ଶ୍ୱେତସୁବର୍ଣ୍ଣ କ୍ଷେତ୍ରରେ ୫ମ ଓ ୬ଷ୍ଠ ଦିନରେ ଚାପ ଖେଳିଲେ ମହାପ୍ରଭୁ;ଦାମନଯୋଡ଼ି,କୋରାପୁଟ
ଦାମନଯୋଡ଼ି,୨୫/୦୪:ଶ୍ରୀ ଜୀଉଙ୍କ ଚନ୍ଦନ ଯାତ୍ରାର ୫ମ ଓ ୬ଷ୍ଠ ଦିବସରେ ଶ୍ୱେତସୁବର୍ଣ୍ଣ କ୍ଷେତ୍ର ଶ୍ରୀଜଗନ୍ନାଥ ମନ୍ଦିରରେ ସ୍ଵତନ୍ତ୍ର ପୂଜାନୀତି ଓ ଠାକୁରଙ୍କ ଚାପ ଖେଳ ନରେନ୍ଦ୍ର ପୁଷ୍କରିଣୀରେ ଅନୁଷ୍ଠିତ ହୋଇଥିଲା।ଚତୁର୍ଦ୍ଧା ମୂର୍ତ୍ତିଙ୍କ ସନ୍ଧ୍ୟା ଆଳତି ପରେ ଘଣ୍ଟଘଣ୍ଟା, ଆଲଟ,ଚାମର,ସଂକୀର୍ତ୍ତନ,ହରିବୋଲ ହୁଳହୁଳି ମଧ୍ୟରେ ଶ୍ରୀ ରାଧାକୃଷ୍ଣଙ୍କୁ ମୁଖ୍ୟ ମନ୍ଦିରରୁ ନରେନ୍ଦ୍ର ପୁଷ୍କରିଣୀକୁ ଅଣାଯାଇ ଥିଲା।ସେଠାରେ ପୂଜାର୍ଚ୍ଚନା ସହିତ ଏକ ସୁସଜ୍ଜିତ ଡଙ୍ଗାରେ ଶ୍ରୀଜୀଉଙ୍କୁ ପୁଷ୍କରିଣୀ ପରିକ୍ରମା କରାଯାଇଥିଲା।ପୂଜକ ଅଜୟ କୁମାର ପଣ୍ଡା,ବିପିନ ବିହାରୀ ପଣ୍ଡା ଓ ଅମୀୟ କୁମାର ସାମନ୍ତରାୟ ପୂଜାକର୍ମ କରିଥିଲେ।୫ମ ଦିବସରେ ନାଲକୋ ମୁଖ୍ୟ ମହାପ୍ରବନ୍ଧକ(ମାନବ ସମ୍ବଳ)ସୁଗାତୋ ଆନନ୍ଦ ବାସୁ ଏବଂ ୬ଷ୍ଠ ଦିବସରେ ମୁଖ୍ୟ ମହାପ୍ରବନ୍ଧକ(ଓ ଆଣ୍ଡ ଏମ,ମାଇନ୍ସ) ନଳିନୀ କାନ୍ତ ଜେନା ଧର୍ମପତ୍ନୀ ସୁନନ୍ଦା ଜେନାଙ୍କ ସହିତ ଏଥିରେ ମୁଖ୍ୟ ପୁରୋଧା ରୂପେ ଯୋଗଦେଇ ଶ୍ରୀ ଜୀଉଁ ଙ୍କୁ ଚାପ ଖେଳାଇ ଥିଲେ।ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି ସମ୍ପାଦକ କୈଳାସ ସେନାପତି,ଯୁଗ୍ମ ସମ୍ପାଦକ ତ୍ରିଲୋଚନ ଚୌଧୁରୀଙ୍କ ସହିତ ସଦସ୍ୟ ଶିଶିର ପରିଡ଼ା,ପି କେ ମୁନି,ହରେନ୍ଦ୍ର ନାଥ ଗିରି,ଚନ୍ଦ୍ରକାନ୍ତ କର ସନ୍ତୋଷ କୁମାର ଦାଶ,ଡ଼ ଅଶୋକ କୁମାର ମହାନ୍ତି,ଡ଼ ନିରୋଦ କୁମାର ପ୍ରଧାନ,ନାରାୟଣ ସାହୁ,ଡ଼ ରମେଶ ଚନ୍ଦ୍ର ଦାଶ,ମୂରଲୀଧର ଦାସ,ଅମର ଦାସ,ଭଞ୍ଜନ ମହାପାତ୍ର, ନିରଞ୍ଜନ ପଣ୍ଡା,ସାରଦା ପ୍ରସାଦ ପାଇକରାୟ, ଆର ଏନ ମୁଦୁଲି,ଖଦାଳ ନାୟକ,କିରଣ କୁମାର ମହାନ୍ତିଙ୍କ ସହିତ ଅନ୍ୟ ସ୍ବେଚ୍ଛାସେବୀ ଓ ଶ୍ରଦ୍ଧାଳୁ ଉପସ୍ଥିତ ଥିଲେ।ତଳ ଗୌଡ଼ଗୁଡ଼ା ଓ ଉପର ଗୌଡ଼ଗୁଡ଼ାର ସଂକୀର୍ତ୍ତନ ମଣ୍ଡଳୀଙ୍କ ସହିତ ଶ୍ରୀଜଗନ୍ନାଥ ମନ୍ଦିରର ସଂକୀର୍ତ୍ତନ ଦଳ ସେବା ଯୋଗାଇଥିଲେ।