logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଦାମୋଦର ସଂସ୍କୃତ ମହାବିଦ୍ୟାଳରେ ଇନୋଭେସନ୍ ଓ ଷ୍ଟାଟ୍‌ଅପ୍ କାର୍ଯ୍ୟକ୍ରମ ଉଦ୍‌ଯାପିତ।

ଦାମୋଦର ସଂସ୍କୃତ ମହାବିଦ୍ୟାଳରେ ଇନୋଭେସନ୍ ଓ ଷ୍ଟାଟ୍‌ଅପ୍ କାର୍ଯ୍ୟକ୍ରମ ଉଦ୍‌ଯାପିତ।

ଭଦ୍ରକ -୨୮ /୦୪(ଖଣ୍ଡାଧାର ନିଉଜ) ଭଦ୍ରକ ପୁରୁଣାବଜାର ସ୍ଥିତ ଦାମୋଦର ସଂସ୍କୃତ ମହାବିଦ୍ୟାଳୟରେ ଇନୋଭେସନ୍ ଓ ଷ୍ଟାଟଅପ୍ ପ୍ରୋଗ୍ରାମ୍‌ର ଉଦ୍‌ଯାପନ ସମାରୋହ ଅଧ୍ୟକ୍ଷ ଡ଼ଃ ନିତ୍ୟାନନ୍ଦ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ସମାରୋହରେ ମୁଖ୍ୟ ଅତିଥିଭାବେ ସମାଜସେବୀ ତଥା ଫେଲୋସିପ୍‌ର ସଭାପତି ଶ୍ରୀଯୁକ୍ତ ଲଲାଟେନ୍ଦୁ ମହାନ୍ତି ଯୋଗ ଦେଇଥିବା ବେଳେ ଓଡ଼ିଆ ଭାଷା ସାହିତ୍ୟ ଗବେଷକ ପଣ୍ଡିତ ଦୈତ୍ୟାରି ମହାପାତ୍ର ମୁଖ୍ୟବକ୍ତା ଭାବେ ଯୋଗଦେଇ କହିଥିଲେ ପ୍ରତ୍ୟେକ ଛାତ୍ର ଛାତ୍ରୀ ଶିକ୍ଷା ସହିତ ତାଙ୍କ ଭିତରେ ଥିବା ଲୁକ୍କାୟିତ ଅନ୍ତର୍ନିହିତ ଗୁଣ ଉପରେ ପ୍ରାଧାନ୍ୟ ଦେବା ଉଚିତ। ବର୍ତ୍ତମାନର ସାମାଜିକ ଚଳନୀ ଓ ବିଚାର ବ୍ୟବସ୍ଥାକୁ ଆଖି ଆଗରେ ରଖି ନୈତିକ ଶିକ୍ଷା ଏବଂ ବୌଦ୍ଧିକ ଶିକ୍ଷାକୁ ବିଶେଷ ଭାବେ ଗୁରୁତ୍ୱ ଦେବା ଆବଶ୍ୟକ। ବିଶିଷ୍ଟ ଅତିଥି ଶିକ୍ଷାବିତ୍ ଡ଼ଃ ପ୍ରଭାତ କୁମାର ମହାନ୍ତି ଓ ସମ୍ମାନିତ ଅତିଥି ପ୍ରାକ୍ତନ ଅଧ୍ୟକ୍ଷ ଡ଼ଃ କୃପାସିନ୍ଧୁ ନାୟକ ପ୍ରମୁଖ ଯୋଗଦେଇ ଇନୋଭେସନ୍ ଓ ଷ୍ଟାଟ୍ ଅପ୍ ପ୍ରୋଗ୍ରାମ୍‌ର ଆଭିମୁଖ୍ୟ ପ୍ରଦାନ କରିବା ସଂଗେ ସଂଗେ କିପରି ଛାତ୍ରସମାଜ ଆତ୍ମନିର୍ଭରଶୀଳ ହୋଇପାରିବେ ଉକ୍ତ ବିଷୟରେ ଅତିଥିମାନେ ପୃଥକ ପୃଥକ ବକ୍ତବ୍ୟମାନ ରଖିଥିଲେ । ପ୍ରୋଗ୍ରାମର ସଂଯୋଜକ ଅଧ୍ୟାପକ ଶୁକଦେବ ପଣ୍ଡା ସ୍ୱାଗତ ଭାଷଣ ଦେଇଥିଲା ବେଳେ ପଣ୍ଡିତ ମଧୁସୂଦନ ତ୍ରିପାଠୀ ବେଦପାଠ କରିଥିଲେ । ମୁଖ୍ୟ ଅତିଥି, ମୁଖ୍ୟବକ୍ତା ଏବଂ ଅତିଥି ମାନଙ୍କ ଦ୍ଵାରା ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିବା କୃତୀ ଛାତ୍ରଛାତ୍ରୀମାନଙ୍କୁ ପ୍ରମାଣପତ୍ର ସହ ଟ୍ରଫି ପ୍ରଦାନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ସର୍ବଶ୍ରୀ ଅଧ୍ୟାପିକା ସ୍ୱର୍ଣ୍ଣଲତା ପାକଳ, ଗୌରାଙ୍ଗ ଦାସ ଓ ଆଶୁତୋଷ ସିଂ ପ୍ରମୁଖ ମଞ୍ଚ ପରିଚାଳନା କରିଥିବା ବେଳେ ଅକ୍ଷୟ କୁମାର ପାଣିଗ୍ରାହୀ ଅତିଥିମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ଡମ୍ବରୁଧର ମହାନ୍ତ ଙ୍କ ରିପୋର୍ଟ।

1
363 views

Comment