logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

*ଆଶାକର୍ମୀ ଙ୍କୁ ଚାପିଦେଲା ଟ୍ରକ୍*


ଦାମନଯୋଡି: ଦାମନଯୋଡି ଥାନା ଅନ୍ତର୍ଗତ ମାଥାଲପୁଟ ସହିଦ୍ ଲକ୍ଷ୍ମଣ ନାୟକ ଛକ ନିକଟରେ ଆଶାକର୍ମୀ ଙ୍କୁ ଏକ ଟ୍ରକ୍ ଚାପିଦେବା ଫଳରେ ତାଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି । ଖବର ନେବାରେ ଜଣାପଡିଛି କି, କଳାହାଣ୍ଡି କଲୋନୀର କରିସ୍ମା ବାଘ ସକାଳୁ ନିଜ ଡିୟୁଟି ସାରି ଘରକୁ ଫେରୁଥିବା ସମୟରେ ସହିଦ୍ ଲକ୍ଷ୍ମଣ ନାୟକ ଛକ ନିକଟରେ ଏକ ୧୪ଚକିଆ ଟ୍ରକ୍ (ଓଡି ୦୭ ଟି ୭୦୭୫) ଧକ୍କା ଦେବା ଫଳରେ ସେହିଠାରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ଖବର ପାଇ ଦାମନଯୋଡି ପୁଲିସ ଘଟଣା ସ୍ଥଳରେ ପହଞ୍ଚିଥିବା ବେଳେ ମୃତକ ପରିବାର ଓ କଲୋନୀ ଲୋକେ ରାସ୍ତା ଉପରେ ଶବ ରଖି ରାସ୍ତା ଅବରୋଧ କରି କ୍ଷତି ପୂରଣ ପାଇଁ ଅଡ଼ି ବସିଥିଲେ । ତେବେ ପୁଲିସ ଉପସ୍ଥିତିରେ ଟ୍ରକ୍ ମାଲିକ ଓ ମୃତକ ପରିବାର ଲୋକ ଙ୍କ ମଧ୍ୟରେ ବୁଝାସୁଝା ହେବା ପରେ ଶବ ଉଠା ଯାଇଥିଲା । ମୃତକ କରିସ୍ମା ଙ୍କ ଗୋଟିଏ ଲେଖାଏଁ ପୁଅ ଝିଅ ଅଛନ୍ତି ବୋଲି ସୂଚନା ମିଳିଛି । ଦାମନଯୋଡି ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହିତ ଟ୍ରକ ଜବତ କରିଛି ।

65
2761 views

Comment