logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଶ୍ୱେତସୁବର୍ଣ୍ଣ କ୍ଷେତ୍ରରେ ୩ୟ ଓ ୪ର୍ଥ ଦିନରେ ଚାପ ଖେଳିଲେ ମହାପ୍ରଭୁ;ଦାମନଯୋଡ଼ି,କୋରାପୁଟ

ଦାମନଯୋଡ଼ି,୨୪/୦୪:ଶ୍ରୀ ଜୀଉଙ୍କ ଚନ୍ଦନ ଯାତ୍ରାର ୩ୟ ଓ ୪ର୍ଥ ଦିବସରେ ଶ୍ୱେତସୁବର୍ଣ୍ଣ କ୍ଷେତ୍ର ଶ୍ରୀଜଗନ୍ନାଥ ମନ୍ଦିରରେ ସ୍ଵତନ୍ତ୍ର ପୂଜାନୀତି ଓ ଠାକୁରଙ୍କ ଚାପ ଖେଳ ନରେନ୍ଦ୍ର ପୁଷ୍କରିଣୀରେ ଅନୁଷ୍ଠିତ ହୋଇଥିଲା।ଚତୁର୍ଦ୍ଧା ମୂର୍ତ୍ତିଙ୍କ ସନ୍ଧ୍ୟା ଆଳତି ପରେ ଘଣ୍ଟଘଣ୍ଟା, ଆଲଟ,ଚାମର,ସଂକୀର୍ତ୍ତନ,ହରିବୋଲ ହୁଳହୁଳି ମଧ୍ୟରେ ଶ୍ରୀ ରାଧାକୃଷ୍ଣଙ୍କୁ ମୁଖ୍ୟ ମନ୍ଦିରରୁ ନରେନ୍ଦ୍ର ପୁଷ୍କରିଣୀକୁ ଅଣାଯାଇ ଥିଲା।ସେଠାରେ ପୂଜାର୍ଚ୍ଚନା ସହିତ ଏକ ସୁସଜ୍ଜିତ ଡଙ୍ଗାରେ ଶ୍ରୀଜୀଉଙ୍କୁ ପୁଷ୍କରିଣୀ ପରିକ୍ରମା କରାଯାଇଥିଲା।ପୂଜକ ଅଜୟ କୁମାର ପଣ୍ଡା,ବିପିନ ବିହାରୀ ପଣ୍ଡା ଓ ଅମୀୟ କୁମାର ସାମନ୍ତରାୟ ପୂଜାକର୍ମ କରିଥିଲେ।୩ୟ ଦିବସରେ ନାଲକୋ ମୁଖ୍ୟ ମହାପ୍ରବନ୍ଧକ ପୁରୁଷୋତ୍ତମ ମହାନ୍ତ ଏବଂ ୪ର୍ଥ ଦିବସରେ ମୁଖ୍ୟ ମହାପ୍ରବନ୍ଧକ ଦିଲ୍ଲୀପ କୁମାର ବାଗ ଏଥିରେ ମୁଖ୍ୟ ପୁରୋଧା ରୂପେ ଯୋଗଦେଇ ଶ୍ରୀ ଜୀଉଁ ଙ୍କୁ ଚାପ ଖେଳାଇ ଥିଲେ।ନାଲକୋ ମୁଖ୍ୟ ମହାପ୍ରବନ୍ଧକ ତଥା ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି ସଭାପତି ସଞ୍ଜୟ କୁମାର ପଟ୍ଟନାୟକ,ସମ୍ପାଦକ କୈଳାସ ସେନାପତିଙ୍କ ସହିତ ସଦସ୍ୟ ରଞ୍ଜନ କୁମାର ବେହେରା,ଶିଶିର ପରିଡ଼ା, ପି କେ ମୁନି,ସ୍ଵସ୍ତିନ ମହାନ୍ତି,ବିକ୍ରମ ଜେନା,ସୁଶାନ୍ତ କୁମାର ଦାଶ, ପ୍ରକାଶ ଚନ୍ଦ୍ର ସାହୁ,ହରେନ୍ଦ୍ର ନାଥ ଗିରିସନ୍ତୋଷ କୁମାର ଦାଶ,ଡ଼ ନିରୋଦ କୁମାର ପ୍ରଧାନ,ବିମଳ ନାୟକ,ମୂରଲୀଧର ଦାସ,ଗୁଡ଼ଲା ଅବିନାଶ,ପୂର୍ଣ୍ଣଚନ୍ଦ୍ର ସେଠୀ,ଆର ଏନ ମୁଦୁଲି,ଖଦାଳ ନାୟକ,ସୁନୀଲ କୁମାର ଚୌଧୁରୀ,କୃଷ୍ଣଚନ୍ଦ୍ର ପାଢ଼ୀ,ଖଗେଶ୍ବର ମୁର୍ମୁ,ପ୍ରତାପ କୁମାର ମିଶ୍ର ଓ ବିଜୟ କୁମାର ଆଚାର୍ଯ୍ୟଙ୍କ ସହିତ ସ୍ୱେଚ୍ଛାସେବୀ ଉପସ୍ଥିତ ରହି ପରିଚାଳନା କରିଥିଲେ।ତଳ ଗୌଡ଼ଗୁଡ଼ା ଓ ଉପର ଗୌଡ଼ଗୁଡ଼ାର ସଂକୀର୍ତ୍ତନ ମଣ୍ଡଳୀଙ୍କ ସହିତ ଶ୍ରୀଜଗନ୍ନାଥ ମନ୍ଦିରର ସଂକୀର୍ତ୍ତନ ଦଳ ସେବା ଯୋଗାଇଥିଲେ।

61
2183 views

Comment