logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ମଧୁବାବୁ ତାଙ୍କ ନାଆଁ - ବିକାଶ କୁମାର ହୋତା ଙ୍କ ଦ୍ଵାରା ରଚିତ କବିତା।

ମଧୁବାବୁ ତାଙ୍କ ନାଆଁ

ଭାରତ ଦେଶର ଓଡ଼ିଶା ରାଇଜେ
ସତ୍ୟଭାମାପୁର ଗାଆଁ
ଜନ୍ମିଥିଲେ ଜଣେ ମହାନ ପୁରୁଷ
ମଧୁବାବୁ ତାଙ୍କ ନାଆଁ ||

ପ୍ରଥମ ଓଡ଼ିଆ ବାରିଷ୍ଟର ଭାବେ
ରହିଥିଲା ତାଙ୍କ ଖ୍ୟାତି
ସ୍ଵାଭିମାନୀ ପୁଣି ଦାମ୍ଭିକ ଭାବରେ
ଥିଲା ତାଙ୍କ ପରିଚିତି।

ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ
ସଂଗ୍ରାମର କର୍ଣ୍ଣଧାର
ନିଜ ସ୍ୱାର୍ଥ ଭୁଲି ଜାତି ସ୍ୱାର୍ଥ ପାଇଁ
ହେଉଥିଲେ ଆଗଭର ||

ଚମଡ଼ା ଶିଳ୍ପର ବିକାଶ ପାଇଁ କି
ଉତ୍କଳ ଟ୍ୟାନେରୀ ଗଢ଼ି
ଖଇଚା ଦେଖିଲେ ଚମଡ଼ା ରେ ଟିକେ
ଦେଉଥିଲେ ସିଏ ପୋଡ଼ି ||

ଓଡ଼ିଆ ଜାତିର ପ୍ରଚାର ପ୍ରସାର
କରୁଥିଲେ ପ୍ରତି କାନେ
ଦେଖୁଥିଲେ ସ୍ବପ୍ନ ହୋଇବ ମହାନ
ଓଡ଼ିଶା ରାଇଜ ଦିନେ ||

ଉତ୍କଳ ର ଗର୍ବ ଗଉରବ ଥିଲେ
ଆଣିଥିଲେ ଜାଗରଣ
ଓଡ଼ିଆ ଭାଷାର ପ୍ରସାର ନିମିତ୍ତ
କାନ୍ଦୁଥିଲା ତାଙ୍କ ପ୍ରାଣ ||

ଜଗନ୍ନାଥଙ୍କର ପ୍ରତିଷ୍ଠା ପାଇଁ ସେ
ଅଦାଲତ ଯୁଦ୍ଧ ଲଢି
ବିଜୟୀ ହୋଇଲେ ଝୁରଇ ଏ ଜାତି
ଆଖିରୁ ଲୁହ ନିଗାଡି।


ଖଣ୍ଡାଧାର ନିଉଜ- ବିକାଶ କୁମାର ହୋତା, ଦକ୍ଷିଣକାଳୀ ରୋଡ଼ ବିଦ୍ୟାନଗର ଢେଙ୍କାନାଳ, ମୋବାଇଲ: ୭୦୦୮୯୨୮୭୯୮, ୮୬୫୮୨୯୨୦୫୧

17
626 views

Comment