logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର ବାର୍ଷିକ ଉତ୍ସବ ଅନୁଷ୍ଠିତ, ଦାମନଯୋଡି,ମାଥାଲପୁଟ, କୋରାପୁଟ, ତା୨୪/୬/୨୬(ଶୁକ୍ରବାର)

ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର ବାର୍ଷିକ ଉତ୍ସବ ଅନୁଷ୍ଠିତ
ଦାମନଯୋଡି:-୨୪/୪ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ମାଥାଲପୁଟର ସପ୍ତଦଶତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।ଇଂ ବିଛନ୍ଦ ଚରଣ ଦାଶ, ମୁଖ୍ଯ ମହାପ୍ରବନ୍ଧକ ନାଲକୋ,ମୁଖ୍ଯ ଅତିଥି,ଡଃ ରମେଶ ଚନ୍ଦ୍ର ଦାଶ, ଅବସରପ୍ରାପ୍ତ ଡିଜିଏମ, ନାଲକୋ ,ସମ୍ମାନୀତ ଅତିଥି,ପ୍ରାଧ୍ୟାପକ ଅଶୋକ ନାୟକ, ମୁଖ୍ଯ ବକ୍ତା ରୂପେ ଯୋଗଦାନ କରିଥିଲେ ।ସଭାପତି ସଦାନନ୍ଦ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ସଂପାଦକ ଆକୁଳ ଚରଣ ଜେନା,ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ ।ପ୍ରଧାନ ଆଚାର୍ଯ୍ଯ ଜଗନ୍ନାଥ ବିଷୋୟୀ ବାର୍ଷିକ ବିବରଣୀ ପାଠ କରିଥିଲେ । ବରେଣ୍ଯ ଅତିଥି ଓ ବକ୍ତାମାନେ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର ଲକ୍ଷ୍ଯ ଓ ଆଦର୍ଶ ସଂପର୍କରେ ଆଲୋକପାତ କରିଥିଲେ ।ସଂସ୍କାର,ଚରିତ୍ର ଗଠନ ,ଭାରତୀୟ ସଂସ୍କୃତି ଓ ପରମ୍ପରା ଆଧାରିତ ପଞ୍ଚପଦୀ ଶିକ୍ଷା ପଦ୍ଧତିର ମହତ୍ତ ଉପସ୍ଥାପନ କରିଥିଲେ ।ପୁରସ୍କାର ବିତରଣ ପରେ ଛାତ୍ରଛାତ୍ରୀମାନେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ।ଆଚାର୍ଯ୍ଯ ଓ ଆଚାର୍ଯ୍ଯା ଲୋକନାଥ ବେହେରା,ଶ୍ରୀକାନ୍ତ ମଲ୍ଲିକ, ସନ୍ତୋଷ କୁମାର ପଣ୍ଡା,ହୃଷିକେଶ ସେଠୀ,ତପସ୍ବିନୀ ମିଶ୍ର, ଲକ୍ଷ୍ମୀପ୍ରିୟା ସାହୁ, ସୁଚିତ୍ରା କବି,ବବି ଗୁଣ୍ଠା,କମଳା ବାଡତ୍ଯା,କନକଲତା ରାଉତ, ଗୀତାଞ୍ଜଳି ପଡାଲ, ଜୟଲକ୍ଷ୍ମୀ ପାତ୍ର, କୁନ୍ତଳ ବର୍ଦ୍ଧନ, ଡଲି ଜେନା ଓ ସମସ୍ତ ଆଚାର୍ଯ୍ଯ ଓ ଆଚାର୍ଯ୍ଯା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।କୋଷାଧ୍ୟକ୍ଷ ଡଃ ଅଶୋକ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।ଶତାଧିକ ଛାତ୍ରଛାତ୍ରୀ,ଅଭିଭାବକ, ପରିଚାଳନା କମିଟିର ସଦସ୍ଯ, ଅଞ୍ଚଳବାସୀ ମନଭରି କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ ।

3
656 views

Comment