ଦେବଗଡ଼ ଜିଲ୍ଲାରେ ବିକାଶମୂଳକ ଭିତ୍ତିଭୂମି ପ୍ରକଳ୍ପଗୁଡିକର ଶୁଭ ଉଦଘାଟନ ଓ ଶିଳାନ୍ୟାସ।
ଦେବଗଡ଼, ତା. ୨୫.୦୪.୨୦୨୬ :- ଜିଲ୍ଲାକୁ ଦୁଇଦିନିଆ ଗସ୍ତରେ ଆସିଥିବା କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଓ ସମ୍ବଲପୁର ଲୋକସଭା ସାଂସଦ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହିତ ଓଡ଼ିଶା ସରକାରଙ୍କ ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟଜଳ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକ ଓ ଦେବଗଡ଼ ବିଧାୟକ ଶ୍ରୀ ରୋମାଞ୍ଚ ରଞ୍ଜନ ବିଶ୍ୱାଳ ଉପସ୍ଥିତ ରହି ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଥିଲେ।
ଏହି ଅବସରରେ ନୂତନ କେନ୍ଦ୍ରୀୟ ବିଦ୍ୟାଳୟର ଉଦଘାଟନ, ଦେବଗଡ଼ ମହାବିଦ୍ୟାଳୟରେ ଛାତ୍ରଛାତ୍ରୀ ନିବାସ ଶୁଭାରମ୍ଭ ଓ ପ୍ରଧାନପାଟରେ ମଡେଲ ସ୍ମଶାନର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା। ପରେ ପ୍ରଧାନପାଟ ବଡବାଗିଚାରେ ଆୟୋଜିତ ସାଧାରଣ ସଭାରେ ସେମାନେ ଯୋଗଦେଇଥିଲେ।
ଜିଲ୍ଲାପାଳ ଶ୍ରୀ କବିନ୍ଦ୍ର କୁମାର ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସମାବେଶରେ ମୁଖ୍ୟ ଅତିଥି ଭାବେ ଶ୍ରୀ ପ୍ରଧାନ ଯୋଗଦେଇ ଡିଜିଟାଲ ମାଧ୍ୟମରେ ୧୫ଟି ବିଭାଗର ୬୩ଟି ପ୍ରକଳ୍ପର ଉଦଘାଟନ ଓ ୧୦ଟି ବିଭାଗର ୬୧ଟି ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ସମୁଦାୟ ୧୨୪ଟି ପ୍ରକଳ୍ପ ପାଇଁ ପ୍ରାୟ ୨୭୮ କୋଟି ୪୯ ଲକ୍ଷ ୭୫ ହଜାର ଟଙ୍କା ବ୍ୟୟ ଅଟକଳ ରହିଛି।
ସେ ଦେବଗଡ଼କୁ ରାଜ୍ୟରେ ଏକ ଅଗ୍ରଣୀ ଓ ବିକଶିତ ଜିଲ୍ଲା ଭାବେ ଗଢ଼ି ତୋଳିବା ପାଇଁ ସଂକଳ୍ପ ବ୍ୟକ୍ତ କରିଥିଲେ ଓ ଜନସାଧାରଣଙ୍କ ସହଯୋଗ ଆହ୍ୱାନ କରିଥିଲେ।
ଏହା ସହିତ ବିଭିନ୍ନ ଯୋଜନା ଅଧୀନରେ ଯୋଗ୍ୟ ହିତାଧିକାରୀମାନଙ୍କୁ ସହାୟତା ପ୍ରଦାନ କରାଯାଇଥିଲା। ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ରାସନ କାର୍ଡ, ଜଙ୍ଗଲ ଜମି ପଟ୍ଟା, ଘରବାରି ପଟ୍ଟା, ମଧୁବାବୁ ପେନସନ, ବସୁନ୍ଧରା ଇତ୍ୟାଦି ଯୋଜନାରେ ଲୋକମାନେ ଲାଭାନ୍ୱିତ ହୋଇଥିଲେ। ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନାରେ ୧୦ଜଣଙ୍କୁ ୫ଲକ୍ଷ ଟଙ୍କା ବିବାହ ସହାୟତା, ୨୧ଜଣଙ୍କୁ ଶିକ୍ଷା ସହାୟତା ଭାବେ ୨,୦୨,୨୦୦ ଟଙ୍କା ଓ ସାମାଜିକ ସୁରକ୍ଷା ବୋର୍ଡ ଅଧୀନରେ ୧୫ଜଣ ମୃତ ନମିନୀଙ୍କୁ ୩୦ଲକ୍ଷ ଟଙ୍କାର ଅନୁଦାନ ପ୍ରଦାନ କରାଯାଇଥିଲା।
ଶେଷରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ରେବେକା ବିଲୁଙ୍ଗ ଧନ୍ୟବାଦ