logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ରୋଟାରୀ କ୍ଲବ୍ କେନ୍ଦୁଝରକୁ ରୋଟାରୀ ଡିଷ୍ଟ୍ରିକ୍ଟ ଗଭର୍ଣ୍ଣରଙ୍କ କ୍ଲବ ପରିଦର୍ଶନ।

ରୋଟାରୀ କ୍ଲବ୍ କେନ୍ଦୁଝରକୁ ରୋଟାରୀ ଡିଷ୍ଟ୍ରିକ୍ଟ ଗଭର୍ଣ୍ଣରଙ୍କ କ୍ଲବ ପରିଦର୍ଶନ।

କେନ୍ଦୁଝର, ତା୨୭/୦୪- ରୋଟାରୀ ଭବନ ଠାରେ ରୋଟାରୀ କ୍ଲବ କେନ୍ଦୁଝରଗଡ଼ ଶାଖାକୁ ଅଫିସିଆଲ୍ ପରିଦର୍ଶନ କରିଛନ୍ତି ରୋଟାରୀ ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର ରୋଟାରିଆନ ମନୋଜ ତ୍ରିପାଠୀ ଓ ତାଙ୍କ ସହଧର୍ମିଣୀ ମଧୁସ୍ମିତା ତ୍ରିପାଠୀ। ରୋଟାରୀ କ୍ଲବ କେନ୍ଦୁଝରଗଡ଼ ଶାଖା ସଭାପତି ହରିହର ମହାନ୍ତଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆସିଷ୍ଟାଣ୍ଟ ଗଭର୍ଣ୍ଣର ମାନସ ରଞ୍ଜନ ଆଚାର୍ଯ୍ୟ, ଇନରହୁଇଲ କେନ୍ଦୁଝର ସଭାପତି ସୋନାଲି ସିଂହ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ରୋଟାରିଆନ ନିରୁପମା ସ୍ୱାଇଁ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ରୋଟାରୀ କ୍ଲବ କେନ୍ଦୁଝରଗଡ଼ ଶାଖା ପକ୍ଷରୁ ହାତକୁ ନିଆଯାଇଥିବା ବିଭିନ୍ନ ଜନହିତକର କାର୍ଯ୍ୟକ୍ରମ ସମ୍ପର୍କରେ ରୋଟାରୀ କ୍ଲବ କେନ୍ଦୁଝରଗଡ଼ ସମ୍ପାଦକ ବିଜୟ କୁମାର ବେହେରା ବିସ୍ତୃତ ଭାବେ ସୂଚନା ପ୍ରଦାନ କରିଥିବା ବେଳେ ରୋଟାରିଆନ ଇଂ ସୁରେଶ ଚନ୍ଦ୍ର ଖଟୋଇଙ୍କ ଦ୍ଵାରା ସମ୍ପାଦିତ ଗୋନାସିକା ସ୍ମରଣିକାକୁ ଅତିଥିଗଣ ଉନ୍ମୋଚିତ କରିଥିଲେ। ରୋଟାରୀ କ୍ଲବ କେନ୍ଦୁଝରଗଡ଼ ଶାଖା ପକ୍ଷରୁ ବୈଦ୍ୟରାଜ ସାହିର ରମେଶ ନାଏକଙ୍କୁ ଏକ ହୁଇଲ୍ ଚେୟାର, ୮ ଜଣ ମହିଳାଙ୍କୁ ୱାଟର ଫିଲ୍ଟର୍ ଡିଷ୍ଟ୍ରିକ୍ଟ୍ ଗଭର୍ଣ୍ଣର ରୋଟାରିଆନ ମନୋଜ ତ୍ରିପାଠୀ ପ୍ରଦାନ କରିଥିଲେ। ଏହି ଅବସରରେ ୭ ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ତାଙ୍କର ଶିକ୍ଷାଦାନ କ୍ଷେତ୍ରରେ ଉତ୍କର୍ଷତା ପାଇଁ ରୋଟାରୀ ନେସନ ବିଲଡର ଆୱାର୍ଡ଼ ପ୍ରଦାନ କରାଯାଇଥିଲା। ନିମନ୍ତ୍ରିତ ଅନ୍ୟ ରୋଟାରୀ କ୍ଲବର ସଦସ୍ୟଙ୍କୁ ମଧ୍ୟ ଏହି ଅବସରରେ ସମ୍ମାନିତ କରାଯାଇଥିଲା। ରୋଟାରୀ ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର ରୋଟାରୀ କ୍ଲବ କେନ୍ଦୁଝରଗଡ଼ ୪୭ ବର୍ଷ ଧରି କରି ଆସୁଥିବା ବିଭିନ୍ନ ଜନକଲ୍ୟାଣମୂଳକ କାର୍ଯ୍ୟକ୍ରମକୁ ଭୂୟସୀ ପ୍ରଂଶସା କରିଥିଲେ। ତଦସହିତ ରୋଟାରୀ କ୍ଲବ କେନ୍ଦୁଝରଗଡ଼ ର ନୂତନ ବ୍ୟବସାୟିକ ବିଲ୍ଡିଂ କୁ ଡିଷ୍ଟ୍ରିକ୍ଟ୍ ଗଭର୍ଣ୍ଣର ଉଦଘାଟନ କରିଥିଲେ। ଏହି ସମସ୍ତ କାର୍ଯ୍ୟକ୍ରମ ରୋଟାରୀ କ୍ଲବ କେନ୍ଦୁଝରଗଡ଼ ଶାଖାର ସମସ୍ତ ସଦସ୍ୟ ଓ ସଦସ୍ୟା, ଇନରହୁଇଲ କ୍ଲବର ସମସ୍ତ ସଦସ୍ୟାଙ୍କ ସହଯୋଗରେ ସୁଚାରୁ ରୂପେ ସମ୍ପାଦନ କରାଯାଇଥିଲା। ଶେଷରେ ରୋଟାରିଆନ ଦେବବ୍ରତ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ।

ଖଣ୍ଡାଧାର ନିଉଜ- ବରିଷ୍ଠ ସାମ୍ବାଦିକ ଦିଲ୍ଲିପ କୁମାର ସାହୁଙ୍କ ରିପୋର୍ଟ।

1
488 views

Comment