ବିଭାଗ ପକ୍ଷରୁ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି।
ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ ଜିଲ୍ଲା ପ୍ରାଣୀ ସମ୍ପଦ
ଦେବଗଡ଼, ତା. ୨୫/୦୪/୨୬ ରିଖ :- ଦେବଗଡ଼ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ ଉତ୍ସାହର ସହିତ ପାଳିତ ହୋଇଯାଇଛି। ଜିଲ୍ଲା ପ୍ରାଣୀ ସମ୍ପଦ ବିକାଶ ବିଭାଗ ପକ୍ଷରୁ ଆୟୋଜିତ ଏହି କାର୍ୟକ୍ରମରେ ଖଣ୍ଡୀୟ ବନ ଅଧିକାରୀ ମିସ୍ ରଶ୍ମି ଜି ମୁଖ୍ୟ ଅତିଥି ଭାବେ ଯୋଗଦେଇ ପରିବେଶ ଓ ବନ୍ୟପ୍ରାଣୀ ସୁରକ୍ଷାରେ ପ୍ରାଣୀ ଚିକିତ୍ସକ ଓ ପ୍ରାଣୀଧନ ନିରୀକ୍ଷକମାନଙ୍କ ଅବଦାନକୁ ଭୂୟସୀ ପ୍ରଶଂସା କରିଥିଲେ।
ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଜିଲ୍ଲା ଚିକିତ୍ସା ଅଧିକାରୀ ସୁସ୍ଥ ଖାଦ୍ୟ ଶୃଙ୍ଖଳା ରକ୍ଷାରେ ପ୍ରାଣୀ ଚିକିତ୍ସକମାନଙ୍କ ଭୂମିକା ଉପରେ ଆଲୋକପାତ କରିଥିବା ସହ “ଏକ ସ୍ୱାସ୍ଥ୍ୟ” ଧାରଣାର ସଫଳ କାର୍ଯ୍ୟାନ୍ବୟନ ପାଇଁ ମାନବ ଓ ପ୍ରାଣୀ ଚିକିତ୍ସା ବିଭାଗ ମଧ୍ୟରେ ସମନ୍ୱୟ ଆବଶ୍ୟକତା ଉପରେ ଜୋର ଦେଇଥିଲେ। ଏହାସହ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ସୁସ୍ଥ ଓ ଉନ୍ନତ ଖାଦ୍ୟ ଉତ୍ପାଦନରେ ପ୍ରାଣୀ ସମ୍ପଦ ବିଭାଗର ଅପରିହାର୍ଯ୍ୟ ଭୂମିକା ବିଷୟରେ ମତ ପ୍ରକାଶ କରିଥିଲେ।
ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼. ବିଜୟ କୁମାର ପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ୟକ୍ରମରେ ଜିଲ୍ଲାର ପ୍ରାୟ ୭୫ ଜଣ ପ୍ରାଣୀପାଳକ, ସମସ୍ତ ପ୍ରାଣୀ ଚିକିତ୍ସକ ଓ ପ୍ରାଣୀଧନ ନିରୀକ୍ଷକମାନେ ଯୋଗଦେଇଥିଲେ।
କାର୍ୟକ୍ରମକୁ ଡ଼. ପ୍ରଣତି ବେହେରା ସୁଚାରୁ ଭାବେ ପରିଚାଳନା କରିଥିବା ବେଳେ ଶେଷରେ ଡ଼. ଯତୀନ୍ଦ୍ର ପଣ୍ଡା ଧନ୍ୟବାଦ ଜ୍ଞାପନ କରିଥିଲେ।