ଡୋଙ୍ଗରିପାଲି–ଜେଠୁପାଲି ରାସ୍ତା ଅବସ୍ଥା ଦୟନୀୟ, ଜନସାଧାରଣ ଦୁଃଖଭୋଗରେ
ଡୋଙ୍ଗରିପାଲି–ଜେଠୁପାଲି ରାସ୍ତା ଅବସ୍ଥା ଦୟନୀୟ, ଜନସାଧାରଣ ଦୁଃଖଭୋଗରେ
ନୂଆପଡା ଜିଲ୍ଲାର କୋମନା ବ୍ଲକ ଅନ୍ତର୍ଗତ ଡୋଙ୍ଗରିପାଲି ଗାଁରୁ ଜେଠୁପାଲି ଗାଁକୁ ଯିବା ରାସ୍ତାର ଅବସ୍ଥା ଦିନକୁ ଦିନ ଅତ୍ୟନ୍ତ ଦୟନୀୟ ହୋଇପଡ଼ିଛି। ବିଶେଷ କରି ଡୋଙ୍ଗରିପାଲି ଗାଁ ନିକଟର ଟର୍ନି ପାଖରେ ଥିବା ଡ୍ରେନ ନାଳା ସମ୍ପୂର୍ଣ୍ଣ ଭାବେ କଟିଯାଇଥିବାରୁ ରାସ୍ତା ଅତ୍ୟନ୍ତ ବିପଦଜନକ ହୋଇଯାଇଛି।
ଏହାର ପରିଣାମରେ ସ୍ଥାନୀୟ ଲୋକମାନେ ଦୈନନ୍ଦିନ ଯାତାୟାତ କରିବା ସମୟରେ ବହୁତ ଅସୁବିଧା ଓ ଜୀବନଜୋଖିମ ସମ୍ମୁଖୀନ ହେଉଛନ୍ତି। ବିଶେଷ କରି ବର୍ଷା ଦିନରେ ପରିସ୍ଥିତି ଆହୁରି ଗମ୍ଭୀର ରୂପ ଧାରଣ କରୁଛି।
ସ୍ଥାନୀୟ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହେଉଛି ଯେ, ପ୍ରଶାସନ ଏହି ସମସ୍ୟା ଉପରେ ତୁରନ୍ତ ଦୃଷ୍ଟି ଦେଇ ଡ୍ରେନ ଓ ରାସ୍ତାର ମରାମତି କାମ ସତ୍ୱର କରାଯାଉ, ଯାହାଦ୍ୱାରା ଜନସାଧାରଣ ସୁରକ୍ଷିତ ଭାବରେ ଯାତାୟାତ କରିପାରିବେ।