logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଅନ୍ତାରେ ୩୮ଜଣଙ୍କ ଚକ୍ଷୁ ପରୀକ୍ଷା, ଜୟପୁର,ଓଡ଼ିଶା

କୋରାପୁଟ,୨୭/୦୪:ସୋମବାର ଜୟପୁର ବ୍ଲକ ଅନ୍ତା ଆୟୁଷ୍ମାନ ଆରୋଗ୍ୟ ମନ୍ଦିରରେ ଏକ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି।ରାଜ୍ୟ ସରକାରଙ୍କ 'ସୁରେନ୍ଦ୍ର ସାଏ ଦିବ୍ୟଦୃଷ୍ଟି ଯୋଜନା'ରେ କୋରାପୁଟ ଜିଲ୍ଲାରେ ଥିବା ଭ୍ରାମ୍ୟମାଣ ଦୃଷ୍ଟିକେନ୍ଦ୍ର ପକ୍ଷରୁ ହୋଇଥିବା ଶିବିରରେ ଅନ୍ତା ଗ୍ରାମ ପଞ୍ଚାୟତର ବିଭିନ୍ନ ଗ୍ରାମରୁ ଆସିଥିବା ମୋଟ ୩୮ଜଣଙ୍କ ଚକ୍ଷୁ ପରୀକ୍ଷା ହୋଇଥିଲା।୧୭ଜଣଙ୍କ ଠାରେ ମୋତିଆବିନ୍ଦୁ ଚିହ୍ନଟ,ଦୃଷ୍ଟିଦୋଷ ଥିବା ୨ଜଣଙ୍କର ଚଷମା ପରୀକ୍ଷା ଓ ଅନ୍ୟ ୩ଜଣଙ୍କୁ ରେଫର କରାଯାଇଥିଲା।ଶିବିରରେ ଚକ୍ଷୁରୋଗୀଙ୍କୁ ଔଷଧ ବଣ୍ଟନ ସହିତ ରକ୍ତଚାପ ଓ ରକ୍ତପରୀକ୍ଷା ହୋଇଥିଲା।ଏହି ଯୋଜନାରେ ମୋତିଆବିନ୍ଦୁ ରୋଗୀଙ୍କର ଜୟପୁର ସ୍ଥିତ ଜିଲ୍ଲା ସଦର ମହକୁମା ହସ୍ପିଟାଲରେ ମାଗଣା ଅସ୍ତ୍ରୋପଚାର ବ୍ୟବସ୍ଥା ରହିଛି।ରାବଣାଗୁଡା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡ଼ାଃ ସ୍ଵସ୍ତିକ ମହଲାଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଶିବିରରେ ମାଥାଲପୁଟ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରର ଚକ୍ଷୁ ଚିକିତ୍ସା ଅଧିକାରୀ ବିଜୟ କୁମାର ଆଚାର୍ଯ୍ୟ ରୋଗୀଙ୍କ ଚକ୍ଷୁ ପରୀକ୍ଷା କରିଥିଲେ।ପିଏଚଇଓ ଧରିତ୍ରୀ ମୁଦୁଲି ଓ ବିପିଏମ ସନ୍ତୋଷିନୀ ପଣ୍ଡାଙ୍କ ନେତୃତ୍ୱରେ ଆୟୋଜିତ ଶିବିରରେ ଗୋଷ୍ଠି ସ୍ୱାସ୍ଥ୍ୟ ଅଧିକାରିଣୀ ଶୁଭଶ୍ରୀ ଦାସଙ୍କ ସ୍ବାସ୍ଥ୍ୟକର୍ମୀ ବବିତା ତୁରୁକ,ସ୍ନେହଲତା ମହାରଣା ଓ ସମସେର ଅଲୀ ଉପସ୍ଥିତ ରହି ପରିଚାଳନା କରିଥିଲେ।ଆଶାକର୍ମୀ ସରସ୍ଵତୀ ବେହେରା ଓ ଶକୁନ୍ତଳା ମଣ୍ଡଳ ପ୍ରମୁଖ ସହଯୋଗ କରିଥିଲେ।

42
2289 views

Comment