logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଅସ୍ତରଙ୍ଗରେ ସବୁଜ ଶାଖାର ସ୍ୱଚ୍ଛତା ଅଭିଯାନ: ମାସ ଶେଷ ଗୁରୁବାରେ ସଫେଇ କାର୍ଯ୍ୟକ୍ରମ


ଅସ୍ତରଙ୍ଗ, ୩୦/୦୪/୨୦୨୬: ଆଜି ମାସର ଶେଷ ଗୁରୁବାର ଦିନ ଅସ୍ତରଙ୍ଗ ବଜାର ଅଞ୍ଚଳରେ ସବୁଜ ଶାଖାର କର୍ମକର୍ତା ମାନଙ୍କ ଦ୍ୱାରା ବ୍ୟାପକ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସକାଳ ୭ଟାରୁ ହିଁ ସଙ୍ଗଠନର ସଦସ୍ୟମାନେ ବଜାର ରାସ୍ତା, ଦୋକାନ ଆଗ ଓ ଆଖପାଖ ଅଞ୍ଚଳକୁ ସଫା କରିବାରେ ଲାଗି ପଡ଼ିଥିଲେ।

ମୁଖ୍ୟ ଦୃଶ୍ୟ:
• ପ୍ରଥମ ଚିତ୍ରରେ କର୍ମକର୍ତାମାନେ ଏକ ଟ୍ରାକ୍ଟର ଟ୍ରଲିରେ ଅଳିଆ ବୋହୁଥିବା ବେଳେ ଜଣେ ବ୍ୟକ୍ତି ରାସ୍ତା କଡ଼ରୁ ଅଳିଆ ଉଠାଇ ପାତ୍ରରେ ରଖୁଥିବା ଦେଖିବାକୁ ମିଳିଛି। ସ୍ଥାନୀୟ ଲୋକେ ମଧ୍ୟ ଏଥିରେ ସହଯୋଗ କରୁଛନ୍ତି। • ଦ୍ୱିତୀୟ ଚିତ୍ରରେ ଦୁଇଜଣ ସଦସ୍ୟ ଝାଡୁ ଧରି ଦୋକାନ ସମ୍ମୁଖ ଓ ରାସ୍ତାରେ ଜମିଥିବା ଧୂଳି, ପତ୍ର ଓ ଅଳିଆ ସଫା କରୁଛନ୍ତି। ମେଡିସିନ୍ ଦୋକାନ ଓ ଅନ୍ୟ ବ୍ୟବସାୟିକ ପ୍ରତିଷ୍ଠାନ ଆଗ ଅଞ୍ଚଳ ସମ୍ପୂର୍ଣ୍ଣ ସଫା କରାଯାଉଛି।
ସଙ୍ଗଠନର ବକ୍ତବ୍ୟ:
ସବୁଜ ଶାଖାର ଜଣେ କର୍ମକର୍ତ୍ତା କହିଛନ୍ତି, "ପ୍ରତି ମାସ ଶେଷ ଗୁରୁବାରରେ ଆମେ ଅସ୍ତରଙ୍ଗର କୌଣସି ଗୋଟିଏ ଅଞ୍ଚଳକୁ ବାଛି ସଫେଇ କରୁଛୁ। ଆଜି ବଜାର ଅଞ୍ଚଳକୁ ନେଇଥିଲୁ କାରଣ ଏଠାରେ ଜନଗହଳି ଅଧିକ ଓ ଅଳିଆ ଜମିବାର ସମ୍ଭାବନା ଅଧିକ। ସ୍ୱଚ୍ଛ ଅସ୍ତରଙ୍ଗ, ସୁସ୍ଥ ଅସ୍ତରଙ୍ଗ ଆମର ଲକ୍ଷ୍ୟ।"

ସ୍ଥାନୀୟ ପ୍ରତିକ୍ରିୟା:
ବଜାରର ଦୋକାନୀ ଓ ସ୍ଥାନୀୟ ବାସିନ୍ଦା ଏହି ଉଦ୍ୟମକୁ ପ୍ରଶଂସା କରିଛନ୍ତି। ଜଣେ ଦୋକାନୀ କହିଲେ, "ସକାଳୁ ସକାଳୁ ଏମାନେ ଆସି ସବୁ ସଫା କରିଦେଲେ। ଏଭଳି କାମ ନିୟମିତ ହେଲେ ବଜାରର ରୂପ ବଦଳିଯିବ।"

ଏହି ସଫେଇ କାର୍ଯ୍ୟକ୍ରମ ପରେ ସଂଗୃହିତ ଅଳିଆକୁ ଟ୍ରାକ୍ଟର ଯୋଗେ ନିର୍ଦ୍ଧାରିତ ଡମ୍ପିଂ ୟାର୍ଡକୁ ନିଆଯାଇଥିଲା। ସବ

3
467 views

Comment