କ୍ଷତିପୂରଣ ଦାବିରେ ଦିବ୍ୟାଙ୍ଗଙ୍କ ଶବ ରଖି ରାଜପଥ ଅବରୋଧ।
କ୍ଷତିପୂରଣ ଦାବିରେ ଦିବ୍ୟାଙ୍ଗଙ୍କ ଶବ ରଖି ରାଜପଥ ଅବରୋଧ।
କେନ୍ଦୁଝର,ତା୨୫/୦୪- ଗତକାଲି ସନ୍ଧ୍ୟାରେ ଘଟଗାଁ ଥାନା ଅନ୍ତର୍ଗତ ୨୦ ନମ୍ବର ଜାତୀୟ ରାଜପଥ ବରବେଡା ନିକଟରେ ଏକ ପିକଅଫ୍ ଗାଡି ଜଣେ ଦିବ୍ୟାଙ୍ଗଙ୍କୁ ଧକ୍କା ଦେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ମୃତକ ଜଣଙ୍କର ନାମ ଭୁବନ ନାଏକ (୬୫) , ଘର ନିକଟବର୍ତ୍ତୀ ସାନବରବେଡା ଗ୍ରାମରେ। ଆଜି ପୋଲିସ ମୃତକଙ୍କ ବ୍ୟବଚ୍ଛେଦ କରାଇ ଶବକୁ ପରିବାର ଲୋକକୁ ହସ୍ତାନ୍ତର କରିବାପରେ ପରିବାର ଲୋକ ଶବକୁ ଆଣି ଦୁର୍ଘଟଣା ଘଟିଥିବା ସ୍ଥାନରେ ରଖି କ୍ଷତିପୂରଣ ଦାବୀରେ ରାଜପଥ ଅବରୋଧ କରିଥିଲେ। ରାଜପଥର ଉଭୟ ପାର୍ଶ୍ଵରେ ଶହଶହ ଛୋଟବଡ଼ ଯାନ ଅଟକି ରହିଥିଲା। ଘଟଣାସ୍ଥଳରେ ଘଟଗାଁ ଥାନା ଏସଡିପିଓ ବିଜୟକୃଷ୍ଣ ମହାପାତ୍ର, ଥାନା ଅଧିକାରୀ ଶୁଭ୍ରାନ୍ତ କୁମାର ଜେନାଙ୍କ ସମେତ ଅନ୍ୟାନ୍ୟ ପୋଲିସ କର୍ମଚାରୀ ଉପସ୍ଥିତ ରହି ଲୋକମାନଙ୍କୁ ବୁଝାସୁଝା କରୁଥିଲେ ତେବେ ବି ଲୋକେ ଦାବିରେ ଅଡ଼ି ବସିଥିଲେ।
ଖଣ୍ଡାଧାର ନିଉଜ- ବରିଷ୍ଠ ସାମ୍ବାଦିକ ଦିଲ୍ଲିପ କୁମାର ସାହୁଙ୍କ ରିପୋର୍ଟ।