ସଂଯୁକ୍ତ କୃଷକ ସଂଗଠନ ତରଫରୁ କେନାଲ ବିଭାଜନ ବିଭାଗ ଏବଂ ଜିଲ୍ଲାପାଳ ଙ୍କୁ କେନାଲ ପାଣି ବୃଦ୍ଧି ପାଇଁ ଦାବିପତ୍ର ଦେଇଛନ୍ତି,
ସଂଯୁକ୍ତ କୃଷକ ସଂଗଠନ ତରଫରୁ କେନାଲ ବିଭାଜନ ବିଭାଗ ଏବଂ ଜିଲ୍ଲାପାଳ ଙ୍କୁ କେନାଲ ପାଣି ବୃଦ୍ଧି ପାଇଁ ଦାବିପତ୍ର ଦେଇଛନ୍ତି, ଦାବିପତ୍ର ରେ ଉଲ୍ଲେଖ କରିଛନ୍ତି ଯେ,ପ୍ରଶାସନ ଜରିକରିଥିବା ଵିଜ୍ଞାପନ ଅନୁସାରେ 31. 04.2026 ରୁ 30.06.2026 ପର୍ଯ୍ୟନ୍ତ ହୀରାକୁଦ ସେଚାଞ୍ଚଳ କେନାଲ ମରାମତି ପାଇଁ କେନାଲ ପାଣି ବନ୍ଦ କରାଯିବ। ଆପଣଙ୍କ ଏହି ନିଷ୍ପତ୍ତି ଚାଷୀମାନଙ୍କ ପାଇଁ ଅତ୍ୟନ୍ତ ଖୁସିର ଖବର ଅଟେ। କେନାଲ ମରାମତି ହେଲେ ଶେଷ ମୁଣ୍ଡ ପର୍ଯ୍ୟନ୍ତ ପାଣି ଯାଇପାରିବ ଏବଂ କୃଷକମାନେ ଆହୁରୀ ଉପକୃତ ହେବେ। ହେଲେ ଚଳିତ ବର୍ଷ ଖରଫ ଚାଷର ଧାନ ବିକ୍ରି ବିଳମ୍ବ ଏବଂ ରବି ଋତୁରେ ଅନେକ ଚାଷୀ ବୁଣା ଧାନ କରିଛନ୍ତି ଏବଂ ଯେଉଁମାନେ ମେସିନ ଜରିଆରେ ଧାନ ରୁଇଛନ୍ତି ସେମାନଙ୍କ ସମାନ ଧାନ ମଧ୍ୟ 15/20 ଦିନ ବିଳମ୍ବରେ ଅମଳ ହେବ। ବର୍ତ୍ତମାନ କେନାଲ ପାଣି ବନ୍ଦ ହେଲେ
ଜିଲ୍ଲାର ପ୍ରାୟ ଅଞ୍ଚଳ ପ୍ରଭାବିତ ହେବା ସହିତ ବିଶେଷ ଭାବେ ବରପାଲି ବ୍ଲକ କାଇଁଶିର, ପାଟକୁଲୁଣ୍ଡା, ତୁଳଣ୍ଡି, ରେମତା, କୁମ୍ଭାରୀ, ସତଳମା, ଭେଡେନ ବ୍ଲକର କୁବେଡେଗା, ତାଳମେଣ୍ଡା, ଭେଡେନ, ଅଇଁଳାପାଲି, ରେଶମ, ଅରେଇଗୁଡ଼ି, ଲୁହାଖଣ୍ଡି, ମାନପୁର, ଅର୍ଜୁଣ୍ଡା, ଋଷୁଡ଼ା, ସିଅଲେଖଣ୍ଡାହତା, ପପଙ୍ଗା, ଦେଶଭଟଲି, ସଂକ୍ରିଡ଼ା ଆଦି ପଞ୍ଚାୟତ ମାନଙ୍କର ଚାଷଜମି ବହୁ ମାତ୍ରାରେ ପ୍ରଭାବିତ ହେବ। ଏହି ଅଞ୍ଚଳରେ ମାତ୍ର 20/50 % ଧାନ ଅମଳ ଅବସ୍ଥାରେ ଥିବାବେଳେ ପ୍ରାୟ ସ୍ଥାନରେ ଧାନ ଗର୍ଭଣୀ ଅବସ୍ଥାରେ ଅଛି ଯାହା ଆହୁରୀ 15 /20 କେନାଲ ପାଣିର ଦରକାର ପଡିବ।
ଏଣୁ ଆମ ସଂଗଠନ ତରଫରୁ ବିଭିନ୍ନ ଗ୍ରାମର ପରାମର୍ଶ କ୍ରମେ ଆପଣଙ୍କ ଅବଗତି ଏବଂ କାର୍ଯ୍ୟାନୁଷ୍ଠାନ ପାଇଁ ଆହୁରୀ 20 ଦିନ ଜଳ ଯୋଗାଣ ନିମନ୍ତେ ଦାବିପତ୍ର ଦେଇଛନ୍ତି ।