ଦେବଗଡ଼ ଜିଲ୍ଲାର ଐତିହାସିକ ସଫଳତା
ଦେବଗଡ଼, ତା.୨୬/୦୪/୨୦୨୬ ରିଖ :-
୨୦୨୫–୨୬ ଆର୍ଥିକ ବର୍ଷରେ ଗ୍ରାମୀଣ ଆବାସ ଯୋଜନାର ସଫଳ ରୂପାୟନ କରି ଦେବଗଡ଼ ଜିଲ୍ଲା ଏକ ଅନନ୍ୟ ସଫଳତା ଅର୍ଜନ କରିଛି। ରାଜ୍ୟର ଅନ୍ୟ ୨୯ଟି ଜିଲ୍ଲାକୁ ପଛକୁ ପକାଇ ପ୍ରଥମ ସ୍ଥାନ ଅଧିକାର କରିଛି।
ଏହି ଗୌରବମୟ ସଫଳତା ପାଇଁ, ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗତ ୨୪/୦୪/୨୦୨୬ ତାରିଖରେ ବଲାଙ୍ଗୀରରେ ଆୟୋଜିତ ରାଜ୍ୟସ୍ତରୀୟ ଜାତୀୟ ପଞ୍ଚାୟତିରାଜ ଦିବସ ଅବସରରେ ଦେବଗଡ଼ ଜିଲ୍ଲା ପରିଷଦକୁ ପୁରସ୍କୃତ କରିଥିଲେ।
ଏହି ଅବସରରେ ଜିଲ୍ଲା ପରିଷଦର ସଭାପତି
ଶ୍ରୀ କୌଶିକ କୁମାର ପ୍ରଧାନ ଓ ମୁଖ୍ୟ ଉନ୍ନୟନ ଅଧିକାରୀ-ତଥା-ନିର୍ବାହୀ ଅଧିକାରୀ
ଶ୍ରୀ ରାଜେନ୍ଦ୍ର ମିଞ୍ଜ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ହସ୍ତରୁ ମାନପତ୍ର ସହ ୧୨ ଲକ୍ଷ ଟଙ୍କାର ପୁରସ୍କାର ଗ୍ରହଣ କରିଥିଲେ।
ମୁଖ୍ୟ ଉନ୍ନୟନ ଅଧିକାରୀ ଏହି ସଫଳତା ପାଇଁ ଜିଲ୍ଲା ପରିଷଦ ଓ ବ୍ଲକ୍ ସ୍ତରର ସମସ୍ତ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଜଣାଇଥିବାବେଳେ, ଆଗାମୀ ବର୍ଷରେ ମଧ୍ୟ ଏହିଭଳି ଏକାଗ୍ରତା ସହ କାର୍ଯ୍ୟ କରିବାକୁ ପ୍ରେରଣା ମିଳିବ ବୋଲି କହିଛନ୍ତି।
ଦେବଗଡ଼ ଜିଲ୍ଲା ପାଇଁ ଏହା ଏକ ଅଭୁଲା ଅନୁଭୂତି ହେବା ସହିତ ସାରା ଜିଲ୍ଲାରେ ଗର୍ବ ଓ ଆନନ୍ଦର ପରିବେଶ ସୃଷ୍ଟି ହୋଇଛି ।