ତୁରୁମୁଙ୍ଗା ସଂକୁଳ ସ୍ତରୀୟ ଆଚାର୍ଯ୍ୟ କାର୍ଯ୍ୟଶାଳା ଅନୁଷ୍ଠିତ।
ତୁରୁମୁଙ୍ଗା ସଂକୁଳ ସ୍ତରୀୟ ଆଚାର୍ଯ୍ୟ କାର୍ଯ୍ୟଶାଳା ଅନୁଷ୍ଠିତ।
ଗଦଗଦି:୨୮/୦୪, ତୁରୁମୁଙ୍ଗା ସଂକୁଳ ଅଧୀନରେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ସ୍ୱର୍ଣ୍ଣକ୍ଷେତ୍ର, ଗଦଗଦି ପରିସରରେ ବିଦ୍ୟା ଭାରତୀ ଆୟୋଜିତ ସଂକୁଳ ସ୍ତରୀୟ ଆଚାର୍ଯ୍ୟ କାର୍ଯ୍ୟଶାଳା ଶୁଭାରମ୍ଭ ହୋଇଯାଇଛି।
ଉଦ୍ଘାଟନ ଅବସରରେ ପାଟଣା ସଂକୁଳର ସଂକୁଳ ପ୍ରମୁଖ ନୀରଜ କୁମାର ମହାନ୍ତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଶିକ୍ଷା ବିକାଶ ସମିତି, ଓଡ଼ିଶାଙ୍କ ପ୍ରସ୍ତୁତି ସ୍ତର ସଂଯୋଜକ ସୁବ୍ରତ କୁମାର ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଶିକ୍ଷାର ଗୁଣୋନ୍ନତି ଉପରେ ଗୁରୁତ୍ୱାରୋପ କରିଥିଲେ।
ଏହି ଅବସରରେ ତୁରୁମୁଙ୍ଗା ସଂକୁଳ ସଂଯୋଜକ ଚିତ୍ତରଞ୍ଜନ ମହାନ୍ତ, ବିଦ୍ୟାଳୟ ସମ୍ପାଦକ ମନବୋଧ ମହାନ୍ତ, ସହ ସମ୍ପାଦକ ଅକ୍ଷୟ କୁମାର ସେଠୀ ଓ ପୂର୍ବତନ ସମ୍ପାଦକ ପଦନ କୁମାର ନାଏକ ଉପସ୍ଥିତ ଥିଲେ। ଅତିଥିମାନଙ୍କ ପରିଚୟ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ପୁରୁଜିତ୍ ମୁନି ପ୍ରଦାନ କରିଥିଲେ।
କାର୍ଯ୍ୟଶାଳାରେ ପଞ୍ଚକୋଷାତ୍ମକ ଶିକ୍ଷା ବିଷୟରେ ଖଡିବେଡା ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ପଦନ କୁମାର ନାଏକ ବିସ୍ତୃତ ଆଲୋଚନା କରିଥିଲେ। ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି କାର୍ଯ୍ୟଶାଳାରେ ତୁରୁମୁଙ୍ଗା ସଂକୁଳର ଆଠଟି ବିଦ୍ୟାଳୟର ୯୭ ଜଣ ଆଚାର୍ଯ୍ୟ ଓ ଆଚାର୍ଯ୍ୟା ଅଂଶଗ୍ରହଣ କରୁଛନ୍ତି ବୋଲି ପ୍ରଧାନ ଆଚାର୍ଯ୍ୟ ସୂଚନା ଦେଇଛନ୍ତି।
ଖଣ୍ଡାଧାର ନିଉଜ- କମଳଲୋଚନ ମହାନ୍ତ ଙ୍କ ରିପୋର୍ଟ।