ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ
ଦେବଗଡ଼, ତା. ୨୭.୦୪.୨୦୨୬ ରିଖ :-
ଆଜି ରିଆମାଳ ବ୍ଲକ ଅଧୀନସ୍ଥ ପଳସମା ଗ୍ରାମପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି।
ଏହି ଶିବିରରେ ଜିଲ୍ଲାପାଳ ଶ୍ରୀ କବିନ୍ଦ୍ର କୁମାର ସାହୁ ଯୋଗଦେଇ ମୋଟ ୫୨ଟି ଅଭିଯୋଗ ଗ୍ରହଣ କରିଥିଲେ ଏବଂ ସେଗୁଡିକର ସତ୍ୱର ସମାଧାନ ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଦେଇଥିଲେ।
ପ୍ରାପ୍ତ ଅଭିଯୋଗମାନଙ୍କ ମଧ୍ୟରୁ ୨୪ଟି ବ୍ୟକ୍ତିଗତ ଓ ୨୮ଟି ସାମୁହିକ ଅଭିଯୋଗ ଥିବା ଜଣାପଡ଼ିଛି। ଏହାମାନଙ୍କ ମଧ୍ୟରେ ଜମି-ଜାଗା ବିବାଦ, ଲେବର କାର୍ଡ ସମସ୍ୟା, ଶିକ୍ଷକ ନିଯୁକ୍ତି ଓ ବଦଳି, ପାନୀୟ ଜଳ ସୁବିଧା ଏବଂ ରାସ୍ତା ମରାମତି ଓ ଉନ୍ନତି ସମ୍ବନ୍ଧୀୟ ମୁଖ୍ୟ ଅଭିଯୋଗ ଥିଲା।
ଅଭିଯୋଗଗୁଡିକ ଶୁଣିବା ପରେ ଜିଲ୍ଲାପାଳ ସେଗୁଡିକର ତୁରନ୍ତ ସମାଧାନ ପାଇଁ ସମ୍ପୃକ୍ତ ଅଧିକାରୀମାନଙ୍କୁ କଠୋର ନିର୍ଦ୍ଦେଶ ଜାରି କରିଥିଲେ।
ଏହି ଶିବିରରେ ଆରକ୍ଷୀ ଅଧିକ୍ଷକ ଶ୍ରୀ ଅନିଲ କୁମାର ମିଶ୍ର, ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ (ଜିଲ୍ଲା ପରିଷଦ) ଶ୍ରୀ ରାଜେନ୍ଦ୍ର କୁମାର ମିଞ୍ଜ, ଉପଜିଲ୍ଲାପାଳ ଶ୍ରୀ ପରୀକ୍ଷିତ ସାହୁ, ଡେପୁଟି କଲେକ୍ଟର ଶ୍ରୀମତୀ ଅଞ୍ଜୁନି କୁଜୁର ସହିତ ତହସିଲଦାର ଏବଂ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।