logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଜାତୀୟ ପଞ୍ଚାୟତିରାଜ ଦିବସ ଅବସରରେ ପାଟଣା ବ୍ଲକର ସମସ୍ତ ପଞ୍ଚାୟତ ରେ ସ୍ଵତନ୍ତ୍ର ଗ୍ରାମସଭା।

ଜାତୀୟ ପଞ୍ଚାୟତିରାଜ ଦିବସ ଅବସରରେ ପାଟଣା ବ୍ଲକର ସମସ୍ତ ପଞ୍ଚାୟତ ରେ ସ୍ଵତନ୍ତ୍ର ଗ୍ରାମସଭା।

ପାଟଣା-୨୫/୦୪, ଆଜି ଜାତୀୟ ପଞ୍ଚାୟତିରାଜ ଦିବସ ଅବସରରେ ପାଟଣା ବ୍ଲକର ସମସ୍ତ 20 ଟି ଯାକ ପଞ୍ଚାୟତ ରେ ପାଟଣା ବିଡିଓ ମାନସ କୁମାର ଦଣ୍ଡପାଟ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଓ ସରପଞ୍ଚ ମାନଙ୍କ ଅଧ୍ୟକ୍ଷତାରେ ଜାତୀୟ ପଞ୍ଚାୟତିରାଜ ଦିବସ ଅବସରରେ ସ୍ୱତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ହୋଇ ଯାଇଛି।ଏଥିପାଇଁ ସମସ୍ତ ପଞ୍ଚାୟତ ମାନଙ୍କରେ ନୋଡାଲ ଅଧିକାରୀ ନିଯୁକ୍ତି ହୋଇଥିଲେ।ବଡ଼ପାଟଣା ପଞ୍ଚାୟତ ରେ ନୋଡାଲ ଅଧିକାରୀ ଭାବେ ମଙ୍ଗଳ ସମ୍ପ୍ରସାରଣ ଅଧିକାରିଣୀ ସିପ୍ରାରାଣୀ ମହାନ୍ତ ବାଉଁଶୁଳି ପଞ୍ଚାୟତ ରେ କନିଷ୍ଠ ଯନ୍ତ୍ରୀ ସୀତାକାନ୍ତ ବେଉରିଆ, ବୁଢ଼ିକାପୁଡି ରେ କନିଷ୍ଠ ଯନ୍ତ୍ରୀ ଖେଳାରାମ ମୁର୍ମୁ, ଚାକୁଣ୍ଡାପାଳ ରେ ବି ଏଲ ସି ସସ୍ମିତା ସାହୁ,ଚେମେଣା ରେ ଏପିଓ ମଧୁସୂଦନ ପ୍ରଧାନ, ଚିନାମାଳିପଶିରେ କନିଷ୍ଠ ଯନ୍ତ୍ରୀ ଅଜୟ ଝା,ଡୁମୁରିଆ ରେ କନିଷ୍ଠ ଯନ୍ତ୍ରୀ ସୌମ୍ୟରଞ୍ଜନ ବେହେରା, ଜମୁନାପଶିରେ ଏସ ଆର ଏ ପ୍ରଭାତ କୁମାର ନାଥ,କଣ୍ଟିଆପଡା ରେ କନିଷ୍ଠ ଯନ୍ତ୍ରୀ ମୋନାଲିସା ଚକ୍ର, କେନ୍ଦେଇପଶି ରେ ଏସ ଆର ଏ ଯୋଗେଶ୍ୱର ନାଏକ, ଖିରେଇଟାଙ୍ଗରି ରେ ଏମ ଆଇ ଦିବ୍ୟରଞ୍ଜନ ଭୋଇ,ମିରିଗିଖୋଜି ରେ ମନରେଗା ସହାୟକ ଲକ୍ଷ୍ମଣ କୁମାର ପୃଷ୍ଟି, ମୁରୁସୁଆଁ ରେ ଇଂ ମିଥୁନ ମାଝୀ,ମୁଷାଖରୀ ରେ ଏସ ଆର ଏ ଶାନ୍ତିଲତା ମହାନ୍ତ, ପଲାଣଘାଟିରେ ଗ୍ରାମ୍ୟ ଜଳଯୋଗାଣ ସହକାରୀ ଯନ୍ତ୍ରୀ ସଦାଶିବ ମଢେଇ, ରାଜନଗର ରେ ବି ଆର ସି ଜମାଲୁଉଦିନ ଖାନ, ସାରାସକୋଲାରେ କନିଷ୍ଠ ଯନ୍ତ୍ରୀ ନିହାର ରଞ୍ଜନ ନାୟକ, ଟାଙ୍ଗରପଡା ରେ ବି ଏଫ ଓ ପାର୍ବତୀ ସର୍ଦ୍ଦାର ଓ ତୁରୁମୁଙ୍ଗା ପଞ୍ଚାୟତ ରେ କନିଷ୍ଠ ଯନ୍ତ୍ରୀ ମନୋଜ କୁମାର ପଣ୍ଡା, ନୋଡ଼ାଲ ଅଧିକାରୀ ଭାବେ ଯୋଗଦେଇ ଗ୍ରାମସଭା ପରିଚାଳନା ରେ ସହଯୋଗ କରିଥିବା ବେଳେ ବିଡିଓ ମାସନ କୁମାର ଦଣ୍ଡପାଟ ବିଭିନ୍ନ ପଞ୍ଚାୟତ ରେ ଗ୍ରାମସଭା ପରିଦର୍ଶନ କରିଥିଲେ।

ଖଣ୍ଡାଧାର ନିଉଜ- ସାମ୍ବାଦିକ ବିଜୟ ରତ୍ନ ପତିଙ୍କ ରିପୋର୍ଟ।

2
546 views

Comment