logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ବରଗଡ଼ ଜିଲ୍ଲାରେ ଶିକ୍ଷା ବିଭାଗକୁ ନେଇ ଏକ ଚର୍ଚ୍ଚିତ ଏବଂ ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି।

ବରଗଡ଼ ବ୍ଲକ ଶିକ୍ଷା ଅଧିକାରୀ ଏବଂ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ବିରୋଧରେ ଯୌନ ନିର୍ଯାତନା ସହ ସରକାରୀ ଅର୍ଥ ହେରଫେର ଅଭିଯୋଗ ଆସିଥିବା ଜଣାପଡ଼ିଛି l
ଗତକାଲି BEO, ସୁରେନ୍ଦ୍ର ସାହୁ, DEO ଜ୍ୟୋତିକାନ୍ତ ସାହୁ ଏବଂ ଜଣେ PET ଶିକ୍ଷକଙ୍କୁ ବରଗଡ ଟାଉନ ଥାନାରେ ଅଟକ ରଖାଯାଇଥିବା ସୂଚନା ମିଳିଛି।
ଅଭିଯୋଗ ଅନୁଯାୟୀ, କିଛି ଶିକ୍ଷୟତ୍ରୀଙ୍କୁ ମାନସିକ ଓ ଶାରୀରିକ ଭାବେ ଉତ୍ପୀଡନ କରାଯାଇଥିବା ବେଳେ ସାହସର ସହିତ ଜଣେ ଶିକ୍ଷୟତ୍ରୀ ଲିଖିତ ଅଭିଯୋଗ ଆଣିଥିଲେ l ତେବେ ଅଧିକ ତଦନ୍ତ ପରେ ସରକାରୀ ଧନର ବ୍ୟବହାରରେ ମଧ୍ୟ ଅନିୟମିତତା ହୋଇଥିବା କଥା ସାମ୍ନାକୁ ଆସିଛି। ଘଟଣାର ତଦନ୍ତ ଆରମ୍ଭ ହେବା ପରେ ଚାଞ୍ଚଲ୍ୟକର ତଥ୍ୟ ମିଳିଥିବା ଜଣାପଡ଼ିଛି।

8
471 views

Comment