ଅତା ରେ ଅଷ୍ଟପ୍ରହରୀ ନାମ ଯଜ୍ଞ:
ଶଙ୍ଖ ହୁଳୁହୁଳି ଓ ହରିନାମ ରେ ଭକ୍ତିମୟ ପରିବେଶ।
ଅତା ରେ ଅଷ୍ଟପ୍ରହରୀ ନାମ ଯଜ୍ଞ:
ଶଙ୍ଖ ହୁଳୁହୁଳି ଓ ହରିନାମ ରେ ଭକ୍ତିମୟ ପରିବେଶ।
ଆନନ୍ଦପୁର,୨୩।୦୪: କେନ୍ଦୁଝର ଜିଲ୍ଲା ଘଷିପୁରା ବ୍ଲକ ବାତୋ ପଂଚାୟତ ଅତା ଗ୍ରାମରେ ବଜରଙ୍ଗ ବାଲି ଅଷ୍ଟପ୍ରହରୀ କମିଟି ପକ୍ଷରୁ ପଞ୍ଚମ ତମ ବାର୍ଷିକ ଅଷ୍ଟପ୍ରହରୀ ନାମ ଯଜ୍ଞ ଅନୁଷ୍ଟିତ ହୋଇଯାଇଛି। ଅଷ୍ଟପ୍ରହରୀ ନାମ ଯଜ୍ଞ ରେ ପ୍ରାୟ ୧୯ଟି ସଂକୀର୍ତ୍ତନ ମେଳ ଉପସ୍ଥିତ ରହି ନାମଯଜ୍ଞରେ ଭାଗ ନେଇଥିଲେ। ସଂକୀର୍ତ୍ତନ ମେଳକୁ କମିଟି ପକ୍ଷରୁ ସ୍ୱାଗତ କରିବା ସହ ସେମାନଙ୍କର ସମସ୍ତ ବ୍ୟବସ୍ଥା କରିଥିଲେ। ରବିବାର ଦୀନ ସନ୍ଧ୍ୟାରେ ବ୍ରତଧାରୀ ମାନେ ପୂର୍ଣତୋୟା ବୈତରଣୀ ନଦୀ ରୁ କଳସ ରେ ଜଳ ସଂଗ୍ରହ କରି ନାମଯଜ୍ଞ ସ୍ଥଳରେ ସ୍ଥାପନ କରିଥିଲେ । ପରେ ବାବା କୁନା ଦାଶ (କୁନା ବାବା) ଙ୍କ ଦ୍ଵାରା ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରିବା ପରେ ରାମ ନାମ ଯଜ୍ଞ ଆରମ୍ଭ କରାଯାଇଥିଲା। ବହୁ ସଂଖ୍ୟାରେ ଭକ୍ତ ମାନେ ଉପସ୍ଥିତ ରହି ନାମ ଯଜ୍ଞ ଓ ଦୀପ ଯଜ୍ଞରେ ଭାଗ ନେଇଥିଲେ। ମଙ୍ଗଳବାର ଦିନ ଅପରାହ୍ନ ରେ ପ୍ରଭୁ ନିତାଇ ଗୌର ଙ୍କୁ କଳ୍ପତୁର ଜେନା, ରଘୁନାଥ ଜେନା, ଅରୁଣ ଜେନା ଗ୍ରାମ ପରିକ୍ରମା କରିଥିଲେ। ଏହି ପରିପେକ୍ଷୀରେ ଅତା ଗ୍ରାମରେ ଶଙ୍ଖ ହୁଳୁହୁଳି ଓ ହରିନାମ ରେ ଭକ୍ତିମୟ ଭାବମୟ ଆନନ୍ଦମୟ ଶାନ୍ତିମୟ ପରିବେଷ ସୃଷ୍ଟି ହୋଇଥିଲା। ସଂଧ୍ୟାରେ ଯଜ୍ଞ ଶେଷ କରିବା ପରେ ପୂର୍ଣ୍ଣାହୁତି ସହ ଦଧି ହାଣ୍ଡି ଭଙ୍ଗା ଯାଇଥିଲା। ସମସ୍ତ ଭକ୍ତ ମାନଙ୍କ ନିମନ୍ତେ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା। ଅଷ୍ଟପ୍ରହରୀ କମିଟି ର ସଦସ୍ୟ ଟୁନିଆ ଜେନା, କରୁଣାକର ଜେନା, ରୋହିତାଶୁ ଜେନା, ଗଣେଶ୍ଵର ଜେନା, କେଶବ ଜେନା, ଚନ୍ଦନ ନାଥ, ଆକାଶ ଜେନା, ତପନ ଜେନା, ରବିନ୍ଦ୍ର ଜେନା, ଅନନ୍ତ ଚରଣ ଜେନା, ବଳରାମ ଜେନା, ସରୋଜ ଜେନା, ଜଟାଧାରୀ ଜେନା, ନିରଞ୍ଜନ ଜେନା, ରତ୍ନାକର ଜେନା, ରମେଶ ଜେନା, ମକରା ଜେନା, ସନ୍ତୋଷ ଜେନା, ଉପେନ୍ଦ୍ର ଜେନା ଓ ଗ୍ରାମବାସୀ ଉପସ୍ଥିତ ରହି ସମ୍ପୂର୍ଣ୍ଣ ସହଯୋଗ କରିଥିଲେ।
ଖଣ୍ଡାଧାର ନିଉଜ- ବିଜୟ ଜେନାଙ୍କ ରିପୋର୍ଟ।