Kalasjatra for Biswasanti Mahayagna started in Damanjodi
ଦାମନଯୋଡ଼ିରେ ବିଶ୍ଵଶାନ୍ତି ମହାଯଜ୍ଞର ଶୁଭାରମ୍ଭ
ଦାମନଯୋଡ଼ି,୨୭/୦୪:ନାଲକୋ ଟାଉନସିପ ସେକ୍ଟର- ୧ ଯଜ୍ଞ ମଣ୍ଡପରେ ୨୪ତମ ବିଶ୍ଵଶାନ୍ତି ମହାଯଜ୍ଞର ଶୁଭାରମ୍ଭ ହୋଇଛି।ରବିବାର ଅଙ୍କୁରାରୋପଣ ପରେ ସୋମବାର ସକାଳେ କଳସାଧିବାସ ଅନୁଷ୍ଠିତ ହୋଇଥିଲା।ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ଥିବା ନରେନ୍ଦ୍ର ପୁଷ୍କରିଣୀରେ ପୂଜାର୍ଚ୍ଚନା ପରେ ପବିତ୍ର ଜଳ ଅଣାଯାଇ ନାମ ସଙ୍କୀର୍ତ୍ତନ,ହରିବୋଲ ହୁଳହୁଳି ମଧ୍ୟରେ ଯଜ୍ଞ ମଣ୍ଡପରେ ସ୍ଥାପନ କରଯାଇଥିଲା।ଘଟ ସ୍ଥାପନ,ଘଟ ମଣ୍ଡଳାଦି ପୂଜା,ସ୍ତମ୍ଭ,ତୋରଣ ପୂଜା,ଅଗ୍ନି ସଂସ୍କାର ଆଦି ନୀତି ହୋଇଥିଲା।ଯାଜପୁରରୁ ଆସିଥିବା ପୂଜକ ପଣ୍ଡିତ ବିରଞ୍ଚି ନାରାୟଣ ପଣ୍ଡା,ଗୋବର୍ଦ୍ଧନ ଦାଶ, ପ୍ରସନଜିତ୍ ଶୁକ୍ଳା,ସତ୍ୟପ୍ରିୟ ଦାଶ ଓ ଶରତ ଶୁକ୍ଳା ପୂଜାକାର୍ଯ୍ୟ ସମ୍ପାଦନ କରିଥିଲେ।ଶିଶିର ପରିଡ଼ା ଓ ପତ୍ନୀ ସୁଷମା ସିଂ,କେ.ଚଣ୍ଡି ପ୍ରସାଦ ରାଓ ଓ ପତ୍ନୀ କେ.ଭବାନୀ, ସାରଦା ପ୍ରସାଦ ପାଇକରାୟ ଓ ପତ୍ନୀ ପ୍ରଣତି ପାଇକରାୟ, ସୁଧାଂଶୁ ଶେଖର ମିଶ୍ର ଓ ପତ୍ନୀ ଅମୃତା ପଣ୍ଡା ଏବଂ ଡ଼ ରାଜେନ୍ଦ୍ର କୁମାର ପଣ୍ଡା ଓ ପତ୍ନୀ ଗିରିଜା କୁମାରୀ ପଣ୍ଡା କର୍ତ୍ତା ଦାୟିତ୍ଵ ତୁଲାଇଛନ୍ତି।ବିଭିନ୍ନ ଦିବସର ପୂଜାନୀତି ହୋଇ ମଇ ୧ତାରିଖ ପବିତ୍ର ଚନ୍ଦନ ପୂର୍ଣ୍ଣିମା ଦିନ ବିଭିନ୍ନ ପୂଜାନୀତି ସହିତ ସର୍ବ ଦେବାଦେବୀଙ୍କ ଆହୂତି,ସନ୍ଧ୍ୟାରେ ଯଜ୍ଞର ପୂର୍ଣ୍ଣାହୁତି,ପ୍ରବଚନ ଏବଂ ସମୂହ ପ୍ରସାଦ ସେବନ ଆଦି ଅନୁଷ୍ଠିତ ହେବ।କମିଟି ପକ୍ଷରୁ ସଭାପତି ତଥା ନାଲକୋ ମୁଖ୍ୟ ମହାପ୍ରବନ୍ଧକ ସୁଗାତୋ ଆନନ୍ଦ ବାସୁ,ଉପସଭାପତି ତଥା ମହାପ୍ରବନ୍ଧକ ଭି.ସୁରେଶ କୁମାର ବାଥୁଲା,ସମ୍ପାଦକ ଅନାମ ଚରଣ ନାୟକ,କୋଷାଧ୍ୟକ୍ଷ ଅବିନାଶ ଜେନାଙ୍କ ସହିତ,ରଞ୍ଜନ ବେହେରା,ସୁଜିତ ଜେନା,ମିଟୁ ସାହୁ,ସରୋଜ ଦଳେଇ,ଦୀନେଶ ଶୁକ୍ଳା,ସଦାଶିବ ବେହେରା,ସଞ୍ଜୟ କୁମାର ସାହୁ,ମୂରଲୀଧର ମହାପାତ୍ର,ଡ଼ଃ ଅଶୋକ ମହାନ୍ତି,ସନ୍ତୋଷ କୁମାର ଦାଶ,ଝାଡେଶ୍ୱର ପାଲ,ଲମ୍ବୋଦର ସ୍ବାଇଁ,ଶ୍ରୀକାନ୍ତ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ରହି ପରିଚାଳନା କରିଥିଲେ।ବିଶ୍ୱକଲ୍ୟାଣ ନିମନ୍ତେ ପ୍ରାର୍ଥନା ସହିତ ଯଜ୍ଞ ନାରାୟଣଙ୍କର ବିଭୁକୃପା ଲାଭ ନିମନ୍ତେ ହେଉଥିବା ଏହି ବିଶ୍ଵଶାନ୍ତି ମହାଯଜ୍ଞରେ ବହୁ ଶ୍ରଦ୍ଧାଳୁ ଉପସ୍ଥିତ ଥିଲେ।