କେନ୍ଦୁଝରର ଆଦିଦେବ ଏକମାତ୍ର ଖେଳାଳୀ ଭାବେ ଓଡିଶା କ୍ରିକେଟ ଆସୋସିଏନ ଆବାସିକ ଏକାଡେମୀ ପାଇଁ ମନୋନୀତ।
କେନ୍ଦୁଝରର ଆଦିଦେବ ଏକମାତ୍ର ଖେଳାଳୀ ଭାବେ ଓଡିଶା କ୍ରିକେଟ ଆସୋସିଏନ ଆବାସିକ ଏକାଡେମୀ ପାଇଁ ମନୋନୀତ।
କେନ୍ଦୁଝର -୨୭/୦୪(ଖଣ୍ଡାଧାର ନିଉଜ) ରାଜ୍ୟର କୋଣ ଅନୁକୋଣରୁ ତୃଣମୂଳ ସ୍ତରରୁ କ୍ରିକେଟ ପ୍ରତିଭାକୁ ଚିହ୍ନଟ କରି ସେମାନଙ୍କୁ ଗୋଟେ ଛାତ ତଳେ ସମବେତ କରି ସେମାନଙ୍କ ପ୍ରତିଭାକୁ ପ୍ରସ୍ଫୁଟିତ କରିବା ସହ ଆଗାମୀ ଦିନରେ ଏଠାରୁ ରାଜ୍ୟରେ ନୂତନ କ୍ରିକେଟ ପ୍ରତିଭା ସୃଷ୍ଟି କରିବା ଲକ୍ଷ୍ୟରେ ରାଜ୍ୟରେ ପ୍ରଥମ ଥର ପାଇଁ ଓଡିଶା କ୍ରିକେଟ ଆସୋସିଏସନ ଆନୁକୂଲ୍ୟରେ ଏକ ଏକାଡେମୀ ପ୍ରତିଷ୍ଠା ହେବାକୁ ଯାଉଛି l ଡ଼. ହରେକୃଷ୍ଣ ମହତାବଙ୍କ ନାମରେ ଉତ୍ସର୍ଗିକୃତ ଏହି ଏକାଡେମୀ ପାଇଁ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ୬୦ ଜଣ ବାଳକ ଏବଂ ୧୫ ଜଣ ବାଳିକା ଖେଳାଳିଙ୍କୁ ମନୋନୀତ କରାଯାଇଛି l ଏଥିରେ କେନ୍ଦୁଝର ଜିଲ୍ଲାର ଏକମାତ୍ର ଖେଳାଳୀ ଭାବେ ଆଦିଦେବ ସାହୁ ଓସିଏ ରେସିଡେନ୍ସିଆଲ ଏକାଡେମୀ ପାଇଁ ମନୋନୀତ ହୋଇଛନ୍ତି। ସେ ଭୁବନେଶ୍ୱର କିଟ ପରିସରରେ ରହି ନିୟମିତ ଶିକ୍ଷାଗ୍ରହଣ ସହ କ୍ରିକେଟ ପ୍ରଶିକ୍ଷଣ ନେବେ। ଓସିଏ ଓ କିଟର ଯୁଗ୍ମ ପରିଚାଳନାରେ ଡଃ ହରେକୃଷ୍ଣ ମହତାବ ଫିଡ଼ର ସେଣ୍ଟର ପାଇଁ ଆଦିଦେବ ମନୋନୀତ ହୋଇଛନ୍ତି ବୋଲି ଓସିଏର ସମ୍ପାଦକ ସଞ୍ଜୟ କୁମାର ବେହେରାଙ୍କ ଠାରୁ ପ୍ରକାଶ l ଆଦିଦେବ ଗତ ଫେବୃଆରୀ ମାସରେ କଟକ ଠାରେ ଅନୁଷ୍ଠିତ ଆନ୍ତଃ ଜିଲ୍ଲା ୧୪ବର୍ଷରୁ କମ କ୍ରିକେଟରେ ନିଜର ଶ୍ରେଷ୍ଠତ୍ବ ପ୍ରଦର୍ଶନ କରିଥିଲେ। ଫେବୃଆରୀ ୯ତାରିଖରୁ କିଟ ଷ୍ଟାଡିଅମରେ ଆୟୋଜିତ ନେଟ୍ସ ରେ ସେ କେନ୍ଦୁଝର ଜିଲ୍ଲାର ଏକମାତ୍ର ଖେଳାଳୀ ଭାବେ ସ୍ଥାନ ପାଇଥିଲେ। ଆଦିଦେବଙ୍କ ଏହି ମନୋନୟନ ସମ୍ପର୍କରେ ଓଡିଶା କ୍ରିକେଟ ଆସୋସିଏସନ ଜିଲ୍ଲା କ୍ରୀଡା ସଂସ୍ଥାର ସମ୍ପାଦକ ସଂଗ୍ରାମ କେଶରୀ ପଟ୍ଟନାୟକଙ୍କୁ ମେଲ ଯୋଗେ ଜଣାଇଛନ୍ତି। ଆଦିଦେବ କେନ୍ଦୁଝର ଟେଲିଫୋନ ଏକ୍ସଚେଞ୍ଜ ନିକଟରେ ରହୁଥିବା ବେଳେ ପିତା ସତ୍ୟନାରାୟଣ ସାହୁ ଓ ମାତା ଶଶୀକଳା ସାହୁ। ସେ କେନ୍ଦୁଝରସ୍ଥିତ ସେଣ୍ଟ ଜାଭିଅର ସ୍କୁଲରୁ ପ୍ରତିନିଧିତ୍ବ କରୁଥିବା ବେଳେ ଫେମସ କ୍ଲବରୁ ସେ ନିୟମିତ ଖେଳୁଛନ୍ତି। ଦୀପକ କୁମାର ମୁଖିଙ୍କ ପ୍ରଶିକ୍ଷଣ ଓ ଗିରିଶ ଚନ୍ଦ୍ର ହୋତାଙ୍କ ପ୍ରେରଣାରେ ଅଭ୍ୟାସ ଦୈନିକ କରିଥାନ୍ତି।ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଜ୍ଞାପନ କରାଯିବା ସହ ଏହି ସଫଳତା ପଛରେ ପ୍ରଶିକ୍ଷକଙ୍କ ବ୍ୟତୀତ ସୁରେଶ ଚନ୍ଦ୍ର ରାଉତ, ପ୍ରକାଶ ଅଗ୍ରୱାଲ(ଟିପୁ )ଙ୍କ ପ୍ରେରଣା ରହିଛି ବୋଲି ଆଦିଦେବ କହିଛନ୍ତି।ବିଭିନ୍ନ କ୍ରୀଡା ଅନୁଷ୍ଠାନ ସହ ପ୍ରତିଷ୍ଠିତ ବ୍ୟକ୍ତିବିଶେଷଙ୍କ ସହ କେନ୍ଦୁଝର ଜିଲ୍ଲା କ୍ରୀଡା ସଂସ୍ଥାର ସମ୍ପାଦକ ସଂଗ୍ରାମ ପଟ୍ଟନାୟକ, ସେଣ୍ଟ ଜାଭିୟର ସ୍କୁଲର ଚେୟାରମ୍ୟାନ ଇଂ ଦେବବ୍ରତ ବେହେରା, ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ନାୟକ, ତାପସ କୁମାର ମହାନ୍ତି ପ୍ରମୁଖ ଆଦିଦେବଙ୍କୁ ଅଭିନନ୍ଦନ ଜଣାଇବା ସହିତ ଭବିଷ୍ୟତରେ ଅଧିକ ଉତ୍ତମ ଖେଳ ପ୍ରଦର୍ଶନ ପାଇଁ କାମନା କରିଛନ୍ତି।
ଡମ୍ବରୁଧର ମହାନ୍ତ ଙ୍କ ରିପୋର୍ଟ।