ୍ମିତା ରାଣୀ ବେହେରା ଓ ଲେଫ୍ଟେନାଣ୍ଟ ସଲମା କିସ୍କୁ। କାର୍ଯ୍ୟକ୍ରମ ରେ ଦୁଇଶହରୁ ଅଧିକ ଛାତ୍ରୀ ଅଂଶ ଗ୍ରହଣ କରିଥିଲେ।

ଖଣ୍ଡାଧାର ନିଉଜ- ସାମ୍ବାଦିକ ସତ୍ୟଜିତ ମିଶ୍ରଙ୍କ ରିପୋର୍ଟ।

4
836 views

Comment