logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଶ୍ୱେତସୁବର୍ଣ୍ଣ କ୍ଷେତ୍ରରେ ୭ମ ଓ ୮ମ ଦିନରେ ଚାପ ଖେଳିଲେ ମହାପ୍ରଭୁ;ଦାମନଯୋଡ଼ି,କୋରାପୁଟ

ଦାମନଯୋଡ଼ି,୨୭/୦୪:ଶ୍ରୀ ଜୀଉଙ୍କ ଚନ୍ଦନ ଯାତ୍ରାର ୭ମ ଓ ୮ମ ଦିବସରେ ଶ୍ୱେତସୁବର୍ଣ୍ଣ କ୍ଷେତ୍ର ଶ୍ରୀଜଗନ୍ନାଥ ମନ୍ଦିରରେ ସ୍ଵତନ୍ତ୍ର ପୂଜାନୀତି ଓ ଠାକୁରଙ୍କ ଚାପ ଖେଳ ନରେନ୍ଦ୍ର ପୁଷ୍କରିଣୀରେ ଅନୁଷ୍ଠିତ ହୋଇଥିଲା।ଚତୁର୍ଦ୍ଧାମୂର୍ତ୍ତିଙ୍କ ସନ୍ଧ୍ୟା ଆଳତି ପରେ ଘଣ୍ଟଘଣ୍ଟା, ଆଲଟ,ଚାମର,ସଂକୀର୍ତ୍ତନ,ହରିବୋଲ ହୁଳହୁଳି ମଧ୍ୟରେ ଶ୍ରୀ ରାଧାକୃଷ୍ଣଙ୍କୁ ମୁଖ୍ୟ ମନ୍ଦିରରୁ ନରେନ୍ଦ୍ର ପୁଷ୍କରିଣୀକୁ ଅଣାଯାଇ ଥିଲା।ସେଠାରେ ପୂଜାର୍ଚ୍ଚନା ସହିତ ଏକ ସୁସଜ୍ଜିତ ଡଙ୍ଗାରେ ଶ୍ରୀଜୀଉଙ୍କୁ ପୁଷ୍କରିଣୀ ପରିକ୍ରମା କରାଯାଇଥିଲା।ପୂଜକ ଅଜୟ କୁମାର ପଣ୍ଡା,ବିପିନ ବିହାରୀ ପଣ୍ଡା ଓ ଅମୀୟ କୁମାର ସାମନ୍ତରାୟ ପୂଜାକର୍ମ କରିଥିଲେ।୭ମ ଦିବସରେ ନାଲକୋ ମୁଖ୍ୟ ମହାପ୍ରବନ୍ଧକ(ଏସପିପି) ଏନ ଏସ ସୁଧାକର ଧର୍ମପତ୍ନୀ ଏନ ରାଧିକାଙ୍କ ସହିତ ଏବଂ ୮ମ ଦିବସରେ ମୁଖ୍ୟ ମହାପ୍ରବନ୍ଧକ(ପରିବେଶ,ଟାଉନ ସିପ ରକ୍ଷଣା ବେକ୍ଷଣ)ତଥା ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି ସଭାପତି ସଞ୍ଜୟ କୁମାର ପଟ୍ଟନାୟକ ଧର୍ମପତ୍ନୀ ସ୍ମିତା ପଟ୍ଟନାୟକଙ୍କ ସହିତ ଏଥିରେ ମୁଖ୍ୟ ପୁରୋଧା ରୂପେ ଯୋଗଦେଇ ଶ୍ରୀ ଜୀଉଁ ଙ୍କୁ ଚାପ ଖେଳାଇ ଥିଲେ।ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି ସମ୍ପାଦକ କୈଳାସ ସେନାପତି,କୋଷାଧ୍ୟକ୍ଷ ପି କେ ମହାରଣା,ଯୁଗ୍ମ ସମ୍ପାଦକ ତ୍ରିଲୋଚନ ଚୌଧୁରୀଙ୍କ ସହିତ ସଦସ୍ୟ ଶିଶିର ପରିଡ଼ା,ପ୍ରଫୁଲ୍ଲ କୁମାର ମୁନି,ଚନ୍ଦ୍ରକାନ୍ତ କର,ସଞ୍ଜୟ କୁମାର ସାହୁ,ସ୍ୱସ୍ତିନ ମହାନ୍ତି, ନିରଞ୍ଜନ ପଣ୍ଡା, ଭଞ୍ଜନ ମହାପାତ୍ର,ସନ୍ତୋଷ କୁମାର ପଣ୍ଡା,ଡ଼ ଅଶୋକ କୁମାର ମହାନ୍ତି,ଡ଼ ନିରୋଦ କୁମାର ପ୍ରଧାନ,ଡ଼ ରମେଶ ଚନ୍ଦ୍ର ଦାଶ,ସୁଶାନ୍ତ କୁମାର ଦାଶ,ବେଣୁପାଣି ସାହୁ,ଯୋଗେଶ ଚୌଧୁରୀ,ଆର ଏନ ମୁଦୁଲି,ଖଦାଳ ନାୟକ, ଉପେନ୍ଦ୍ର ପାଣିଗ୍ରାହୀ,ଘନଶ୍ୟାମ ସାହୁ,ସଦନ ଗୌଡ଼ ଓ ବିଜୟ କୁମାର ଆଚାର୍ଯ୍ୟଙ୍କ ସହିତ ଅନ୍ୟ ସ୍ବେଚ୍ଛାସେବୀ ଓ ଶ୍ରଦ୍ଧାଳୁ ଉପସ୍ଥିତ ଥିଲେ।ତଳ ଗୌଡ଼ଗୁଡ଼ା ଓ ଉପର ଗୌଡ଼ଗୁଡ଼ାର ସଂକୀର୍ତ୍ତନ ମଣ୍ଡଳୀଙ୍କ ସହିତ ଶ୍ରୀଜଗନ୍ନାଥ ମନ୍ଦିରର ସଂକୀର୍ତ୍ତନ ଦଳ ସେବା ଯୋଗାଇଥିଲେ।

56
1795 views

Comment