logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ବ୍ୟାଙ୍କକୁ ମୃତ ଭଉଣୀଙ୍କ କଙ୍କାଳ ଧରି ଯିବା ଘଟଣା:ବିଜେଡି ପ୍ରତିନିଧି ଦଳ ଜିତୁ ମୁଣ୍ଡାଙ୍କୁ ଭେଟିଲା- ନ୍ୟାୟିକ ତଦନ୍ତ ଦାବୀ ସହ ପ୍ରଶାସନ ଓ ବ୍ୟାଙ୍କ ଅଧିକାରୀଙ୍କୁ ଦାୟୀ!

ବ୍ୟାଙ୍କକୁ ମୃତ ଭଉଣୀଙ୍କ କଙ୍କାଳ ଧରି ଯିବା ଘଟଣା:ବିଜେଡି ପ୍ରତିନିଧି ଦଳ ଜିତୁ ମୁଣ୍ଡାଙ୍କୁ ଭେଟିଲା- ନ୍ୟାୟିକ ତଦନ୍ତ ଦାବୀ ସହ ପ୍ରଶାସନ ଓ ବ୍ୟାଙ୍କ ଅଧିକାରୀଙ୍କୁ ଦାୟୀ!

କେନ୍ଦୁଝର,୨୯ା୦୪: (ଖଣ୍ଡାଧାର ନିଉଜ ବ୍ୟୁରୋ) ବିଜୁ ଜନତା ଦଳର ଏକ ପ୍ରତିନିଧି ଦଳ ବୁଧବାର ଦିନ ମଲ୍ଲୀପଶି ନିକଟସ୍ଥ ଡିଆନାଳି ଗ୍ରାମର ଜିତୁ ମୁଣ୍ଡାଙ୍କୁ ଭେଟିବା ସହିତ ଏପରି ସମ୍ବେଦନଶୀଳ ଓ ସ୍ପର୍ଶକାତର ଘଟଣାରେ ପ୍ରଶାସନ,ପୋଲିସ ଓ ବ୍ୟାଙ୍କ ଅଧିକାରୀଙ୍କୁ ଦାୟୀ କରିଛନ୍ତି । କଲରା ମୁଣ୍ଡାଙ୍କ ଜୀବିତ ଅବସ୍ଥାରେ ତାଙ୍କ ଭାଇ ଜିତୁ ମୁଣ୍ଡା ବାରମ୍ବାର ଅର୍ଥ ଉଠାଣ ପାଇଁ ବ୍ୟାଙ୍କକୁ ଦୌଡି ନିରାଶ ହୋଇଥିବା କଥା ବିଜେଡି ନେତାମାନଙ୍କ ଆଗରେ ପ୍ରକାଶ କରିଛନ୍ତି । ଜିତୁ ମୁଣ୍ଡା ତା ଭଉଣୀ କଲରା ମୁଣ୍ଡାଙ୍କ କଙ୍କାଳକୁ ବ୍ୟାଙ୍କରୁ ପୁଣି ଆଉ ଥରେ ଡିଆନାଳୀ ପର୍ଯ୍ୟନ୍ତ ନେବା ତାହା ପୁଣି ପୋଲିସର ଉପସ୍ଥିତିରେ ଏହା ଏକ ସଭ୍ୟସମାଜ ପାଇଁ କେତେଦୂର ଗ୍ରହଣୀୟ ଏହାର ପ୍ରଶ୍ନ ସରକାରଙ୍କ ନିକଟରେ ବିଜେଡି ରଖିଛି । ବିଜେଡି ପକ୍ଷରୁ ପୋଲିସର ଅମାନବୀୟ କାର୍ଯ୍ୟ ପାଇଁ ନିନ୍ଦା କରାଯାଇଥିବା ସହ ବ୍ୟାଙ୍କର ଆଂଚଳିକ ପରିଚାଳକଙ୍କ ଦାୟିତ୍ୱହୀନ ମନ୍ତବ୍ୟ ଏକ ରୁଗଣ ମାନସିକତା ବୋଲି ବିଧାୟକ ଶ୍ରୀ ପାତ୍ର ପ୍ରକାଶ କରିଛନ୍ତି । ଏହାସହ ସ୍ଥାନୀୟ ଅଧିବାସୀ ମଧ୍ୟ ଏହି ଓଡିଶା ଗ୍ରାମ୍ୟ ବ୍ୟାଙ୍କଦ୍ୱାରା ସୁଫଳ ପାଇପାରୁ ନ ଥିବା କଥା ମଧ୍ୟ ଅଭିଯୋଗ କରିଛନ୍ତି ବୋଲି ଶ୍ରୀ ପାତ୍ର ପ୍ରକାଶ କରିଛନ୍ତି । ବିଜେଡିର ଘଟଣା ଅନୁଧ୍ୟାନକାରୀ ଦଳରେ ଘଷିପୁରା ବିଧାୟକ ତଥା ପୁର୍ବତନ ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର,ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠୀ,ବିଜେଡି ଜିଲ୍ଲା ସଭାପତି ଆଶିଷ ଚକ୍ରବର୍ତ୍ତୀ,କେନ୍ଦୁଝର ଜିଲ୍ଲାପରିଷଦ ସଭାନେତ୍ରୀ ସାଗରିକା ସାହୁ,ପୁର୍ବତନ ପାଟଣା ବିଧାୟକ ଜଗନ୍ନାଥ ନାୟକ,ଜିଳ୍ଲାପରିଷଦ ସଦସ୍ୟ ସୁରେନ୍ଦ୍ର ଜେନା,ବୁଦ୍ଧଦେବ ମହାକୁଡ,ଯାଜ୍ଞସେନୀ ମହାନ୍ତ,ସୌଭାଗ୍ୟମଞ୍ଜରୀ ମହାନ୍ତ,ରୁନୁ ମହାନ୍ତ,ଜିଲ୍ଲା ସାଧାରଣ ସମ୍ପାଦକ ପରେଶ ପ୍ରଧାନ,ପ୍ରମୋଦ କୁମାର ଭଞ୍ଜଦେଓ,ପାଟଣା ବ୍ଲକ ବିଜେଡି ସଭାପତି ମାଧବାନନ୍ଦ ପୃଷ୍ଟି,ପୂର୍ବତନ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ରାମରାୟ ମୁନ୍ଦୁୟା,ଉପାଧ୍ୟକ୍ଷ ନାରାୟଣ ପୂର୍ତ୍ତି, ପାଟଣା ଓ ସାହରପଡା ବ୍ଲକର ବହୁ ସରପଂଚ ଓ ସମିତି ସଭ୍ୟ ପ୍ରତିନିଧିମଣ୍ଡଳୀରେ ଯୋଗ ଦେଇ ଜିତୁ ମୁଣ୍ଡାଙ୍କୁ ସାନ୍ତ୍ୱନା ଦେବା ସହିତ ଆର୍ଥିକ ସହାୟତା ପ୍ରଦାନ କରିଥିଲେ ।

17
1157 views

Comment