logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଭୁଲଦା ଗ୍ରାମରେ ଶିକ୍ଷକଙ୍କ ଘରୁ ଚୋରୀ : ତୁରୁମୁଙ୍ଗା ଥାନାରେ ଅଭିଯୋଗ।

ଭୁଲଦା ଗ୍ରାମରେ ଶିକ୍ଷକଙ୍କ ଘରୁ ଚୋରୀ : ତୁରୁମୁଙ୍ଗା ଥାନାରେ ଅଭିଯୋଗ।

ପାଟଣା-୨୩/୦୪ (ଖଣ୍ଡାଧାର ନିଉଜ) ପାଟଣା ବ୍ଲକ ବାଉଁଶୁଳି ପଞ୍ଚାୟତ ଅନ୍ତର୍ଗତ ଭୁଲୁଦା ଗ୍ରାମ (ବାଘମରା ସାହି) ର ଶିକ୍ଷକ ପିତାମ୍ବର ମହାନ୍ତଙ୍କ ଘରୁ ଦୁଇଜଣ ଯୁବକ କଳାରଙ୍ଗର ନୂଆ ପଲସରରେ ଆସି ଲୁଟିନେଲେ ସୁନା, ରୂପା ସହିତ ନଗଦ ୬ ହଜାର ଟଙ୍କା, ଆଜି ଗୁରୁବାର ଦିନ ୧୧:୩୦ ରେ ପିତାମ୍ବର ମହାନ୍ତ ସ୍କୁଲ୍ ରୁ ଫେରି ଘରପାଖ ପୋଖରୀ ରୁ ଗାଧୋଇ ଫେରିଲା ବେଳେ ଘର କବାଟ ଭାଙ୍ଗି ସୁନାଗହଣା ବ୍ଯାଗ୍ ରେ ଭର୍ତ୍ତି କରୁଥିବାର ଦେଖି; କିଏ ତୁମେ, କାହିଁକି କବାଟ ଭାଙ୍ଗିଲ ବୋଲି କହିବାରୁ ବନ୍ଧୁକ ବାହାର କରି ମାରିଦେବେ ବୋଲି ଧମକ ଦେଲେ ଏବଂ କଳାରଙ୍ଗର ପଲସରରେ ଭୁଲୁଦା ସାହି ଅଭିମୁଖେ ପଳାଇଯାଇଥିଲେ! ଦୁଇଜଣ ଦୁର୍ବୁତ୍ତ ହିନ୍ଦୀରେ କଥା କହୁଥିବା ସହ ଜଣେ ଧଳା ରଙ୍ଗର ସାର୍ଟ ଏବଂ ଆଉ ଜଣେ ଟି ସାର୍ଟ ପିନ୍ଧିଥିଲେ, ବୟସ ପାଖାପାଖି ଜଣକ ୨୪-୩୦ ଏବଂ ଆଉ ଜଣ ୩୦-୩୫ ବୋଲି ଅନୁମାନ କରାଯାଉଛି। ଏ ନେଇ ଶିକ୍ଷକ ପୀତାମ୍ବର ମହାନ୍ତ ତୁରୁମୁଙ୍ଗା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ଡମ୍ବରୁଧର ମହାନ୍ତ ଙ୍କ ରିପୋର୍ଟ।

12
770 views

Comment