logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଏପ୍ରିଲ ୨୮ରୁ ଶିରିକୁଆଁ ଗ୍ରାମରେ ଶ୍ରୀମଦ ଭାଗବତ କଥାମୃତ।

ଏପ୍ରିଲ ୨୮ରୁ ଶିରିକୁଆଁ ଗ୍ରାମରେ ଶ୍ରୀମଦ ଭାଗବତ କଥାମୃତ।

ଚମ୍ପୁଆ ୨୬/୦୪(ଖଣ୍ଡାଧାର ନିଉଜ)-ଚମ୍ପୁଆ ବ୍ଲକ ଭୂଇଁପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଶିରିକୁଆଁ ଗ୍ରାମର ରାଧାକୃଷ୍ଣ ମନ୍ଦିର ପରିସରରେ ଆସନ୍ତା୨୮ତାରିଖ ଠାରୁ ଏକ ସପ୍ତାହ ଧରି ଶ୍ରୀମଦ ଭାଗବତ କଥାମୃତ ଅନୁଷ୍ଠିତ ହେବାକୁ ଯାଉଛି। ଏହି କାର୍ଯ୍ୟକ୍ରମ ପ୍ରତିଦିନ ସନ୍ଧ୍ୟା ୬:୩୦ମିନିଟରୁ ଆରମ୍ଭ ହୋଇ ରାତ୍ର ୯ଘଟିକା ସମୟ ପର୍ଯ୍ୟନ୍ତ ଚାଲିବାର କାର୍ଯ୍ୟକ୍ରମ ରହିଅଛି।ରାଧାକୃଷ୍ଣ ମନ୍ଦିର କମିଟି ପକ୍ଷରୁ ଆୟୋଜିତ ହେଉଥିବା ଏହି କାର୍ଯ୍ୟକ୍ରମରେ ପ୍ରବକ୍ତା ଭାବେ ଭୁବନେଶ୍ୱର ଇସ୍କନର ଶ୍ରୀପାଦ ଅକ୍ଷୟ ହରିଦାସ ବ୍ରହ୍ମଚାରୀ ପ୍ରବଚକ ଭାବେ ଯୋଗଦାନ କରିବାର କାର୍ଯ୍ୟକ୍ରମ ରହିଅଛି ବୋଲି ଆୟୋଜକ ପକ୍ଷରୁ ଜଣାପଡିଛି। ପ୍ରଵଚକ "ଜନ୍ମ ମୃତ୍ୟୁର ଆବର୍ତ୍ତନ ଓ ମୁକ୍ତିର ଉପାୟ "ପ୍ରସଙ୍ଗରେ ଆଲୋକପାତ କରିବେ। ପ୍ରବଚନ କାର୍ଯ୍ୟକ୍ରମକୁ ଶିରିକୁଆଁ ରାଧାକୃଷ୍ଣ ମନ୍ଦିର କମିଟିର ସଦସ୍ୟ ଘନଶ୍ୟାମ ଦାସ,ପ୍ରଦୀପ ମହାନ୍ତ,ରାଜେଶ ମହାନ୍ତ, ଶିବକାନ୍ତ ମହାନ୍ତ, ସରୋଜ କୁମାର ମହାନ୍ତ, ମିତ୍ରଭାନୁ ମହାନ୍ତ, ନନ୍ଦିନୀ ମହାନ୍ତ, ମାଧବୀଲତା ମହାନ୍ତ, ସୌଦାମିନୀ ମହାନ୍ତ,ଗୀତାଞ୍ଜଳି ମହାନ୍ତ,ପ୍ରଭାତୀ ମାଝୀ ପ୍ରମୁଖ ସହଯୋଗ କରି ପରିଚାଳିତ କରୁଛନ୍ତି। ଗ୍ରାମ ତଥା ଅଞ୍ଚଳରୁ ବହୁ ସଂଖ୍ୟାରେ ଭକ୍ତ ଶ୍ରଦ୍ଧାଳୁ ଗଣ ଯୋଗଦାନ କରି ଭାଗବତ କଥା ମୃତ ଶ୍ରବଣ କରିବାକୁ ମନ୍ଦିର କମିଟି ପକ୍ଷରୁ ନିବେଦନ କରାଯାଇଛି।

ଡମ୍ବରୁଧର ମହାନ୍ତ ଙ୍କ ରିପୋର୍ଟ।

8
646 views

Comment