ଉତ୍କଳ ଗୈାରବ ମଧୁସୂଦନ ଜୟନ୍ତୀ ଉପଲକ୍ଷେ ଶ୍ରଦ୍ଧାଞ୍ଜଳି।
ଉତ୍କଳ ଗୈାରବ ମଧୁସୂଦନ ଜୟନ୍ତୀ ଉପଲକ୍ଷେ ଶ୍ରଦ୍ଧାଞ୍ଜଳି।
ନଵ ଉତ୍କଳର ବିନ୍ଧାଣୀ, ଥିଲେ ଉତ୍କଳ ଗୈାରବ ମଧୁସୂଦନ ଦାସ..!
ଜାତି ପ୍ରେମ ବହ୍ନି ର ଜ୍ୱଳନ୍ତ ଅଗ୍ନିପିଣ୍ଡ ଥିଲେ ଉତ୍କଳ ଗୈାରବ ମଧୁସୂଦନ ଦାସ...!!
ଓଡ଼ିଆ ଅସ୍ମିତା, ସ୍ୱାଭିମାନ ର ଜୀବନ୍ତ ପ୍ରତୀକ ଥିଲେ, ଉତ୍କଳ ଗୈାରବ ମଧୁସୂଦନ ଦାସ...!!
୧୮୪୮ ମସିହା ଏପ୍ରିଲ ୨୮ ତାରିଖରେ ଅବିଭକ୍ତ କଟକ ଜିଲ୍ଲା ର ସତ୍ୟଭାମାପୁର ଠାରେ ଜନ୍ମ ଗ୍ରହଣ କରିଥିଲେ ମଧୁବାବୁ।
ସଂଘର୍ଷ, , ନିଷ୍ଠା, ଦୃଢ ମନୋବଳ ଯୋଗୁଁ ସେ ଜୀବନ ଯୁଦ୍ଧରେ ବିଜୟୀ ଟୀକା ପିନ୍ଧି ଥିଲେ।
ଓଡ଼ିଶା ର ପ୍ରଥମ ବି.ଏ,ପ୍ରଥମ ଏମ୍.ଏ, ପ୍ରଥମ ଓକିଲ, ପ୍ରଥମ ବିଧାୟକ, ପ୍ରଥମ ମନ୍ତ୍ରୀ,ପ୍ରଥମ ବିଲାତ ଯାତ୍ରୀ, ପ୍ରଥମ ସମଵାୟବିତ୍,ଓ ପ୍ରଥମ ଶିଳ୍ପପତି ଓଡିଆ ଭାବେ ଜୀବଦ୍ଦଶାରେ କିମ୍ବଦନ୍ତୀ ପାଲଟି ଯାଇଥିଲେ।
ସେ ଥିଲେ ଉତ୍କଳ ସମ୍ମିଳନୀର ପ୍ରତିଷ୍ଠାତା...!
ଉତ୍କଳ ସମ୍ମିଳନୀ ଦ୍ୱାରା ଯୋଜନାବଦ୍ଧ ଆନ୍ଦୋଳନ ନ ହୋଇଥିଲେ , ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ସମ୍ଭବ ହୋଇ ପାରିନଥାନ୍ତା...!!
ବିଖଣ୍ଡିତ, ବିଭାଜିତ, ସୁପ୍ତ ଉତ୍କଳୀୟ ଙ୍କ କାନରେ ଜାତୀୟତା ର ମନ୍ତ୍ର ଫୁଙ୍କି ଥିଲେ।
ସ୍ୱାର୍ଥପର, ଭୀରୁ ,ତୋଷାମଦିଆ ଓଡ଼ିଆଙ୍କୁ କଠୋର ଭାଷାରେ ସମାଲୋଚନା କରୁଥିଲେ।ଯାହା ତାଙ୍କ ଲିଖିତ ବିଭିନ୍ନ କବିତା ରେ ପ୍ରତିଫଳିତ ହୋଇଥିଲା।
ଅବହେଳିତ, ଓଡ଼ିଶା ର ରାଜନୈତିକ, ଅର୍ଥନୈତିକ, ସାଂସ୍କୃତିକ ଆନ୍ଦୋଳନ ର ନେତୃତ୍ବ ନେଇ କୂଳ ବୃଦ୍ଧ ସାଜିଥିଲେ।
He was the Grand Old man of Odisha..!!
୧୯୦୪ ମସିହା ରେ ଭାରତରେ ସମବାୟ ଆନ୍ଦୋଳନର ସୂତ୍ରପାତ ହୋଇଥିଲା। କିନ୍ତୁ ମଧୁବାବୁଙ୍କ ଉଦ୍ୟମ ରେ ୬ ବର୍ଷ ପୂର୍ବ ରୁ ଓଡ଼ିଶା ମାଟିରେ ସମବାୟ ର ଵୀଜ ରୋପଣ ହୋଇଥିଲା। ଏଣୁ ଓଡ଼ିଶା ହେଉଛି ଭାରତୀୟ ସମବାୟ ଆନ୍ଦୋଳନର ଏନ୍ତୁଡ଼ିଶାଳ..!!
ଏବଂ ଉତ୍କଳ ଗୈାରବ ମଧୁସୂଦନ ଦାସ ହେଉଛନ୍ତି ପ୍ରଥମ ସମଵାୟଵିତ୍...!
ମଧୁବାବୁ ଉତ୍କଳ ଟ୍ୟାନେରୀ ଯୋତା ତିଆରି କାରଖାନା ପ୍ରତିଷ୍ଠା କରି କେବଳ ଗରିବ ଲୋକଙ୍କୁ କର୍ମସଂସ୍ଥାନ ଯୋଗାଇଥିଲେ , ଉଚ୍ଚ ମାନର ଯୋତା ତିଆରି କରି ଦେଶ ବିଦେଶ କୁ ରପ୍ତାନି କରି ସୁନାମ ଅର୍ଜନ କରିଥିଲେ। ମହାତ୍ମାଗାନ୍ଧୀ ଓଡ଼ିଶା ଗସ୍ତରେ ଆସିଥିବା ବେଳେ ଉତ୍କଳ ଟ୍ୟାନେରୀ ପରିଦର୍ଶନ କରି ଉଚ୍ଚ ପ୍ରଶଂସା କରି ଥିଲେ। ଓଡ଼ିଶା ଆର୍ଟ ଏମ୍ପୋରିୟମ୍ ପ୍ରତିଷ୍ଠା କରି ତାରକସି ଶିଳ୍ପ ର ପ୍ରଚାର, ପ୍ରସାର କରିଥିଲେ।
ବର୍ତ୍ତମାନ ର ସରକାର ଦେଉଥିବା ସମୃଦ୍ଧ,ସଶକ୍ତ, ସ୍ୱାଭିମାନ ଓଡିଶା ର ସ୍ଲୋଗାନ, ଉତ୍କଳ ଗୋୖରବ ମଧୁସୂଦନ ଦାସ ଶହେ ବର୍ଷ ପୂର୍ବରୁ ଏହି ସ୍ଲୋଗାନ ଆରମ୍ଭ କରିଥିଲେ ।
ବାସ୍ତବରେ, ବିଖ୍ୟାତ ସୁରେନ୍ଦ୍ର ମହାନ୍ତିଙ୍କ ଭାଷା ରେ ଉତ୍କଳ ଗୋୖରବ ମଧୁସୂଦନ ଥିଲେ
"ଶତାବ୍ଦୀ ର ସୂର୍ଯ୍ୟ.."
ସେ ଓଡିଆ ଯୁବକ ଯୁବତୀଙ୍କ ରୋଲ୍ ମଡେ଼ଲ...!!
"କାଳିଆ ଘୋଡାରେ ଚଢିବି, ମଧୁବାବୁ ସଙ୍ଗେ ପଢିବି.."
ଏଭଳି ସ୍ୱପ୍ନ ଏଭଳି ଲକ୍ଷ୍ୟ ଥିଲା ଓଡିଆ ଛାତ୍ର ଛାତ୍ରୀ ଯୁବକ ଯୁବତୀମାନଙ୍କ।
ବାସ୍ତବରେ, ଉତ୍କଳ ଗୈାରବ ମଧୁସୂଦନ ଥିଲେ ଜଣେ ସ୍ୱାଭିମାନୀ ନିର୍ଭୀକ ବିଧାୟକ, ବିଚକ୍ଷଣ ଓକିଲ, ଜାତୀୟ ଵାଦୀ କବି,ଓ ଦୁସାହାସୀ ଶିଳ୍ପପତି..!
ଦୁର୍ଭାଗ୍ୟର କଥା, ମଧୁବାବୁ
ଯେଉଁ ସ୍ୱତନ୍ତ୍ର ଓଡ଼ିଶା ଗଠନ ପାଇଁ ଅସୀମ ତ୍ୟାଗ, ସାଲିସ ବିହୀନ ସଂଗ୍ରାମ କରିଥିଲେ, ତାଙ୍କ ସ୍ୱପ୍ନ ର ଓଡ଼ିଶା ଗଠନ ର ୨ବର୍ଷ ପୂର୍ଵ ରୁ ଇହଧାମ ତ୍ୟାଗ କରିସାରିଥିଲେ।
ଯଥାର୍ଥ ରେ ମଧୁବାବୁ ଥିଲେ ଉତ୍କଳ ଗୈାରବ। । କିନ୍ତୁ ଦେଶ ନିର୍ମାଣ ପାଇଁ ତାଙ୍କ ର ମହାନ୍ ଗଠନମୂଳକ ଚିନ୍ତାଧାରା, ପ୍ରଚଣ୍ଡ ଦେଶପ୍ରେମ, ଓ ବଳିଷ୍ଠ ନେତୃତ୍ବ ର ପରାକାଷ୍ଠା ଓଡ଼ିଶା ଭିତରେ ସୀମିତ ହୋଇରହିଗଲା, ପ୍ରକୃତରେ ସେ ଥିଲେ ଭାରତ ର ଗୈାରବ।
******
ଖଣ୍ଡାଧାର ନିଉଜ- ଉପସ୍ଥାପନା: ଭରତ ପାତ୍ର (ବରିଷ୍ଠ ନାଗରିକ ଓ ସାହିତ୍ୟିକ) ପାର୍କ ରୋଡ଼, କେନ୍ଦୁଝର ଗଡ