ବାବା ଗ୍ରହରାଜ ଶନିଶ୍ଚରଙ୍କ ୪୦ତମ ବାର୍ଷିକ ଯଜ୍ଞମହୋତ୍ସବ: ସାଇଁକୁଳ ରେ ଅଖଣ୍ଡ ଦୀପ ଦର୍ଶନ ପାଇଁ ଭକ୍ତ ଙ୍କ ଭିଡ଼।
ବାବା ଗ୍ରହରାଜ ଶନିଶ୍ଚରଙ୍କ ୪୦ତମ ବାର୍ଷିକ ଯଜ୍ଞମହୋତ୍ସବ: ସାଇଁକୁଳ ରେ ଅଖଣ୍ଡ ଦୀପ ଦର୍ଶନ ପାଇଁ ଭକ୍ତ ଙ୍କ ଭିଡ଼।
ଆନନ୍ଦପୁର,୨୫।୦୪ କେନ୍ଦୁଝର ଜିଲ୍ଲା ଘଷିପୁରା ବ୍ଲକ୍ ଅନ୍ତର୍ଗତ ସାଇଁକୁଳ ଗ୍ରାମରେ ଥିବା ବାବା ଶନିଶ୍ଚରଙ୍କ ମନ୍ଦୀର ରେ ୪୦ତମ ବାର୍ଷିକ ଯଜ୍ଞମହୋତ୍ସବ ମହା ଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି । ଶୁକ୍ରବାର ଅପରାହ୍ନରେ ଗ୍ରାମ ସ୍ଥିତ ସାଇଁକୁଳ ପୁଷ୍କରିଣୀ ରୁ ବ୍ରତଧାରୀ ମାନେ କଳସ ବୁଡ଼ାଇ ଗ୍ରାମ ପରିକ୍ରମା କରି ଯଜ୍ଞ ମଣ୍ଡପରେ କଳସ ସ୍ଥାପନା କରିଥିଲେ । ସକାଳୁ ନୀତି ପୂଜକ ରବିନ୍ଦ୍ର ପଣ୍ତା ଙ୍କ ଦ୍ଵାରା ପୂଜା ଆରମ୍ଭ ହୋଇଥିବା ବେଳେ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ମାନେ ଯୋଗଦାନ କରି ବାବା ଗ୍ରହରାଜ ଶନିଶ୍ଚର ଙ୍କ ପୂଜାର୍ଚ୍ଚନା କରିବା ସହ ବାବା ଙ୍କ ଅଖଣ୍ଡ ଦୀପ ଦର୍ଶନ କରି ଆଶିଷ ଲାଭ କରିଥିଲେ। ଯଜ୍ଞ ପଣ୍ଡିତ ରବିନାରାୟଣ ପଣ୍ଡା, ପଣ୍ଡିତ ସୀତାରାମ ପତି, ପଣ୍ଡିତ ରାଜୀବ ଲୋଚନ ପଣ୍ଡା ଙ୍କ ଦ୍ଵାରା ବେଦପାଠ, ପଞ୍ଚକର୍ମ, ସୂର୍ଯ୍ୟ ପୂଜା, ଗୁରୁ ପୂଜା, ଗୋ ପୂଜା, ସାଲା ପ୍ରବେଶ, ଯଜ୍ଞାଗିରି ସ୍ତାପନ, ଷୋଡ଼ଶ ଉପଚାର ପୂଜା, ହବନ ପୂଜା ପରେ ଯଜ୍ଞ ଆରମ୍ଭ ହୋଇଥିଲା। ମୁଖ୍ୟ କର୍ତ୍ତା ରାଜୀବ ଲୋଚନ ଚକ୍ର, ସୁଜାତା ଚକ୍ର ତୁଲାଇ ଥିଲେ। ଅପରାହ୍ନ ୫ଟାରେ ପୂର୍ଣ୍ଣାହୁତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସଂନ୍ଧ୍ୟା ରେ ଭଜନ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ସାଇଁକୁଳ ଶନିଶ୍ଚର ସଂକୀର୍ତ୍ତନ ମଣ୍ଡଳୀ ପକ୍ଷରୁ ନାମ ସଂକୀର୍ତ୍ତନ ହୋଇଥିଲା । ଶ୍ରଦ୍ଧାଳୁ ମାନେ କିପରି ଶାନ୍ତି ଶୃଙ୍ଖଳା ରେ ଦର୍ଶନ କରି ପାରିବେ ସେନେଇ ସାଇଁକୁଳ ଫାଣ୍ଡି ପୁଲିସ ଓ ସାଇଁକୁଳ ପତିତପାବନ ମହାବିଦ୍ୟାଳୟର ଏନ୍.ସି.ସି ଛାତ୍ର ଛାତ୍ରୀ ନିୟୋଜିତ ଥିଲେ । ଶ୍ରଦ୍ଧାଳୁ ମାନଙ୍କ ପାଇଁ ପ୍ରାସାଦ ସେବନ ବ୍ୟବସ୍ତା ହୋଇଥିବା ବେଳେ ପରିଚାଳନା ବିଜୟ କୁମାର ପଣ୍ଡା ,ନିରାକାର ଚକ୍ର, ଚଗୁଲ ସାମଲ , ସନ୍ତୋଷ ସ୍ୱାଇଁ,ଦୀପକ ସ୍ୱାଇଁ ଙ୍କ ସହ ଅନେକ ଯୁବ ପୀଢ଼ି ଉପସ୍ଥିତ ରହି ସହଯୋଗ କରିଥିଲେ।
ଖଣ୍ଡାଧାର ନିଉଜ- ବିଜୟ ଜେନାଙ୍କ ରିପୋର୍ଟ।