logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ବାର୍ଷିକ ଉତ୍ସବ।

ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ବାର୍ଷିକ ଉତ୍ସବ।

ହରିଚନ୍ଦନପୁର:୨୭/୦୪ (ଖଣ୍ଡାଧାର ନିଉଜ) ହରିଚନ୍ଦନପୁର ବ୍ଲକ୍ ଜଙ୍ଘିରା ସରସ୍ୱତୀ ଶିଶୁବିଦ୍ୟାମନ୍ଦିର ୨୧ତମ ବାର୍ଷିକ ଉତ୍ସବ ରବିବାର ସଂନ୍ଧ୍ୟାରେ ଅନୁଷ୍ଠିତ ହୋଇଛି।ଆୟୋଜିତ ସଭାରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ହିରଣ୍ୟ କୁମାର ସାହୁ ସଭାପତିତ୍ୱ କରିଥିଲେ। ଏଥିରେ ତେଲକୋଇ ବିଧାୟକ ତଥା ଜିଲ୍ଲା ଯଜନା କମିଟି ଅଧ୍ୟକ୍ଷ ଡକ୍ଟର ଫକୀରମୋହନ ନାଏକ ମୁଖ୍ୟଅତିଥି ଆରଏସଏସ୍ ବିଭାଗ ସେବା ପ୍ରମୁଖ ତଥା ପ୍ରଶିକ୍ଷଣ ପ୍ରମୁଖ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ଶ୍ରୀଯୁକ୍ତ ଖଗେଶ୍ୱର ମହାନ୍ତ ମୁଖ୍ୟବକ୍ତା। ସାଂସଦଙ୍କ ପ୍ରତିନିଧି ବିଜୟ କୁମାର ସାହୁ, ବିଧାୟକ ଙ୍କ ପ୍ରତିନିଧି ଶିରିଷ କୁମାର ସାହୁ, ସମ୍ମାନିତ ଅତିଥି ଭାବେ ଯୋଗଦେଇ ଶିଶୁ ମାନେ ଦେଶର ଭବିଷ୍ୟତ ସେମାନଙ୍କ ସମଗ୍ର ବିକାଶ ପାଇଁ ଶିକ୍ଷା ସହ ନୈତିକ ମୂଲ୍ୟବୋଧ ଆବଶ୍ୟକ ବୋଲି କହିଥିଲେ। ଶୃଙ୍ଖଳା, ପରିଶ୍ରମ ଓ ନିଷ୍ଠାର ସହ ଜୀବନରେ ଆଗକୁ ବଢ଼ିବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ। ପରିଚାଳନା କମିଟି ସଭାପତି ଶ୍ରୀ ସାହୁ ଅତିଥି ପରିଚୟ ପ୍ରଦାନ ଓ ସ୍ବାଗତ ଭାଷଣ ଦେଇଥିଲେ। ପ୍ରଧାନଗୁରୁଜୀ ସୁରେଶ କୁମାର ମହାନ୍ତ ବାର୍ଷିକ ବିବରଣୀ ପାଠ କରିଥିଲେ। ଏହି ଅବସରରେ ତୃତୀୟ ଓ ପଞ୍ଚମ ଶ୍ରେଣୀରେ ମେଧାବୃଦ୍ଧି ପାଇଥିବା ଛାତ୍ରଛାତ୍ରୀଙ୍କ ସମେତ ସାଂସ୍କୃତିକ ଓ କ୍ରୀଡ଼ା ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ପରିଚାଳନା କମିଟି ସମ୍ପାଦକ ବୈଲୋଚନ ମହାପାତ୍ର ଧନ୍ୟବାଦ ଦେଇଥିଲେ। ଶେଷରେ ଛାତ୍ରଛାତ୍ରୀ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।
(ଶୂନ୍ଯ ରଞ୍ଜନ ଘଣା ଙ୍କ ରିପୋର୍ଟ)

10
758 views

Comment