logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଅଜଣା ଗାଡି ଧକ୍କା ଦୁର୍ଘଟଣାରେ ମୃତକ ଙ୍କ ପରିଚୟ ମିଳିଲା।

ଅଜଣା ଗାଡି ଧକ୍କା ଦୁର୍ଘଟଣାରେ ମୃତକ ଙ୍କ ପରିଚୟ ମିଳିଲା।

ପାଟଣା-୨୩/୦୪, ପାଟଣା ଥାନା ଅଞ୍ଚଳ 220 ଜାତୀୟ ରାଜପଥ ର କାଶିଆ ନାଳ ନିକଟରେ ଗତକାଲି ଭୋରରୁ ଅଜଣା ଗାଡି ଧକ୍କା ଦେଇ ଚଢି ଯିବା ଫଳରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିଲା। ତେବେ ତାଙ୍କର ପରିଚୟ ନମିଳିବାରୁ ଶବ ବ୍ୟବଚ୍ଛେଦ ପରେ କେନ୍ଦୁଝର ରେ ଥିବା ଶବ ସଂରକ୍ଷିତ ଗୃହରେ ରଖା ଯାଇଥିଲା। ଆଜି ମୃତକଙ୍କ ପରିଚୟ ମିଳିଛି।ମୃତକ ହେଉଛନ୍ତି ସାହାରପଡା ବ୍ଲକ ଅଞ୍ଚଳ ବାଇକଳା ପଞ୍ଚାୟତ ନିଶ୍ଚିନ୍ତପୁର ଗ୍ରାମର କୁନା ମୁଣ୍ଡା (୪୦)ବୋଲି ଜଣାପଡିଛି।କୁନା ମଙ୍ଗଳବାର ମଲ୍ଲୀପଶି ନିକଟ ମୂଷାନାଳୀ ଗ୍ରାମକୁ ଏକ ବାହାଘରେ ଯୋଗ ଦେବାକୁ ଆସି ବୁଧବାର ସକାଳୁ ସାଇକେଲ ଯୋଗେ ଶଶୁର ଘର ଘଟଗାଁ ଥାନା ଅନ୍ତର୍ଗତ ମୁଦ୍ରାବେଡା ଗ୍ରାମକୁ ଯାଉଥିବା ସମୟରେ ଏକ ଗାଡି ଧକ୍କା ଦେବାରୁ ଦୁର୍ଘଟଣା ଘଟିଥିଲା। ମୃତକଙ୍କ ଭାଇ ଦୋଳ ମୁଣ୍ଡା ଆଜି ପାଟଣା ଥାନାରେ ପହଞ୍ଚି ନିଜ ଭାଇଙ୍କ ଶବକୁ ନେବାକୁ ଚାହିଁଥିଲେ। ଥାନାରେ ଲେଖାପଢ଼ା କରିବା ପରେ ସେ କେନ୍ଦୁଝର ଯାଇ ଭାଇର ଶବ ଆଣିବେ ବୋଲି ଜଣାପଡିଛି। ଏନେଇ ପାଟଣା ଥାନାରେ ଏକ ଦୁର୍ଘଟଣା ମାମଲା ୧୫୬/୨୦୨୬ ଅନୁସାରେ ଏ ଏସ ଆଇ ଧନେଶ୍ୱର ପାତ୍ର ଦୁର୍ଘଟଣା ର ତଦନ୍ତ କରୁଛନ୍ତି।

ଖଣ୍ଡାଧାର ନିଉଜ- ସାମ୍ବାଦିକ ବିଜୟ ରତ୍ନ ପତିଙ୍କ ରିପୋର୍ଟ।

6
1081 views

Comment