logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଗୁରୁ ପରମ୍ପରା ଶିକ୍ଷା ସଂସ୍କାର

ଗୁରୁ ପରମ୍ପରା ଶିକ୍ଷା ସଂସ୍କାର
*****---*************
- ଭକ୍ତବନ୍ଧୁ ମହାନ୍ତ

ଗୁରୁ ପରମ୍ପରା ଶିକ୍ଷା ସଂସ୍କାର
ସମାଜ ର ଏକ ଜାଗ୍ରତ ପ୍ରହର
ଉମାକାନ୍ତ ଥିଲେ ଶିକ୍ଷକ ଆମର ପ୍ରଧାନ
ଦାଶରଥି,କୃଷ୍ଣ,ସୁନ୍ଦରମୋହନ,ଭୁବନ
ଏ କେ ଖାଁ,ଗିରିଶ ପୂଜ୍ୟ ଥିଲେ ଗୁରୁ ଆମର
କେ କଳି ପାରିବ ପ୍ରୟାସ ତାଙ୍କର
ପୂଜ୍ୟ ଥିଲେ ଗୁରୁ ଆମର
ଅଭିନଵ ପ୍ରୟାସ ଥିଲା ତାଙ୍କର
ଗଢ଼ିଥିଲେ ଏକ ମାନବ ମନ୍ଦିର
ତାଙ୍କୁ ଶତ ଶତ ପ୍ରଣାମ ଆମ୍ଭର |
ରାଷ୍ଟ୍ରଭାଷା ର ପ୍ରବକ୍ତା ଭାଗ୍ୟ ର ନିର୍ମାତା
କହୁଥିଲେ କେତେ ସୁନ୍ଦର କଥା
ତାଙ୍କ ବାକ୍ୟମାନ ଅକାଟ୍ୟବଚନ
ଯେ ମାନିଛି ଆଜି ସୁନା ସନ୍ତାନ
ପଟ୍ଟାନ୍ତର ନାହିଁ ସ୍ମୃତି ମଧୁର
ହସି କହୁଥିଲେ କଥା ସୁନ୍ଦର
କେତେ ନୀତି ବାଣୀ ମନେପଡେ ପୁଣି
ପିତା ମାତା ଭଳି ଅତି ନିଜର
ତୁମ କରୁଣା ର ନାହିଁ ପଟ୍ଟାନ୍ତର
ଗଢି ଦେଇଅଛ ଜୀବନ ମୋର
କି ସୁନ୍ଦର ତୁମ ଶିକ୍ଷା ସଂସ୍କାର
ଭୁଲି କି ପାରିବୁ ଜୀବ ଥିବା ଯାଏ ଆମର
ଉତଫୁଲିତ ହୁଏ ଛାତି ଧନ୍ୟ ଆହେ ଗୁରୁ ଆମର
ଭାସ୍କର ସୁନ୍ଦର ଏ କି ରୂପ ପରିବେଶ ସ୍ମୃତି ତୁମର
ଯୁଗ ପୁରୁଷ ହୋଇ ରଚି ଦେବ ଜୀବନ ମୋର
ଆହେ ଗୁରୁଦେବ ଯୋଡୁଅଛୁ କର
ତୁମ ପାଦ ପଦ୍ମେ ଲୋଟୁଥାଉ ଆମର ଶିର
କହେ ଭକ୍ତ ଛାର ଦୋଷ କ୍ଷମଣିଵେ ମୋର
ଗୁରୁ ପରମ୍ପରା ଶିକ୍ଷା ସଂସ୍କାର |

(ହିନ୍ଦୀ ଶିକ୍ଷକ)
ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ, କାଶିପାଳ
କେନ୍ଦୁଝର -୭୫୮୦୪୪
ଦୂରଭାଷ -୯୯୩୭୩୪୩୨୪୪

ଉପସ୍ଥାପନା ବାବୁଲାଲ ପଲେଇ ଆଇମା ମିଡିଆ
ମୋ : ୯୪୩୭୧୫୨୯୩୬

1
1986 views

Comment