logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ପ୍ରଶ୍ନଟିଏ ତୁମ ପାଇଁ

*ପ୍ରଶ୍ନଟିଏ ତୁମ ପାଇଁ*
----------------------
**ଚାନୁସ୍ମିତା ନାୟକ*

ନଷ୍ଟ ହୋଇସାରିଛି ମୋର ଅଧା ଅଙ୍ଗ
ଆଖିର ଦୃଷ୍ଟି କଥା ତ ନ କହିବା ଭଲ,
ଦେଖି -ଚାଖି -ଜାଣି କିଛି କରିବା
ଆଉ ମୋ ପକ୍ଷରେ ଅସମ୍ଭବ।
ଯଦି ପାରିବ ତୁମ ସହ,
ମୋ ପାଇଁ କିଛି ଶକ୍ତି ନେଇକରି ଆସିବ
ଉଠି ପାରେ ବା ନପାରେ
କହି ପାରେ ବା ନ ପାରେ
କିନ୍ତୁ,
ନିଶ୍ଚିତ ତୁମ ସହ ମୁଁ ଚାଲିବାକୁ ଚେଷ୍ଟା କରିବି
ତୁମ ହାତର ଶକ୍ତିରେ ମୁଁ ପୁଣି ଥରେ
ମୋ ଡେଣା ମେଲିପାରିବି।
କଲମ ଧରି ନ ପାରିଲି ବୋଲି
କ'ଣ ଅକ୍ଷର ଲେଖା ଭୁଲିଯିବି?
କେବେ ନୁହେଁ
କେବଳ ଟିକେ ମୋ ହାତ ଉପରେ
ତୁମ ହାତ ରଖିଲେ ହେଲା
ସାରା ଜୀବନ ପାଇଁ ନୁହେଁ ମ!!
ବାସ ଖାଲି,ମୋ ଜୀବନରେ ମୁଁ
ମୋ ଜୀବନକୁ ପାଇବା ଯାଏ.....
ପାରିବ ନା !!!???

କେନ୍ଦ୍ରାପଡ଼ା, ଆଳି, କଳସପୁର,୭୫୪୨୩୯

ଉପସ୍ଥାପନା ବାବୁଲାଲ ପଲେଇ ଆଇମା ମିଡିଆ

6
415 views

Comment