ଦାମନଯୋଡ଼ିରେ ବିଶ୍ଵଶାନ୍ତି ମହାଯଜ୍ଞର ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ,କୋରାପୁଟ
ଦାମନଯୋଡ଼ି,୨୪/୦୪:ନାଲକୋ ଟାଉନସିପ ସେକ୍ଟର- ୧ ଯଜ୍ଞ ମଣ୍ଡପରେ ୨୪ତମ ବିଶ୍ଵଶାନ୍ତି ମହାଯଜ୍ଞର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଁଚିଛି।ଗୁରୁବାର ଅନୁଷ୍ଠିତ ବୈଠକରେ ନୀତି ଚୂଡ଼ାନ୍ତ ହୋଇଛି।୨୬ତାରିଖ ରବିବାର ସନ୍ଧ୍ୟାରେ ଅଙ୍କୁରାରୋପଣ ପରେ ସୋମବାର ସକାଳେ କଳସାଧିବାସ ଅନୁଷ୍ଠିତ ହେବ।ଘଟ ସ୍ଥାପନ,ଘଟ ମଣ୍ଡଳାଦି ପୂଜା,ସ୍ତମ୍ଭ,ତୋରଣ ପୂଜା,ଅଗ୍ନି ସଂସ୍କାର ଆଦି ନୀତି ହୋଇ ଯଜ୍ଞ ଆରମ୍ଭ ହେବ।ମଇ ୧ତାରିଖ ପବିତ୍ର ଚନ୍ଦନ ପୂର୍ଣ୍ଣିମା ଦିନ ବିଭିନ୍ନ ପୂଜାନୀତି ସହିତ ସନ୍ଧ୍ୟାରେ ଯଜ୍ଞର ପୂର୍ଣ୍ଣାହୁତି କାର୍ଯ୍ୟକ୍ରମ ରହିଛି।ବିଭିନ୍ନ ଦିବସର ପୂଜାନୀତି ସହିତ ସୋମବାର ଓ ମଙ୍ଗଳବାର ସନ୍ଧ୍ୟାରେ ଭଜନ ସନ୍ଧ୍ୟା,ବୁଧବାର ଠାରୁ ଶୁକ୍ରବାର ପର୍ଯ୍ୟନ୍ତ ପ୍ରତ୍ୟହ ସନ୍ଧ୍ୟାରେ ସ୍ବାମୀ ସୁଧାନନ୍ଦ ସରସ୍ୱତୀଙ୍କ ପ୍ରବଚନ କାର୍ଯ୍ୟକ୍ରମ ରହିଛି।ବିଶ୍ଵଶାନ୍ତି ମହାଯଜ୍ଞ କମିଟି ସଭାପତି ତଥା ନାଲକୋ ମୁଖ୍ୟ ମହାପ୍ରବନ୍ଧକ ସୁଗାତୋ ଆନନ୍ଦ ବାସୁଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ବୈଠକରେ ବରିଷ୍ଠ ସଦସ୍ୟ ଶିଶିର ପରିଡ଼ା ଅଧ୍ୟକ୍ଷତା କରିଥିଲେ।ସମ୍ପାଦକ ଅନାମ ଚରଣ ନାୟକ,କୋଷାଧ୍ୟକ୍ଷ ଅବିନାଶ ଜେନାଙ୍କ ସହିତ କୈଳାସ ସେନାପତି,ରଞ୍ଜନ ବେହେରା,ସରୋଜ ଦଳେଇ,କେ ଚଣ୍ଡି ପ୍ରସାଦ ରାଓ,ଲମ୍ବୋଦର ସ୍ବାଇଁ,ସଦାଶିବ ବେହେରା,ଡ଼ଃ ଅଶୋକକୁମାର ମହାନ୍ତି,ଡ଼ ନରେଶ ଚନ୍ଦ୍ର ସାହୁ,ମୂରଲୀଧର ମହାପାତ୍ର,ସୁଧାଂଶୁ ଶେଖର ମିଶ୍ର,ଗୋପବନ୍ଧୁ ସିଅ,ରାଜୀବ କୁମାର ଜେରାଇ,ଅମୂଲ୍ୟ କୁମାର ବାରିକ,ବେଣୁମାଧବ ଶତପଥି,ମିହିର କୁମାର ଜେନା,ସୁରେଶ କୁମାର ସାହୁ,ପ୍ରଶାନ୍ତ କୁମାର ନାୟକ,ଦିଲ୍ଲୀପ କୁମାର ଜେନା,ବି ଏସ ପଣ୍ଡା,ଅନୁଜ ଶୁକ୍ଳା ଓ ବିଜୟ କୁମାର ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ।ବିଶ୍ୱକଲ୍ୟାଣ ନିମନ୍ତେ ପ୍ରାର୍ଥନା ସହିତ ଯଜ୍ଞ ନାରାୟଣଙ୍କର ବିଭୁକୃପା ଲାଭ ନିମନ୍ତେ ହେଉଥିବା ଏହି ବିଶ୍ଵଶାନ୍ତି ମହାଯଜ୍ଞରେ ବହୁ ସଂଖ୍ୟକ ଶ୍ରଦ୍ଧାଳୁ ଯୋଗ ଦେବାକୁ କମିଟି ପକ୍ଷରୁ ଅନୁରୋଧ କରାଯାଇଛି।