logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ପରିବେଶ

ପରିବେଶ
* *ଶ୍ରୀ ବୀରେନ୍ଦ୍ର କୁମାର ପାତ୍ର

ଗଛ ଲତା ଆଉ ପାଣି ପବନ
ମାଟି ସଙ୍ଗତରେ ଫଳ ସୁମନ ,
ପରିବେଶ ବୋଲି ତାକୁ ତୁ ଚିହ୍ନ,
ରେ ମୂଢ ମନ |
ତାହାକୁ କରିଲେ ତୁହି ସୁରକ୍ଷା
ଅକାଳେ ପାଇବୁ ଜୀବନ ରକ୍ଷା
ଅଜାଡି ପଡିବ ବିଭବ ଧନ,
ରେ ମୂଢ ମନ l
ବୃକ୍ଷକୁ ତୁଛlରେ ଦେଉଛୁ ହାଣି
କିସ ହୋଇବ ତୁ ନ ପାରୁ ଜାଣି
ଜ୍ଞାନ ଥାଇ ତୁହି ହେଉ ଅଜ୍ଞାନ
ରେ ମୂଢ ମନ |
ଜଳ ବିନା ଜୀବ ପାଏ କି କଷ୍ଟ
ତଥାପି ତାକୁ ତୁ କରୁଛୁ ନଷ୍ଟ
ଜଳ ହିଁ ଜୀବନ ତାହା ତୁ ଜାଣ
ରେ ମୁଢ଼ ମନ l

ପାଣି ବିକ୍ରି ହୁଏ ବାଟଘାଟରେ
ଅସନା କରୁଛୁ ରାସ୍ତା ଘାଟରେ
ସ୍ୱଚ୍ଛତା ଅଟଇ ତୋର ଜୀବନ
ରେ ମୂଢ ମନ l
ଅମ୍ଳଜାନ ବିନା ଯାଏ ପରାଣ
ମିଳୁନାହିଁ କାହିଁ ଶୁଦ୍ଧ ପବନ
ହେତୁ କରଥରେ ଏକଥା ଜନ
ରେ ମୁଢ ମନ l

ମାଟି ପରା ଅଟେ ଆମରି ମାଆ
ସାଇତି ରଖିଛି ବିଭବ ନୂଆ
ସିଏ ସିନା ଆମ ଜୀବନ ଧନ
ରେ ମୂଢ ମନ l
ଶୁଣ ହେ ସୁଜ୍ଞାନୀ ଶୁଣ ହେ ଜନ
ଗୋଟିଗୋଟି କରି ଦେବି ପ୍ରମାଣ
ତା ବିନୁ ବଞ୍ଚିବ କି ଆମ ପ୍ରାଣ
. ରେ ମୂଢ ମନ |
ଗଛ ପାଇଁସିନା ହୁଏ ବରଷା
ମାଟି ପାଇଁ ସିନା ହସଇ ଚଷl
ଚଷା ପାଇଁ ସିନା ସାଉଟୁ ଧନ
ରେ ମୂଢ ମନ l

ଗଛକୁ ଅଯଥା ପକାଉ ହାଣି
ଗଛର ମହିମା ନପାରୁ ଜାଣି
ଫଳ ସଙ୍ଗେ ଦିଏ ସୁସ୍ଥ ପବନ
ରେ ମୂଢ ମନ l

ବର୍ତ୍ତମାନ ପାଇଁ କେବଳ ଚିନ୍ତା
ଭୁଲି ଯାଉଛୁ ତୁ କାଲିର କଥା
କି କରିବେ ତୋର ନାତି ସନ୍ତାନ
ରେ ମୂଢ ମନ l


ବୃଥାଟାରେ ଲୋଭ ମୋହେ ପଡିଛୁ
ପଶୁ ପକ୍ଷୀ ମାରି ମାଂସ ଖାଉଛୁ
ଧିକ ଧିକ ଅଟେ ତୋର ଜୀବନ
ରେ ମୂଢ ମନ l

ବୃକ୍ଷ ଲଗାଅ ତୁ ଅତି ଯତନେ
ସଡ଼କ ପଡିଆ ବାଡ଼ି ଗହନେ
ପୂରଣ ହୋଇବ ତୋର ସପନ
ରେ ମୂଢ ମନ l


କହଇ ବୀରେନ୍ଦ୍ର ଦୃଢ ମନରେ
ସରବେ ଶପଥ ନେବା ଆସରେ
ବୃକ୍ଷ ରକ୍ଷା ପାଇଁ ଦେବା ଜୀବନ
.ରେ ମୂଢ ମନ l
*********************
{ଶିକ୍ଷକ
ସୈନିକ ସ୍କୁଲ}ହୃଦୁରାମ ପୁର,
ବାଙ୍କିଆ, ଚମ୍ପୁଆ,କେନ୍ଦୁଝର,ପିନ ~ ୭୫୮୦୪୪,ଦୂରଭାଷ~୯୬୬୮୪୨୬୮୯୮
ଉପସ୍ଥାପନା ବାବୁଲାଲ ପଲେଇ ଆଇମା ମିଡିଆ
ମୋବାଇଲ୍ -9437152936

6
631 views

Comment